ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ପୂରଣ ହେବ ଶନାୟାଙ୍କ ବଲିଉଡ୍‌ ସ୍ୱପ୍ନ, ବିକ୍ରାନ୍ତଙ୍କ ସହ କରିବେ ଡେବ୍ୟୁ

Published By : Krishna Priya | October 7, 2024 7:49 AM

ମୁମ୍ବାଇ ୦୭/୧୦: ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁରଙ୍କ ବଲିଉଡ୍‌ ସ୍ୱପ୍ନ ଶେଷରେ ପୂରଣ ହେବାକୁ ଯାଉଛି । ୨୪ ବର୍ଷୀୟ ଶନାୟାଙ୍କୁ ରୋମାଣ୍ଟିକ ଡ୍ରାମା ‘ଆଖୋଁ କୀ ଗୁସ୍ତାଖିୟାଁ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ବିକ୍ରାନ୍ତ ମେସି ନଜର ଆସିବେ । ଫିଲ୍ମଟି ପ୍ରଖ୍ୟାତ ଲେଖକ ରସ୍କିନ୍‌ ବଣ୍ଡଙ୍କର ଏକ କ୍ଷୁଦ୍ର ଗଳ୍ପରୁ ପ୍ରେରିତ । ଜଣେ ପ୍ରତିଭାସଂପନ୍ନ ଥିଏଟର ଅଭିନେତ୍ରୀ ଓ ଜଣେ ଦୃଷ୍ଟିହୀନ ସଙ୍ଗୀତଜ୍ଞଙ୍କ ପ୍ରେମ, ନିଜକୁ ଖୋଜିବାର ଯାତ୍ରାକୁ ନେଇ କାହାଣୀଟି ଗତିଶୀଳ । 

‘ବ୍ରୋକନ୍‌ ବଟ୍‌ ବିଉଟିଫୁଲ’, ‘ଅପହରଣ’ ଭଳି ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଥିବା ସନ୍ତୋଷ ସିଂହ ଏହାର ନିର୍ଦ୍ଦେଶନାରେ ଅଛନ୍ତି । ମାନସୀ ବାଗ୍‌ଲା ଓ ବରୁଣ ବାଗ୍‌ଲା ଏହାର ପ୍ରଯୋଜନା କରିବେ । ଫିଲ୍ମର ଶୀର୍ଷକ ମ୍ୟୁଜିକାଲ୍‌ ଡ୍ରାମା ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ଏକ ଗୀତରୁ ନିଆଯାଇଛି । ଚଳିତ ମାସରେ ଏହାର ସୁଟିଂ ଆରମ୍ଭ ହେବ । ଆସନ୍ତାବର୍ଷ ମଧ୍ୟ ଭାଗରେ ‘ଆଖୋଁ କୀ ଗୁସ୍ତାଖିୟାଁ’ ରିଲିଜ୍‌ ହେବାର ଅଛି । ସେପଟେ ଶନାୟାଙ୍କୁ ଆସନ୍ତାବର୍ଷ ତେଲଗୁ ଓ ମାଲାୟଲମ୍‌ ଭାଷାରେ ରିଲିଜ୍‌ ହେବାକୁ ଥିବା ଆକ୍ସନ୍‌ ଫିଲ୍ମ ‘ବୃଷଭା’ରେ ଦେଖିବାକୁ ମିଳିବ । ସେଥିରେ ଅଭିନେତା ମୋହନ ଲାଲ ଅଭିନୟ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.