ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ବିଶ୍ୱର ସବୁଠୁ ଧନୀ ମହିଳା ସଙ୍ଗୀତଜ୍ଞ ହେଲେ ଟେଲର ସ୍ୱିଫ୍ଟ , ୩୪ବର୍ଷିୟ ସିଙ୍ଗର ରିହାନାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ : ଟେଲର ସ୍ୱିଫ୍ଟ , ଯାହାଙ୍କ ଗୀତର ସମସ୍ତେ ଦିୱାନା। ସେ ଏବେ ଅଫିସିଆଲି ଦୁନିଆର ସବୁଠୁ ଧନୀ ମହିଳା ସଙ୍ଗୀତଜ୍ଞ ହୋଇଛନ୍ତି। ତାଙ୍କର ମୋଟ ନେଟୱର୍ଥ ପାଖାପାଖି ୧.୬ ବିଲିୟନ ଡଲାର କୁହାଯାଉଛି। ସେ ପପ୍‌ ଷ୍ଟାର ରିହାନାଙ୍କୁ ମଧ୍ୟ ଏହି ମାମଲାରେ ପଛରେ ପକାଇ ଦେଇଛନ୍ତି, ଯାହାଙ୍କର ନେଟୱର୍ଥ ୧.୬ ବିଲିୟନ ଡଲାର ରହିଛି ଏବଂ ଏହି କଥାର ସ୍ପଷ୍ଟ ନିଜେ ଫୋବର୍ସ କରିଛି।

ଫୋବର୍ସ ମୁତାବିକ , ସ୍ୱିଫ୍ଟଙ୍କର ସମ୍ପତ୍ତିର ୬୦୦ ମିଲିୟନ ଡଲାର ଟୁର୍‌ ଇନକମ୍‌ ଓ ରୟାଲ୍ଟିରୁ ଆସିଥାଏ। ସେପଟେ ୬୦୦ ମିଲିୟନ ଡଲାର ତାଙ୍କର ମ୍ୟୁଜିକ ଆଲବମର କାଷ୍ଟରୁ ଓ ୧୨୫ ମିଲିୟନ ଡଲାର ରିୟଲ ଏଷ୍ଟେଟ୍‌ ଇନଭେଷ୍ଟମେଣ୍ଟରୁ ଆସିଥାଏ। ଏମିତି କୁହାଯାଏ କି, ଟେଲର ସ୍ୱିଫ୍ଟ ୨୦୨୩ରେ ଏକୁଟିଆ ସ୍ପଟିଫାଇ ଷ୍ଟ୍ରିମିଂରୁ ୧୦୦ ମିଲିୟନ ଡଲାରର ରୟାଲଟି ହାସଲ କରିଛନ୍ତି, ଯାହା ତାଙ୍କୁ ତାଙ୍କର ୨୦୨୨ର ଆଲବମ୍‌ ମିଡନାଇଟ୍ସ  ଓ ୨୦୨୩ରେ ୧୯୮୯ର ଆଲବମ୍‌ର କାରଣରୁ ମିଳିଛି। 

ଟେଲର ସ୍ୱିଫ୍ଟ ନିକଟରେ ଚର୍ଚ୍ଚାକୁ ସେତିକି ବେଳେ ଆସିଲେ, ଯେବେ ସେ ଆମେରିକୀୟ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କର ସପୋର୍ଟ କରି ଥିଲେ। ଏଥିରେ ଡୋନାଲ୍ଡ ଟ୍ରମ୍ପ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ସେ କହିଥିଲେ କି, ଏହି ଆର୍ଟିଷ୍ଟଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଏହାପରେ ସିଙ୍ଗର ଟ୍ରମ୍ପଙ୍କୁ ଟାର୍ଗେଟ୍‌ କରିଥିଲେ । କହିଥିଲେ ଟ୍ରମ୍ପ ତାଙ୍କର ଏଆଇ ଫଟୋ ପୋଷ୍ଟ କରି ଦାବି କରିଥିଲେ କି, ତାଙ୍କୁ ସିଙ୍ଗରଙ୍କର ଓ ତାଙ୍କର ପ୍ରଶଂସକଙ୍କର ସପୋର୍ଟ ମିଳୁଛି। ଏହାପରେ ଅସନ୍ତୁଷ୍ଟ ଟ୍ରମ୍ପ ସୋସିଆଲ ମିଡ଼ିଆରେ କହିଥିଲେ ,ମୁଁ ଟେଲର ସ୍ୱିଫ୍ଟଙ୍କୁ ଘୃଣା କରୁଛି। 

ଟେଲର ସ୍ୱିଫ୍ଟ ୩୪ ବର୍ଷ ବୟସର। ତାଙ୍କର ଜନ୍ମ ୧୩ ଡିସେମ୍ୱର , ୧୯୮୯ରେ ପେନ୍ସିଲଭେନିଆରେ ହୋଇଥିଲା। ତାଙ୍କ ନାଁ ସିଙ୍ଗର ଜେମ୍ସ ଟେଲରଙ୍କ ନାଁ ଅନୁସାରେ ରଖା ଯାଇଛି। ତାଙ୍କ ପିତାଙ୍କ ନାଁ ସ୍କଟ୍‌ କିଙ୍ଗସଲେ ସ୍ୱିଫ୍ଟ ଓ ମାଆଙ୍କ ନାଁ ଏଣ୍ଡ୍ରିଆ ଗାର୍ଡନର ସ୍ୱିଫ୍ଟ । ସେ ୨୦୦୪ରେ ନିଜର କ୍ୟାରିୟରର ଆରମ୍ଭ କରିଥିଲେ ଏବଂ ୨୦୨୩ରେ ହିଁ ସେ କୋଟିପତି ହୋଇଥିଲେ ଏବଂ ଆଉ ଏବେ ଆଉ ଏକ ସଫଳତା ସେ ହାସଲ କରିଛନ୍ତି। 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.