ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ସିରିଆ ସଂକଟ: ମହମ୍ମଦ ଅଲ୍‌-ବଶିରଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କଲେ ବିଦ୍ରୋହୀ

Published By : Tapas Panda | December 10, 2024 11:28 PM

Image Courtesy: royanews

ନୂଆଦିଲ୍ଲୀ: ମହମ୍ମଦ ଅଲ୍-ବଶିରଙ୍କୁ ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି ବିଦ୍ରୋହୀଙ୍କ । ଅଲ-ବଶିର ବିଦ୍ରୋହୀ ସମର୍ଥକ ନେତା ଭବେ ପରିଚିତ । ଦେଶରୁ ରାଷ୍ଟ୍ରପତି ବଶର ଅଲ- ଅସଦ ପଳାୟନ କଲା ପରେ ଦେଶର ମଙ୍ଗ ଧରିଛନ୍ତି ବଶିର । ମଙ୍ଗଳବାର ଘୋଷଣା ଅନୁସାରେ ପୂର୍ବତନ ବିଦ୍ରୋହୀଙ୍କ ସମର୍ଥନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ବଶିର ଦାୟିତ୍ୱ ସମ୍ଭାଳିବେ । 

ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ଦେଶ ଛାଡ଼ି ପଳାୟନର ତିନି ଦିନ ପରେ ଏହି ଘୋଷଣା ହୋଇଛି । ମହମ୍ମଦ ଗାଜି ଜଲାଲିଙ୍କ ସ୍ଥାନ ନେବେ ମହମ୍ମଦ ଅଲ-ବଶିର । ଜଲାଲିଙ୍କୁ ବଶର ଅଲ୍-ଅସଦ ନିଯୁକ୍ତି ଦେଇଥିଲେ । ସରକାରୀ ଟିଭି ଚ୍ୟାନେଲରେ ଏକ ସଂକ୍ଷିପ୍ତ ସମ୍ୱୋଧନରେ ମହମ୍ମଦ ଅଲ୍-ବଶିର କହିଛନ୍ତି ଯେ ମାର୍ଚ୍ଚ ୧ ଯାଏ ଅନ୍ତରୀଣ ସରକାର ନେତୃତ୍ୱ କରିବେ । 

ସେ କହିଛନ୍ତି, 'ଆଜି ଆମେ ଏକ କ୍ୟାବିନେଟ୍ ବୈଠକ କରିଛୁ । ଏହି ବୈଠକରେ ଇଦଲିବ ଏବଂ ଏହାର ଆଖପାଖ ଅଞ୍ଚଳରେ କାମ କରୁଥିବା ସାଲଭେଶନ ସରକାରର ଏକ ଟିମ୍ ଏବଂ ବିତାଡ଼ିତ ଶାସନର ସରକାର ସାମିଲ ଥିଲା । ବୈଠକରେ ଫାଇଲ୍ ଏବଂ ସଂସ୍ଥାଗୁଡ଼ିକୁ ଅନ୍ତରୀଣ ସରକାରକୁ ହସ୍ତାନ୍ତର କରିବା ଉପରେ ଚର୍ଚ୍ଚା ହୋଇଛି ।'ସିରିଆର ରାଜଧାନୀରେ ଅସଦଙ୍କ ଶାସନର ପତନ ପରେ ମଙ୍ଗଳବାର ପ୍ରଥମ ଥର ବ୍ୟାଙ୍କ ଖୋଲିଛି । ଦୋକାନ ବଜାର ଖୋଲିବା ସହ ଯାତାୟତ ଆରମ୍ଭ ହୋଇଛି । ନିର୍ମାଣ ଶ୍ରମିକ ଡାମାସକସ୍‌ ସହରର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି । ରାସ୍ତାରେ ଯୁଦ୍ଧାସ୍ତ୍ର ଧରିଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.