ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଶତ୍ରୁ ପାଇଁ କାଳ ହେବ 'ରୁଦ୍ର-ଭୈରବ', ଅପରେସନ୍ ସିନ୍ଦୂର ପରେ ସେନାର ବଡ଼ ପଦକ୍ଷେପ; ଜାଣନ୍ତୁ କ'ଣ ପ୍ଲାନ୍‌ ?

Published By : Ankita S | July 27, 2025 10:10 AM

ନୂଆଦିଲ୍ଲୀ,୨୭/୦୭: ଥରିବ ଶତ୍ରୁ ଛାତି, ଉଡ଼ିବ ନିଦ । ଯେବେ ସାମ୍ନାକୁ ଆସିବେ ଭାରତୀୟ ସେନାର 'ରୁଦ୍ର' ଓ 'ଭୈରବ' । ଆଖି ଉଠାଇ ଦେଖିବାପାରିବ ନାହିଁ ଶତ୍ରୁ । ଅପରେସନ୍ ସିନ୍ଦୂର ପରେ ଭାରତୀୟ ସେନାର ଏକ ନୂଆ ରୂପ ଆସୁଛି । ଯାହା ପାକିସ୍ତାନ-ଚୀନକୁ ନାକେଦମ କରିବ । ଗଠନ ହେବ 'ରୁଦ୍ର' ବ୍ରିଗେଡ୍ ଓ 'ଭୈରବ' ବାଟାଲିୟନ । ଭାରତୀୟ ସେନା ଏକ 'ଅଲ୍‌-ଆର୍ମସ ବ୍ରିଗେଡ୍‌' ଗଠନ କରିବାକୁ ଯାଉଛି । ଯାହାକୁ ରୁଦ୍ର ନାମରେ ପରିଚିତ କରାଯିବ । ଏଥିରେ ପଦାତିକ, ଯାନ୍ତ୍ରିକ ପଦାତିକ, ଆର୍ମୋର୍ଡ ୟୁନିଟ୍, ଆର୍ଟିଲେରି, ସ୍ପେଶାଲ ଫୋର୍ସ ଓ ମାନବବିହୀନ ଆକାଶ ପ୍ରଣାଳୀ ଭଳି ଲଢୁଆ ଉପାଦାନକୁ ଏକାଠି କରାଯିବ । ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଏ ନେଇ ଘୋଷଣା କରିଛନ୍ତି । 

ସୀମାନ୍ତ ଅଞ୍ଚଳରେ ମୁତୟନ ହୋଇଥିବା ସେନାର ଦୁଇଟି ପଦାତିକ ବ୍ରିଗେଡ୍କୁ ରୁଦ୍ରରେ ପରିଣତ କରାଯାଇ ସାରିଛି । ଯାହାକୁ ସ୍ୱତନ୍ତ୍ର ଲଜିଷ୍ଟିକ୍ ସପୋର୍ଟ ଓ ଯୁଦ୍ଧ ସହାୟତା ମିଳିବ । ସେନାର ଅଧିକ ବ୍ରିଗେଡ୍ ଏକକ ଅସ୍ତ୍ର ଆଧାରିତ ଥିଲା । ଏବେ ସେନା ତାହାକୁ ବଦଳାଇ 'ରୁଦ୍ର ବ୍ରିଗେଡ୍' ବନାଇଛି । ଯାହା ସ୍ଥାୟୀ ଭାବରେ ଏକାଠି ମୁତୟନ ହେବ । ଏଥିରେ ପଦାତିକ, ଆର୍ମୋର୍ଡ ୟୁନିଟ୍, ଆର୍ଟିଲେରି ଏବଂ ୟୁଏଭି ୟୁନିଟ୍  ରହିବ । ଏହାକୁ ସ୍ୱତନ୍ତ୍ର ଇଲାକା ଏବଂ ମିଶନ୍ ଅନୁସାରେ ଟେଲର-ମେଡ କରାଯାଇଛି । ସେହିଭଳି ସୀମାରେ ଶତ୍ରୁପକ୍ଷକୁ ଦମନ କରିବାକୁ ଚତୁର ଓ ଘାତକ ସ୍ପେଶାଲ ଫୋର୍ସ ୟୁନିଟ 'ଭୈରବ' ଲାଇଟ୍‌ କମାଣ୍ଡୋ ବାଟାଲିୟନ ଗଠନ କରାଯାଇଛି । ସବୁ ପଦାତିକ ବାଟାଲିୟନରେ ଏବେ ଡ୍ରୋନ୍‌ ପ୍ଲାଟୁନ୍‌ ଥିବାବେଳେ ଆର୍ଟିଲେରି 'ଦିବ୍ୟାସ୍ତ୍ର ବ୍ୟାଟେରୀ' ଏବଂ ଲଏଟର ମ୍ୟୁନିସନ୍‌ ବ୍ୟାଟେରୀ ଜରିଆରେ ନିଜର ଆକ୍ରମଣ ଶକ୍ତିକୁ ବହୁଗୁଣିତ କରିବ । ଭୈରବ କମାଣ୍ଡୋ ବାଟାଲିୟନ ଶତ୍ରୁ ସୀମାରେ ପଶି ଅପରେସନ୍ କରିବାକୁ ସକ୍ଷମ ହେବ । ୪୦ରୁ ୫୦ ନୂଆ ଭୈରବ ବାଟାଲିୟନ ପ୍ରସ୍ତୁତ ହେଉଛି । ଏହା ଦ୍ରୁତ, ଘାତକ ଏବଂ ସମ୍ପୂର୍ଣ୍ଣ ମର୍ଡନ ଟେକନିକଯୁକ୍ତ । ଶତ୍ରୁକୁ ଝଟକା ଦେବାକୁ ଭୈରବ ୟୁନିଟ୍‌ ପ୍ରସ୍ତୁତ ହୋଇଛି ।

ଅଧିକ ପଢନ୍ତୁ...'ଅପରେସନ୍‌ ସିନ୍ଦୂର' ଆମ ସଂକଳ୍ପ ; ଶତ୍ରୁ ଆଖି ଉଠାଇ ଦେଖିପାରିବ ନାହିଁ କହିଲେ ସେନାମୁଖ୍ୟ

ଭାରତର ଭୌଗୋଳିକ ସ୍ଥିତି ଓ ସୀମାରେ ପ୍ରତିକୂଳ ବାତାବରଣକୁ ଦୃଷ୍ଟିରେ ରଖି ଆର୍ମି ଏୟାର ଡିଫେନ୍ସକୁ ସ୍ୱଦେଶୀ କ୍ଷେପଣାସ୍ତ୍ରରେ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରାଯାଉଛି । ଅପରେସନ୍ ସିନ୍ଦୂର ପରେ ଭାରତୀୟ ସେନା ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.