ପ୍ରମୂଖ ଖବର
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

'ବିହାରରେ ମୃତ ଲୋକ ପୂରଣ କରିଛନ୍ତି SIR ଫର୍ମ’, ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଲା ADR

Published By : Harapriya Biswal | July 27, 2025 7:45 PM

ନୂଆଦିଲ୍ଲୀ,୨୨।୭:  ବିହାରରେ ଜାରି ସ୍ପେଶାଲ ଇଣ୍ଟେନସିଭ ରିଭିଜନ୍ (ଏସ୍‌ଆଇଆର)କୁ ନେଇ ଆବେଦନକାରୀ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନ୍‌ଙ୍କ ଉପରେ ଅଭିଯୋଗ କରିଛନ୍ତି। ଆସୋସିଏସନ୍‌ ଫର ଡେମୋକ୍ରାଟିକ୍ ରିଫର୍ମସ୍(ଏଡିଆର) ଓ ଆରଜେଡି ଅଭିଯୋଗ କରିଛି ଏସଆଇଆରରେ ଅନିୟମିତତା ଦେଖିବାକୁ ମିଳିଛି। ଆବେଦନକାରୀ କହିଛନ୍ତି, ବିଏଲ୍‌ଓ ନିଜେ ଗଣନା ଫର୍ମରେ ଦସ୍ତଖତ କରିଛନ୍ତି। ମୃତ ଲୋକଙ୍କୁ ଫର୍ମ ଭରିବାର ଦେଖିବାକୁ ମିଳିଛି ଓ ଯେଉଁ ଲୋକ ଫର୍ମ ଭରି ନାହାନ୍ତି, ତାଙ୍କୁ କୁହାଯାଇଥିଲା ସେମାନଙ୍କ ଫର୍ମ ପୁରା ହୋଇଯାଇଛି। 

ନିର୍ବାଚନ କମିଶନ୍ ଏହି ଦାବିକୁ ବିରୋଧ କରିଛନ୍ତି।  ସେ କହିଛନ୍ତି ପକ୍ରିୟାରେ କୌଣସି ଅନିୟମିତତା ହୋଇନି। ଆବେଦନକାରୀ ଶନିବାର (୨୭ ଜୁଲାଇ ୨୦୨୫) ରେ ସୁପ୍ରିମକୋର୍ଟଙ୍କୁ କହିଥିଲେ ନିର୍ବାଚନ କମିଶନଙ୍କ ସଂଖ୍ୟାର କୌଣସି ମୂଲ୍ୟ ନାହିଁ, କାରଣ ଅଧିକାଂଶ ବିନା ଦସ୍ତାବିଜରେ ଜମା କରାଯାଇଥିଲା। 

ଆରଜେଡି ଅଭିଯୋଗ କରିଥିଲା, ନିର୍ବାଚନ କମିଶନଙ୍କ ପକ୍ଷରୁ ଠିକ୍ ସମୟରେ ଲକ୍ଷ୍ୟ ପୂରା କରିବା ପାଇଁ ମତଦାତାଙ୍କ ସୂଚନା କିମ୍ବା ସହମତି ବିନା ବିଏଲଓ ପକ୍ଷରୁ ବହୁ ପରିମାଣରେ ଗଣନା ଫର୍ମ ଅପଲୋଡ୍ କରାଯାଉଛି। ବହୁ ମତଦାତା କହିଛନ୍ତି ଯେ, ତାଙ୍କର ଫର୍ମ ଅନଲାଇନ୍ ଜମା କରି ଦିଆଯାଇଛି, ସେଭଳି ସେ କେବେ କୌଣସି ବିଏଲଓଙ୍କୁ ସାକ୍ଷାତ କରିନାହାନ୍ତି କିମ୍ବା କୌଣସି ଦସ୍ତାବିଜ ଉପରେ ଦସ୍ତଖତ କରି ନାହାଁନ୍ତି। ଏଡିଆର ମଧ୍ୟ କହିଛନ୍ତି ଯେ, ମୃତ ବ୍ୟକ୍ତିଙ୍କ  ଫର୍ମ ମଧ୍ୟ ଜମା କରାଯାଇଛି। ସୁପ୍ରିମକୋର୍ଟ ଏହି ମାମଲାରେ ସୋମବାର ଶୁଣାଣି କରିବେ। ନିର୍ବାଚନ କମିଶନ୍‌ ବିହାରରେ ମତଦାତା ସୂଚୀ ଚାରି କରି ଏସଆଇଆରକୁ ଠିକ୍ କହଛନ୍ତି ଏହାଦ୍ବାରା ମତଦାତା ସୂଚୀରୁ ହଟାଇବା ଦ୍ବାରା ନିର୍ବାଚନର ଶୁଦ୍ଧତା ବଢିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.