ପ୍ରମୂଖ ଖବର
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ସେମିକଣ୍ଡକ୍ଟର ପାୱାର ହାଉସ୍‌ ହେବ ଭାରତ, ଦେଶରେ ବିଶ୍ୱର ୨୦% ଚିପ୍‌ ଡିଜାଇନ ଇଞ୍ଜିନିୟର

Published By : Prameya | July 27, 2025 1:31 PM

ନୂଆଦିଲ୍ଲୀ,୨୭/୦୭: ଭାରତରେ ବିଶ୍ୱର  ପ୍ରାୟ ୨୦% ଚିପ୍‌ ଡିଜାଇନ୍‌ ଇଞ୍ଜିନିୟର ଅଛନ୍ତି ।  ଏହାକୁ ନଜରରେ ରଖି ଘରୋଇ ବଜାରରେ ଏକ  ସ୍ୱୟଂସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ବିକାଶ  ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି ଦିଗରେ ଜୋରଦାର  ଉଦ୍ୟମ ହେଉଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ  ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ୍‌ ପ୍ରସାଦ  ଲୋକସଭାରେ ସୂଚନା ଦେଇଛନ୍ତି ।  

ଶ୍ରୀ ପ୍ରସାଦ କହିଛନ୍ତି, ପ୍ରମୁଖ ସେମିକଣ୍ଡକ୍ଟର  କମ୍ପାନିଗୁଡ଼ିକ ଭାରତରେ ଚିପ୍‌ ଡିଜାଇନ୍‌ ଏବଂ  ଗବେଷଣା କେନ୍ଦ୍ର ସ୍ଥାପନ କରିଛନ୍ତି । ଭାରତରେ  ଡିଜାଇନ୍‌ ହୋଇଥିବା ଥ୍ରୀ ଏନ୍‌ଏମ୍‌ ସେମିକଣ୍ଡକ୍ଟର  ଚିପ୍‌ ନିକଟରେ ଉନ୍ମୋଚିତ ହୋଇଥିଲା । ଏହା  ଭାରତୀୟ ଇଞ୍ଜିନିୟରମାନଙ୍କର ବୈଷୟିକ  କ୍ଷମତା ଏବଂ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ  ଭାରତୀୟ ଡିଜାଇନ୍‌ କେନ୍ଦ୍ରଗୁଡ଼ିକର ଗୁରୁତ୍ୱକୁ  ପ୍ରଦର୍ଶନ କରୁଛି।

ସେ ଆହୁରି କହିଛନ୍ତି, ସେମିକଣ୍ଡକ୍ଟର ଚିପ୍‌  ଡିଜାଇନରେ ପ୍ରତିଭା ବିକାଶକୁ ପ୍ରୋତ୍ସାହିତ  କରିବା ପାଇଁ ସରକାର ଭିଏଲ୍‌ଏସ୍‌ଆଇ  ଡିଜାଇନ୍‌ ଏବଂ ପ୍ରଯୁକ୍ତି, ସମନ୍ୱିତ ସର୍କିଟ୍‌  (ଆଇସି) ଉତ୍ପାଦନ ପାଇଁ ଅଖିଳ ଭାରତୀୟ  ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)  ଦ୍ୱାରା ନୂତନ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି ।  ସେମିକଣ୍ଡକ୍ଟର ଡିଜାଇନ୍‌ କ୍ଷେତ୍ରରେ ୮୫ ହଜାର  କୁଶଳୀ ଶ୍ରମଶକ୍ତି ଏବଂ ସେମିକଣ୍ଡକ୍ଟର ଚିପ୍ସ  ଡିଜାଇନ୍‌ କରିବା ପାଇଁ ଇଡିଏ ଉପକରଣ ପ୍ରଦାନ  କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।  ବର୍ତ୍ତମାନସୁଦ୍ଧା ୧୦୦ଟି ପ୍ରତିଷ୍ଠାନରୁ ୪୫ ହଜାରରୁ ଅଧିକ ଛାତ୍ର ପଞ୍ଜୀକୃତ ହୋଇଛନ୍ତି ।  

ଏହାବ୍ୟତୀତ ଏନ୍‌ଆଇଇଏଲ୍‌ଟି କାଲିକଟରେ  ଦକ୍ଷ ମାନବ ସମ୍ବଳ ଉନ୍ନତ ଗବେଷଣା ଓ ତାଲିମ  (ସ୍ମାର୍ଟ) ଲ୍ୟାବ୍‌ ଦେଶବ୍ୟାପୀ ୧ ଲକ୍ଷ ଇଞ୍ଜିନିୟରଙ୍କୁ  ତାଲିମ ଦେଉଛି । ବର୍ତ୍ତମାନ ସୁଦ୍ଧା ୪୪ ହଜାରରୁ  ଅଧିକ ଇଞ୍ଜିନିୟର ତାଲିମ ନେଇସାରିଛନ୍ତି । ବିଭିନ୍ନ  ଶିଳ୍ପ ସଂସ୍ଥା ଏବଂ ଲାମ୍‌ ରିସର୍ଚ୍ଚ, ଆଇବିଏମ୍‌ ଓ  ପର୍ଡ୍ୟୁ ବିଶ୍ୱବିଦ୍ୟାଳୟ ଭଳି ବିଶ୍ୱବିଦ୍ୟାଳୟ ସହ  ସହଭାଗିତା ସ୍ଥାପନ କରାଯାଇଛି । ବିଶ୍ୱସ୍ତରୀୟ  ସେମିକଣ୍ଡକ୍ଟର ଡିଜାଇନ୍‌ କମ୍ପାନୀଗୁଡ଼ିକ ଏବେ  ଅତ୍ୟାଧୁନିକ ଚିପ୍ସ ଡିଜାଇନ୍‌ କରିବା ପାଇଁ  ଭାରତରେ ସେମାନଙ୍କର କାର୍ଯ୍ୟବଳକୁ ଦ୍ରୁତ  ଗତିରେ ବିସ୍ତାର କରୁଛନ୍ତି ।  

କେନ୍ଦ୍ର ସରକାର ୭୬ ହଜାର କୋଟି  ଟଙ୍କା ବ୍ୟୟବରାଦ ସହ ସେମିକନ୍‌ ଇଣ୍ଡିଆ  କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି । ଛଅଟି  ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ୨୨ ଡିଜାଇନ୍‌- ଆଧାରିତ ପ୍ରୋତ୍ସାହନ (ଡିଏଲ୍‌ଆଇ) ପ୍ରକଳ୍ପକୁ  ଅନୁମୋଦନ ମିଳିଛି । ୭୨ଟି କମ୍ପାନୀକୁ ଚିପ୍‌  ଡିଜାଇନ୍‌ ଭିତ୍ତିଭୂମି ଯଥା ଇଡିଏ ଉପକରଣ  ଏବଂ ସିନପ୍ସିସ୍‌, କ୍ୟାଡେନ୍‌ସ, ସିମେନ୍‌ସ  ଇତ୍ୟାଦିରୁ ଏଫପିଜିଏ (ଫିଲ୍ଡ ପ୍ରୋଗ୍ରାମେବଲ୍‌  ଗେଟ୍‌ ଆରେ) ବୋର୍ଡ ପ୍ରଦାନ କରାଯାଇଛି ।  ପୋଷ୍ଟ ସିଲିକନ୍‌ ବୈଧତା ଏବଂ ପରୀକ୍ଷଣ  ଓ ପ୍ୟାକେଜିଂ ସହାୟତା ପାଇଁ ମଧ୍ୟ ସୁବିଧା  ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ  ପ୍ରସାଦ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.