ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଫିଟୁଛି ବାଟ ଫେରିବେ ସୁନୀତା; ISSରେ ପ୍ରବେଶ କଲା NASAର Crew-10,ଜାଣନ୍ତୁ ଡକିଂ ଟାଇମିଂ

Published By : Ankita S | March 16, 2025 1:09 PM

ୱାଶିଂଟନ,୧୬/୦୩: ଦୀର୍ଘ ୯ମାସ ଅପେକ୍ଷାର ହେବ ଅନ୍ତ ହେବାକୁ ଯାଉଛି । ଧୀରେ ଧୀରେ ଫିଟୁଛି ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା ବାଟ । ଖୁବଶୀଘ୍ର ଫେରିବେ ନାସା ମହକାଶଚାରୀ ସୁନୀତା ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର । ଦୁହିଁଙ୍କୁ ପୃଥିବୀକୁ ସୁରୁଖୁରରେ ଫେରାଇ ଆଣିବାକୁ ନାସା କ୍ରୁ-10 ମିଶନକୁ ଲଞ୍ଚ କରିସାରିଛି । ଭାରତୀୟ ସମୟ ଶନିବାର ଭୋର ୪ଟା ୩୩ ମିନିଟରେ ଏହି ମିଶନ୍ ଲଞ୍ଚ ହୋଇଛି । ISSରେ ପ୍ରବେଶ କରିଛି ନାସାର କ୍ରିଉ-୧୦ ଫାଲକନ ୯ ରକେଟ୍ । ଗତ ୯ମାସ ହେବ ମହାକାଶରେ ଫସିଛନ୍ତି ଭାରତୀୟ ବଂଶଭୋବ ସୁନୀତା ୱିଲିୟମ୍ସ । ମାର୍ଚ୍ଚ ୧୯ ସୁଦ୍ଧା ସୁନୀତା ପୃଥିବୀକୁ ଫେରିବା ଆଶା କରାଯାଉଛି ।

ଗତ ୯ ମାସ ଧରି ଆଇଏସ୍ଏସରେ ଅଟକି ରହିଛନ୍ତି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର । ତାଙ୍କୁ ଘର ବାହୁଡ଼ା ନେଇ ବାରମ୍ବାର ଚେଷ୍ଟା କରିଥିଲା ନାସା । ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ନାସା କ୍ରୁ-୧୦ ମିଶନ ଲଞ୍ଚ କରିଥିଲା । ହେଲେ ପାଗ ଅନୁକୁଳ ନଥିବା ମିଶନ ଫେଲ ମାରିଥିଲା । ରକେଟ୍ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ହାଇଡ୍ରୋଲିକ୍ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏହାପୂର୍ବରୁ ମଧ୍ୟ ଏହି ମିଶନ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଛି । ଏହା ପରେ ପୁଣି ୧୩ରେ ଫାଲକନ୍ ୯ ରକେଟ୍ ମାଧ୍ୟମରେ କ୍ରୁ -୧୦ ମିଶନ ଲଞ୍ଚ ହୋଇଥିଲା । ଯାହା ଆଇଏସଏସରେ ପ୍ରବେଶ କରି ସାରିଛି । ଗତବର୍ଷ ଜୁନ୍ ୫ ରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବା ପରେ ମହାକାଶଯାନରେ ହିଲିୟମ୍ ଲିକ୍ ହେବାର ସମସ୍ୟା ଦେଖାଦେଇଥିଲା। ଏହାର ୫ ଥ୍ରଷ୍ଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏମିତିକି ଯାନକୁ ବିଜୁଳି ଯୋଗାଉଥିବା ସର୍ଭିସ ମଡ୍ୟୁଲରେ ମଧ୍ୟ ସମସ୍ୟା ଦେଖାଦେଇଥିଲା। ଫଳରେ ୮ ଦିନ ପାଇଁ ଯାଇଥିବା ଦୁଇ ମହାକାଶଚାରୀ ୯ ମାସ ହେବ ଫସି ରହିଛନ୍ତି ।

ଅଧିକ ପଢନ୍ତୁ...ସୁନୀତା ଓ୍ବିଲିୟମ୍ସଙ୍କୁ ସୁରୁଖୁରୁରେ ପୃଥିବୀ ପୃଷ୍ଠକୁ ଫେରାଇବା ପାଇଁ କେତେ ବେଗର ଆବଶ୍ୟକତା ରହିଛି? ସ୍ପେସ୍‌ ଏକ୍ସ ପାଇଁ ଟର୍ଣ୍ଣିଂ ପଏଣ୍ଟ କ'ଣ?


ନାସା-ସ୍ପେସ୍ଏକ୍ସ ମହାକାଶ ଯାନ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଆଇଏସ୍‌ଏସ୍‌ରେ ପ୍ରବେଶ କରି ସାରିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ୪ ମହାକାଶଚାରୀଙ୍କୁ ଆଲିଙ୍ଗନ କରି ଯୁଦ୍ଧ ଜିତିବା ପରି ସେଲିବ୍ରେସନ କରିଛନ୍ତି ସୁନୀତା ଓ ବୁଚ୍ । ଘରକୁ ଫେରିବା ଖୁସିରେ ଝୁମିଲେ ସୁନୀତା । ମାର୍ଚ୍ଚ ୧୬ ତାରିଖ ଅର୍ଥାତ ରବିବାର ଭାରତୀୟ ସମୟ ରାତି ୧୧ଟା ୩୦ ମିନିଟରେ ଡକିଂ ହେବ । ଏହା ପରେ ୪ ଜଣ ନୂଆ ମହାକାଶଚାରୀ କ୍ରୁ ୯ ର କାର୍ଯ୍ୟ ଗ୍ରହଣ କରିବେ । ମାର୍ଚ୍ଚ ୧୯ ରେ କ୍ରୁ ୯ ସଦସ୍ୟମାନେ ପୃଥିବୀକୁ ଫେରିବେ । ଯଦି ସବୁ ଠିକଠାକ ଚାଲେ ତେବେ, ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ମାର୍ଚ୍ଚ ୧୯ ରେ ପୃଥିବୀକୁ ଫେରିବେ। ଏହା ୨ ରୁ ୫ ଦିନ ସମୟ ଲାଗିପାରେ । ତେବେ ଦୁଇ ମହାକାଶଚାରୀ ଫେରିବା ପରେ ତାଙ୍କ ଚାଲିବାକୁ ନେଇ ସମସ୍ୟା ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ ମହାକାଶରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ନଥିବାରୁ ସେମାନେ ଭାସମାନ ଅବସ୍ଥାରେ ରହିଥାନ୍ତି । ଚାଲିବା ପାଇଁ କିଛି ଜିନିଷର ସାହାରା ନେବାକୁ ପଡିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.