ନୂଆଦିଲ୍ଲୀ,୨୭/୦୭: ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟ ବନାଇବା ଅଭିଯୋଗରେ ୟୁଟ୍ୟୁବର ମହମ୍ମଦ ଆମିର ଗିରଫ । ତାଙ୍କୁ ଗିରଫ କରିଛି ୟୁପି ପୁଲିସ । ମହମ୍ମଦ ଜଣେ ସାଧୁ ବେଶରେ ଏକ ଆପତ୍ତିଜନକ ଭିଡିଓ ବନାଇଥିଲେ। ଯେଉଁଥିରେ ସେ ସନ୍ଥ ଏବଂ ଦେବତାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ, ୟୁଟ୍ୟୁବର ଏକ ଭିଡିଓ ଜାରି କରି ତାଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଆଉ ଏପରି ଭିଡିଓ ତିଆରି କରିବେ ନାହିଁ।
ତେବେ ୟୁଟ୍ୟୁବର ଆମିର ପୋଷ୍ଟ କରିଥିବା ଭିଡିଓରେ, ଜଣେ ସାଧୁ ବେଶରେ ଏକ ଆପତ୍ତିଜନକ ଭିଡିଓ ତିଆରି କରିବା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ମୋର କଣ୍ଟେଣ୍ଟ କେବଳ ମନୋରଞ୍ଜନ ପାଇଁ, କାହାର ଭାବନାକୁ ଆଘାତ ଦେବା ପାଇଁ ନୁହେଁ। ଯଦି ଏଥିରେ କାହାକୁ ଆଘାତ ଲାଗିଛି, ତେବେ ମୁଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଆମିରଙ୍କୁ ୨୫ ଜୁଲାଇରେ ଗିରଫ କରାଯାଇଥିଲା।
ୟୁଟ୍ୟୁବର ଆହୁରି କହିଛନ୍ତି, 'ଏବେଠାରୁ ମୋ ଚ୍ୟାନେଲରେ କେବଳ ମନୋରଞ୍ଜନ ଭିଡିଓ ଦେଖାଯିବ। ମୁଁ ଏହା ଆଉ କରିବି ନାହିଁ। ଆଉ କାହାର ଭାବନାକୁ ଆଘାତ ଦିଆଯିବ ନାହିଁ। ମୁଁ ଆପଣଙ୍କୁ ଏହା ପ୍ରତିଶ୍ରୁତି ଦେଉଛି।' ଆପଣଙ୍କୁ କହି ରଖୁଛୁ ଯେ, ଆମିରଙ୍କୁ ମୁରାଦାବାଦ ପୁଲିସ ଗିରଫ କରିଥିଲା। ଏହା ପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା। ଆମିରଙ୍କର ୟୁଟ୍ୟୁବରେ TRT ନାମକ ଏକ ଚ୍ୟାନେଲ ଅଛି। ଯେଉଁଥିରେ ସେ କେବଳ ଅଶ୍ଳୀଳ ଭିଡିଓ ତିଆରି କରନ୍ତି ନାହିଁ ବରଂ ଅପମାନଜନକ ଭିଡିଓ ମଧ୍ୟ ତିଆରି କରନ୍ତି। ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ୟୁପିର ସମ୍ଭଲ ପୁଲିସ ଇନଷ୍ଟାଗ୍ରାମରେ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପରିବେଷଣ କରୁଥିବା ଦୁଇଜଣ ଇନଫ୍ଲୁଏନ୍ସରଙ୍କୁ ଗିରଫ କରିଥିଲା।