ଲକ୍ଷ୍ନୌ,୨୮/୦୭: ଉତ୍ତରପ୍ରଦେଶ ବାରାବାଙ୍ଗୀ ଅବସାନେଶ୍ୱର ଶିବ ମନ୍ଦିରରେ ବଡ଼ ଅଘଟଣ ଘଟିଛି । ଦଳଚକଟା ହୋଇ ୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ ଦଳଚକଟା ସ୍ଥିତି ଉପୁଜିଥିଲା । ବର୍ଷାରୁ ରକ୍ଷା ପାଇବାକୁ ୨ ଶ୍ରଦ୍ଧାଳୁ ଆଶ୍ରୟ ନେଇଥିବା ସ୍ଥାନରେ କରେଣ୍ଟ ଲାଗିଥିଲା । ମାଙ୍କଡ ଇଲେକ୍ଟ୍ରି ତାରକୁ ଡ଼େଇଁବା ପରେ ଶ୍ରଦ୍ଧାଳୁଙ୍କୁ କଲେଣ୍ଟ ଲାଗିଥିଲା । ଏହାପରେ ଦଳଚକଟା ସ୍ଥିତି ଉପୁଜିଥିଲା । ଏଥିରେ ୧୯ ଲୋକ ଆହତ ହୋଇଛନ୍ତି । ଗତକାଲି ହରିଦ୍ୱାର ମନସା ଦେବୀ ମନ୍ଦିରରେ ଦଳାଚକଟାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି (ସୋମବାର) ସକାଳୁ ଆଉ ଏକ ବଡ଼ ଅଘଟଣ ଘଟିଛି । ଶ୍ରାବଣ ସୋମବାର ମହାଦେବକୁ ଜଳଲାଗି କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।
ବାବାବାଙ୍କୀ ଜିଲ୍ଲାପାଳ ଶଶାଙ୍କ ତ୍ରିପାଠୀ କହିଛନ୍ତି, ଶ୍ରାବଣ ସୋମବାର ହୋଇଥିବାକୁ ଅବସାନେଶ୍ୱର ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ଇଲେକ୍ଟ୍ରି ତାର ସେଡ ଉପରେ ପଡିବାରୁ ୨ ଜଣ ଶ୍ରଦ୍ଧାଳୁଙ୍କୁ କରେଣ୍ଟ ଲାଗିଗଲା । ଭୟରେ ଲୋକ ଦୌଡା ଦୌଡ଼ି କରିବାରୁ ୧୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହାଇଦରଗଡ଼ ଏବଂ ତ୍ରିବେଦୀଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି । ମନ୍ଦିରରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।
#WATCH | Barabanki, Uttar Pradesh | Barabanki DM Shashank Tripathi says, "Devotees came to Ausaneshwar Mahadev temple to offer prayers on Monday of the 'saavan' month. The electric wire broke and fell on the shed. Around 19 people were injured by electric shock. The injured were… pic.twitter.com/Vitn7dzVih
— ANI (@ANI) July 28, 2025
ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଶାସନକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ...ହରିଦ୍ୱାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ, ଦଳାଚକଟାରେ ୮ ମୃତ
କହି ରଖୁଛୁ କି, ଗତକାଲି (ରବିବାର) ଉତ୍ତରାଖଣ୍ଡ ମନସା ଦେବୀ ମନ୍ଦିରରେ ଦଳଚକଟା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୯ରୁ ଅଧିକ ଆହତ ହୋଇଥିଲେ । ବିଦ୍ୟୁତ୍ ଝଟକାରୁ ଗୁଜବ ପରେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଥିଲା ।