ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଜଷ୍ଟିସ୍ ଆଲୋକ ଆରୋଧେ ଏବଂ ଜଷ୍ଟିସ୍ ବିପୁଲ ମନୋଭାଇଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି; କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ କଲେଜିୟମ୍

Published By : Manoj | August 26, 2025 10:16 AM

ନୂଆଦିଲ୍ଲୀ,୨୫/୦୮: ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟର ୨ ଜଣ ମୁଖ୍ୟ  ବିଚାରପତିଙ୍କୁ ପଦୋନ୍ନତି ଦେବା ଲାଗି କେନ୍ଦ୍ର  ସରକାରଙ୍କୁ ସୁପାରିସ କରିଛନ୍ତି । ସେମାନେ  ହେଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି  ଆଲୋକ ଆରୋଧେ ଏବଂ ପାଟନା ହାଇକୋର୍ଟର  ମୁଖ୍ୟ ବିଚାରପତି ବିପୁଲ ମନୋଭାଇ ପଞ୍ଚୋଲି ।  

ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ବି.ଆର ଗଭଇଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ଦୁଇ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଲାଗି ସୁପାରିସ କରାଯାଇଛି । କଲେଜିୟମର ଅନ୍ୟ ସଦସ୍ୟଙ୍କ ଭିତରେ ଅଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌  ବିକ୍ରମ ନାଥ, ଜଷ୍ଟିସ ଜେ.କେ ମାହେଶ୍ୱରୀ ଓ  ଜଷ୍ଟିସ ବି.ଭି ନାଗରତ୍ନା । ଦୁଇ ନୂଆ ବିଚାରପତି  ନିଯୁକ୍ତ ହେବା ଫଳରେ ସୁପ୍ରିମକୋର୍ଟର ମୋଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇବ । ଯାହାକି ମୋଟ ଅନୁମୋଦିତ ସଂଖ୍ୟା ସହ ସମାନ ।  ଜଷ୍ଟିସ ଆରାଧେ ଚଳିତବର୍ଷ ଜାନୁଆରୀରେ  ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ  ନିଯୁକ୍ତ ହୋଇଛନ୍ତି । ସେହିଭଳି ଜଷ୍ଟିସ ପଞ୍ଚୋଲି  ଗତ ଜୁଲାଇରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।

୧୯୬୪ ମସିହା ଏପ୍ରିଲ ମାସରେ ଜଷ୍ଟିସ ଆଲୋକ ଆରୋଧେ ଜନ୍ମ ଗ୍ରହଣ କରିଥିଲେ। ୨୦୦୯ ମସିହା ଡିସେମ୍ବରରେ ମଧ୍ୟପ୍ରଦେଶର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୧୧ ଫେବୃଆରୀରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ତାଙ୍କୁ ୨୦୧୬ରେ ଜମ୍ମୁ ଓ କାଶ୍ମୀର ହାଇକୋର୍ଟକୁ ବଦଳି କରାଯାଇଥିଲା ଏବଂ ମେ' ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ପାଇଁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ଜଷ୍ଟିସ୍ ଆରାଧେଙ୍କୁ କର୍ଣ୍ଣାଟକ ହାଇକୋର୍ଟକୁ ବିଚାରପତି ଭାବରେ ସ୍ଥାନାନ୍ତର କରାଯାଇଥିଲା ଏବଂ ୨୦୨୨ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୨୦୨୩ ଜୁଲାଇରେ ତାଙ୍କୁ ତେଲେଙ୍ଗାନା ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ପରେ ୨୦୨୫ ଜାନୁଆରୀ ୨୧ ତାରିଖ ରେ ବମ୍ବେ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବରେ ସ୍ଥାନାନ୍ତର କରାଯାଇଥିଲା।

ଜଷ୍ଟିସ ବିପୁଲ ମନୋଭାଇ ପଞ୍ଚୋଲି ୧୯୬୮ମସିହା ମଇ ୨୮ ତାରିଖରେ ଅହମ୍ମଦାବାଦରେ ଜନ୍ମ ଗ୍ରହଣ ହୋଇଥିଲା।  ସେ ଜୁନ୍ ୨୦୧୬ରେ ଗୁଜରାଟ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଜୁଲାଇ ୨୦୨୩ରେ ତାଙ୍କୁ ପାଟନା ହାଇକୋର୍ଟକୁ ବଦଳି କରାଯାଇଥିଲା ଏବଂ ୨୦୨୫ରେ ଜୁଲାଇ ୨୧ରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.