ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ସକାଳ ୭ରୁ ମୋ-ସେବା କେନ୍ଦ୍ର ବାହାରେ ବସୁଛନ୍ତି ହିତାଧିକାରୀ, ସୁଭଦ୍ରା ସର୍ଭର ଡାଉନ୍‌ ଯୋଗୁ ହଟହଟା

Published By : Prameya | September 11, 2024 12:48 PM

ଭୁବନେଶ୍ୱର, ୧୧/୦୯ : ୟୁନିଟ ୮ର ସବିତା ମହାରଣା। ସୁଭଦ୍ରା ଯୋଜନା ପାଇଁ ୭ ଦିନ ହେଲାଣି ସ୍ଥାନୀୟ ଅଞ୍ଚଳରେ ଥିବା ମୋ-ସେବା କେନ୍ଦ୍ରକୁ ଧାଉଁଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ଥିବାରୁ ବାରମ୍ବାର ତାଙ୍କୁ ଘରକୁ ଫେରିବାକୁ ପଡ଼ୁଛି । ସବିତାଙ୍କ ପରି ଆଉ ଜଣେ ହେଲେ ସସ୍ମିତା ସେଠୀ । ଘର ଭଦ୍ରକ, ରହୁଛନ୍ତି ଭୁବନେଶ୍ୱରରେ । ସେ ମଧ୍ୟ ବାରମ୍ବାର ମୋ ସେବା କେନ୍ଦ୍ରକୁ ଧାଉଁଥିଲେ । ଆଜି ଆସ, କାଲି ଆସ କହି କେନ୍ଦ୍ର ମାଲିକ ତାଙ୍କୁ ଫେରାଉଥିଲେ । ହେଲେ ପରେ ଜଣାପଡ଼ିଲା, ତାଙ୍କର ରାସନ କାର୍ଡରେ କିଛି ଅସୁବିଧା ରହିଛି । ତେଣୁ ବାଧ୍ୟ ହୋଇ ସେ ଗାଁକୁ ଯିବେ ବୋଲି କହିଛନ୍ତି । କେବଳ ଏମାନେ ନୁହନ୍ତି, ଏ ଦୁହିଁଙ୍କ ଭଳି ଶହ ଶହ ମହିଳା ହିତାଧିକାରୀ ସୁଭଦ୍ରା ପାଇଁ ଆବେଦନ କରିବାକୁ ହଟହଟା ହେଉଛନ୍ତି । ହେଲେ କେତେବେଳେ ସର୍ଭର ଡାଉନ ତ ଆଉ କେତେବେଳେ କାଗଜପତ୍ରରେ ତ୍ରୁଟି ଯୋଗୁଁ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି । 

ଅନ୍ୟପକ୍ଷେ, ମୋ-ସେବା କେନ୍ଦ୍ରରେ ଏତେ କାମ ଯେ, ସାଧାରଣ ଜେରକ୍ସ କରିବାକୁ ବି ଅପେକ୍ଷା କରିବାକୁ ପଡ଼ୁଛି । ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ପାଇଁ ଭୁବନେଶ୍ୱରର ପ୍ରତି ୱାର୍ଡ ଓ ଗଳିକନ୍ଦିରେ ମୋ-ସେବା କେନ୍ଦ୍ର ଖୋଲିଛି । ଅଙ୍ଗନବାଡ଼ିରେ ଫର୍ମ ମିଳୁଛି । ଆସନ୍ତା ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଥିବାରୁ ରାତି ଅନିଦ୍ରା ହୋଇ କେତେକ କେନ୍ଦ୍ରରେ କାମ ଚାଲିଛି । କିଏ ଆଧାର ସଂଶୋଧନ, କିଏ ଆଧାର ସହ ରାସନ କାର୍ଡ ତ ଆଉ କିଏ ମୋବାଇଲ ନମ୍ବର ସହ ଆଧାର ସଂଯୋଗ କରିବାକୁ ଆସୁଛି । ସେହିପରି ଯେଉଁ ହିତାଧିକାରୀମାନେ ଭୁବନେଶ୍ୱରରେ ସୁଭଦ୍ରା ଯୋଜନାରେ ଆବେଦନ କରିପାରୁ ନାହାନ୍ତି, ସେମାନେ ଗାଁକୁ ପଳାଉଛନ୍ତି । ଏପଟେ ସୁଭଦ୍ରା ଆବେଦନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ । 

ବାପୁଜୀ ନଗର ମୋସେବା କେନ୍ଦ୍ରରୁ ନେଇ ସହିଦନଗର, ବାଣୀବିହାରସ୍ଥିତ ଆଧାର ସଂଶୋଧନ କେନ୍ଦ୍ର, ପାଣ୍ଡରା ଜନସେବା କେନ୍ଦ୍ର, ଆଚାର୍ଯ୍ୟ ବିହାର ଓକାକ୍‌ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ପୂର୍ବାହ୍ଣ ୧୦ଟାରୁ ସର୍ଭର ଡାଉନ୍‌ ଯୋଗୁ ୱେବସାଇଟ୍‌ ଖୋଲିବା ଓ ତଥ୍ୟ ଅପ୍‌ଡେଟ୍‌ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଫଳରେ ବହୁ ହିତାଧିକାରୀ କେନ୍ଦ୍ର ବାହାରେ ବସିରହି ବିରକ୍ତି ପ୍ରକାଶ କରୁଛନ୍ତି । ହିତାଧିକାରୀଙ୍କ ଅଭିଯୋଗ, ସୁଭଦ୍ରା ପାଇଁ ଫର୍ମ ସଂଗ୍ରହ କରିବା କଷ୍ଟ ନୁହେଁ, ମାତ୍ର ତଥ୍ୟ ଦେଇ ଅପଡେଟ୍‌ କରିବା କିମ୍ବା ସଂଶୋଧନ କରିବା ବହୁତ କଷ୍ଟ । ସମୟ ସାପେକ୍ଷ ହେଉଥିବାରୁ କେତେକ କେନ୍ଦ୍ରେରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ଚାଲୁଛି ବୋଲି ଜଣେ ମୋ-ସେବା କେନ୍ଦ୍ର କର୍ମଚାରୀ କହିଛନ୍ତି । ପ୍ରକାଶ ଥାଉକି, ସୁଭଦ୍ରା ପାଇଁ ବିଏମସିର ୬୬୫ସ୍ଥାନରେ ଫର୍ମ ବଣ୍ଟା ଚାଲିଛି । ବିଏମସିର ତିନିଟି ଜୋନ୍‌ ଯଥା-ଉତ୍ତର ଓ ଦକ୍ଷିଣ-ପଶ୍ଚିମ ଜୋନର ଯଥାକ୍ରମେ ୪୨ଟି ସ୍ଥାନ, ଦକ୍ଷିଣପୂର୍ବ-ଜୋନର ୫୦ଟି ସ୍ଥାନରେ ଫର୍ମ ଦିଆଯାଉଛି । ସେହିପରି ସିଡିପିଓ-୧ ଅଧୀନରେ ୧୨୦, ସିଡିପିଓ-୨ ଅଧୀନରେ ୧୦୨ ସହ ସିଡିପିଓ-୩ ଅଧୀନରେ ୧୫୬ ସ୍ଥାନ ସହ ଅବଶିଷ୍ଟ ୧୫୬ଟି ମୋ-ସେବା କେନ୍ଦ୍ରରେ ଫର୍ମ ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.