ନୂଆଦିଲ୍ଲୀ,୨।୭: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ। ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅନୁସୂଚିତ ଜାତି (SC) ଏବଂ ଜନଜାତି (ST) ବର୍ଗ ପାଇଁ କର୍ମଚାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦୋନ୍ନତିରେ ସଂରକ୍ଷଣର ଏକ ଆନୁଷ୍ଠାନିକ ନୀତି କାର୍ଯ୍ୟକାରୀ କରିଛନ୍ତି। ଏହି ନୀତି ୨୩ ଜୁନ୍ ୨୦୨୫ ରୁ କାର୍ଯ୍ୟକାରୀ ହୋଇଛି। ଏହାକୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ପ୍ରଶାସନରେ ସାମାଜିକ ଅନ୍ତର୍ଭୁକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।
ଏହି ସଂରକ୍ଷଣ ନୀତି ବିଚାରପତିଙ୍କ ଉପରେ ଲାଗୁ ହେବନି। କେବଳ ରେଜିଷ୍ଟାର, ବରିଷ୍ଠ ବ୍ୟକ୍ତିଗତ ସହାୟକ, ସହକାରୀ ଲାଇବ୍ରେରିଆନ୍, ଜୁନିଅର କୋର୍ଟ ଆସିଷ୍ଟାଣ୍ଟ, ଚାମ୍ବର ଆଟେଣ୍ଡାଣ୍ଟ ସହ ଅନ୍ୟ କର୍ମଚାରୀଙ୍କ ପଦରେ ଲାଗୁ ହେବ। ନୂଆ ମଡେଲ ରେଷ୍ଟର ଅନୁସାରେ କର୍ମଚାରୀଙ୍କୁ ତିନୋଟି ଶ୍ରେଣୀ-ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅଣସଂରକ୍ଷିତ ରେ ବର୍ଗୀକୃତ କରାଯାଇଛି।
୨୪ ଜୁନ୍ରେ ଜାରି କରାଯାଇଥିବା ସର୍କୁଲାରରେ ପଦରେ ସଂରକ୍ଷଣ ନେଇ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟ ପ୍ରତିବର୍ଷ ୨୦୦ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଏଭଳି ଭାବରେ ପ୍ରତିବର୍ଷ ହେବାକୁ ଥିବା ଭର୍ତ୍ତିରେ ୧୫% ଏସ୍ସି ଓ ୭.୫% ଏସ୍ଟି ସଂରକ୍ଷଣ ଲାଗୁ ରହିବ। ଏଭଳି ସ୍ଥିତିରେ ମୋଟ ପଦକୁ ଏସ୍ସି ସଂରକ୍ଷିତ କରାଯିବ। ଏହାଛଡା ୧୫ ପଦ ଏସ୍ଟି ବର୍ଗ ପାଇଁ ପ୍ରସ୍ତୁତ କରାଯିବ। ସୁପ୍ରିମକୋର୍ଟଙ୍କ ଏହି ରାୟ ସାମାଜିକ ନ୍ୟାୟର ଦାବିକୁ ଦେଖି ଖୁବ୍ ଗୁରୁତ୍ବପୂର୍ଣ୍ଣ।
କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିଯୁକ୍ତି ଡିଟେଲରେ କୁହାଯାଇଛି ସିନିୟର ପର୍ସନାଲ ଆସିଷ୍ଟାଣ୍ଟର ୯୪ ପଦ ନିଯୁକ୍ତିରେ ୧୪ ଏସ୍ସି କୋଟା ପାଇଁ ରହିବ। ଏହାଛଡା ୬ଟି ପଦ ଏସ୍ଟି କୋଟା ପାଇଁ ସଂରକ୍ଷିତ ରହିବ। ୭୪ ପଦକୁ ଅଣସଂରକ୍ଷିତ କରାଯିବ। ଏଭଳି ଭାବରେ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ୨୦ ପଦରେ ୩ ଜଣଙ୍କୁ ଏସ୍ସି ଓ ଜଣକୁ ଏସ୍ଟି କୋଟାରେ ରଖାଯିବ। ଜୁନିଅର କୋର୍ଟ ଆସିଷ୍ଟାଣ୍ଟର କଥା ଯଦି ହେବା ତେବେ ୪୩୭ ପଦ ରହିଛି, ଯାହା ଭିତରେ ୬୫ ପଦ ଏସ୍ସି ପାଇଁ ସଂରକ୍ଷିତ ହେବ। ଏହାଛଡା ୩୨ ପୋଷ୍ଟ ଏସ୍ଟି ପାଇଁ ହେବ। ୩୪୦ ପଦ ଅଣସଂରକ୍ଷିତ ରହିବ। କେବଳ ସେତିକି ନୁହେଁ ଜୁନିଅର କୋର୍ଟ ଆସିଷ୍ଟାଣ୍ଟର ୨୦ ପଦ ଉପରେ ମଧ୍ୟ କୋଟା ଲାଗୁ ରହିବ। ଜୁନିଅର କୋର୍ଟ ଆଟେଣ୍ଡାଣ୍ଟକୁ ମଧ୍ୟ ୬୦୦ ପଦରେ ସଂରକ୍ଷଣ ଲାଗୁ ହେବ। କେବଳ ସେତିକି ନୁହେଁ ଚାମ୍ବର ଆଟେଣ୍ଡାଣ୍ଟ ପଦରେ ମଧ୍ୟ କୋଟା ଲାଗୁ ହେବ। ସର୍କୁଲାରରେ କୁହାଯାଇଛି, ଯଦି ସଂରକ୍ଷଣ ନିୟମକୁ ଲାଗୁ କରାଯିବନି ତେବେ ଏହାର ଅଭିଯୋଗ ରେଜିଷ୍ଟାରଙ୍କୁ କରାଯାଉ।