ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଭାରତ ପାକ୍ ଯୁଦ୍ଧରେ ଲାଗିଛି ଅସ୍ତ୍ରବିରତି, ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ: ସୂର୍ଯ୍ୟବଂଶୀ ସୂରଜ

Published By : Prameya | May 11, 2025 1:02 PM

ଭୁବନେଶ୍ୱର, ୧୧।୫: ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ବାହ୍ୟ ଶକ୍ତି କିମ୍ବା ଅନ୍ତ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯିବ । କାରଣ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ ।  ଛାତ୍ରଛାତ୍ରୀଙ୍କ ଭିତରେ ଦେଶ ସେବା ପାଇଁ ଆଗ୍ରହ ଅଛି । ଏବେ ସେହି ସୁଯୋଗ ସୃଷ୍ଟି କରାଯିବ, ଯାହା ଆଗରୁ ସୃଷ୍ଟି ହୋଇନଥିଲା । ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ଏଥିପାଇଁ ଏକ ସ୍ୱତନ୍ତ୍ର କ୍ଲଜ୍ ଅଛି । ଭାରତ ପାକ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ଏବେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ଓଡ଼ିଶାର ପିଲାମାନଙ୍କୁ ଏଭଳି ଯୁଦ୍ଧର ମୁକାବିଲା ପାଇଁ ତାଲିମ ଦିଆଯିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । 

ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ କୌଶଳର ତାଲିମ ଦିଆଯିବା ସହ ସେମାନଙ୍କୁ ସାମରିକ କିମ୍ୱା ଅର୍ଦ୍ଧ ସାମରିକ ବାହିନୀରେ କିଭଳି ସାମିଲ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ଅନେକ ସର୍ବଦଳୀୟ ବୈଠକ ଡକାଯାଇଛି । ସମସ୍ତେ ଦେଶ ପାଇଁ ଏକ ହୋଇଛନ୍ତି । ସମସ୍ତଙ୍କୁ ନେଇ ସିଜ୍‌ଫାୟାର ନିଷ୍ପତ୍ତି ନିଆଯାଇଛି । ସବୁ ନିଷ୍ପତ୍ତିର କ୍ଷମତା ସେନାକୁ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.