ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ସିରିଆକୁ ମିଳିଲା ନୂଆ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ; କିଏ ଏହି ବ୍ୟକ୍ତି ? ଜାଣନ୍ତୁ ପୁରା ଖବର…

Published By : Bijay Swain | December 11, 2024 12:53 PM

Image Courtesy: gulfnews

ନୂଆଦିଲ୍ଲୀ: ସିରିଆ ଗୃହଯୁଦ୍ଧରେ ଲାଗିଛି ବିରାମ। ୨୪ ବର୍ଷର ବଶର ଅଲ-ଅସଦଙ୍କ ଶାସନର ଅନ୍ତ ହୋଇଛି। ବିଦ୍ରୋହୀ ମାନେ ସିରିଆର ରାଜଧାନୀ ଡମାସକସ୍ କୁ ଅଧିଗ୍ରହଣ କରିବା ପରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ରାଷ୍ଟ୍ରପତି ବଶରଙ୍କୁ କ୍ଷମତାଚ୍ୟୁତ କରିବା ପରେ ବିଦ୍ରୋହୀମାନେ ସୀମିତ ସମୟ ପାଇଁ ଜଣେ ନୂଆ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ମହମ୍ମଦ ଅଲ-ବଶିରଙ୍କୁ ଆସନ୍ତା ୨୦୨୫ ମାର୍ଚ୍ଚ ୧ ତାରିଖ ଯାଏ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। 

ବିଦ୍ରୋହୀ ଗୋଷ୍ଠୀ ତହରୀର ଅଲ-ଶାମ(ଏଚଟିଏସ)ର ମୁଖ୍ୟ ଅବୁ ମହମ୍ମଦ ଅଲ-ଜୋଲାନି ସିରିଆର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି କ୍ଷମତା ପରିବର୍ତ୍ତନ ନେଇ କଥାବର୍ତ୍ତା ହୋଇଥିଲେ। ମହମ୍ମଦ ଏହା ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀର ସାଲଭେଶନ ସରକାରର ପରିଚାଳନା ଦାୟିତ୍ତ୍ୱରେ ରହିଥିଲେ।

ମହମ୍ମଦ ଅଲ-ବଶିର କିଏ ?

ମହମ୍ମଦ ଅଲ-ବଶିର ସିରିଆର ଜଣେ ରାଜନେତା ତଥା ଇଞ୍ଜିନିୟର ଭାବେ ଜଣାଶୁଣା ଡେହେରା। ଏଚଟିଏସ ସହ ଜଡିତ ବିଦ୍ରୋହି ଗୋଷ୍ଠୀର ସାଲଭେଶନ ସରକାରରେ ସେ ପ୍ରଧାନମନ୍ତ୍ରୀ ଭାବେ ନିଜ ପଞ୍ଚମପାଳିର କାର୍ଯ୍ୟକାଳ ପୁରା କରିବାକୁ ଯାଉଛନ୍ତି। ବଶିର ୧୯୮୬ ମସିହାରେ ଜବଲ ଯାୱିୟା ଅଞ୍ଚଳର ଇଡଲିବଠାରେ ଜନ୍ମଗ୍ରହଣ କରିଥିଲେ। 

ବଶିର ଇଞ୍ଜିନିୟରିଂ, ଆଇନ ଓ ପ୍ରଶାସନ ପରିଚାଳନା କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିଛନ୍ତି। ସେ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ କ୍ଷେତ୍ରରେ ଡିଗ୍ରି ପାଇଥିବା ବେଳେ ୨୦୦୭ ମସିହାରେ ଆଲେପ୍ପୋ ବିଶ୍ୱବିଦ୍ୟାଳୟରୁ ଯୋଗାଯୋଗ କ୍ଷେତ୍ରରେ ବିଶେଷ ପାଠ୍ୟକ୍ରମ ଶେଷ କରିଛନ୍ତି। ସେ ୨୦୨୧ ମସିହାରେ ଇଡଲିବ ୟୁନିଭରସିଟିରୁ ଶରିଆ ଆଇନରେ ସ୍ନାତକ ପୂରା କରିଛନ୍ତି। 

ବଶିର ସିରିଆର ଏକ ସରକାରୀ ଗ୍ୟାସ କମ୍ପାନିର ଗ୍ୟାସ ପ୍ଲାଣ୍ଟରେ ଚାକିରି କରୁଥିଲେ। ଅସଦଙ୍କ ସରକାର ପାଇଁ ବଢୁଥିବା ଅସନ୍ତୋଷ ଦେଖି ସେ ୨୦୨୧ ମସିହାରେ ଇସ୍ତଫା ପ୍ରଦାନ କରିଥିଲେ। ପରେ ସେ ବିଦ୍ରୋହି ଗୋଷ୍ଠୀରେ ଯୋଗ ଦେଇଥିଲେ। ସେ ୨୦୨୨ରୁ ୨୦୨୩ ଯାଏ ବିଦ୍ରୋହୀ ଗୋଷ୍ଠୀ ଅଧିନରେ ଥିବା ସାଲଭେଶନ ସରକାରର ମାନବବିକାଶ ବିଭାଗର ମନ୍ତ୍ରୀ ଭାବେ ନିଜ ଦାୟିତ୍ତ୍ୱ ତୁଲାଇ ଥିଲେ। ସାଲଭେଶନ ସରକାରର ଶୁରା କାଉନସିଲ ଦ୍ୱାରା ତାଙ୍କୁ ୨୦୨୪ ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ରୁପେ ବଛିଥିଲା।

ନଭେମ୍ବର ମାସ ଶେଷରେ ଏଚଟିଏସ ଓ ସିରିଆର ଅନ୍ୟ ବିଦ୍ରୋହି ଗୋଷ୍ଠୀ ମାନେ ଉତ୍ତରପଶ୍ଚିମ ସିରିଆରେ ଆକ୍ରମଣ କରି ଆଲେପ୍ପୋ ସହରକୁ ନିଜ ଦଖଲକୁ ଆଣିଥିଲେ। ଏହି ଘଟଣା ପରେ ବଶିର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅସଦ ସରକାରଙ୍କ ଦ୍ୱାରା ହୋଇଥିବା ଆକ୍ରମଣର ଏହା ପ୍ରତିଉତ୍ତର ବୋଲି ଘୋଷଣା କରିଥିଲେ। ଏହି ଆକ୍ରମଣରେ ପ୍ରୟ ୧୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଜ ଘରଦ୍ୱାର ହରେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.