ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ହରିଦ୍ୱାରରୁ ହାଥରସ୍‌ ଯାଏ...୧୦ ବଡ଼ ଦୁର୍ଘଟଣା, ଯେବେ ଦଳଚକଟା ଦେଶକୁ ଦୋହଲାଇ ଦେଇଥିଲା, କେଉଁଠି ରହୁଛି ତ୍ରୁଟି ?

Published By : Ankita S | July 27, 2025 1:26 PM

ନୂଆଦିଲ୍ଲୀ,୨୭/୦୭: ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିବା ସାଧାରଣ କଥା, କିନ୍ତୁ ସାମାନ୍ୟ ଅସାବଧାନତା, କୌଣସି ଗୁଜବ କିମ୍ବା ଧାଁ ଦୌଡ଼ ଯୋଗୁଁ ଦଳାଚକଟା ଭଳି ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ । ଏପରି ଘଟଣାରେ ଅକାଳରେ ଲୋକଙ୍କ ଜୀବନ ଯାଇଛି । ଆଜି ହରିଦ୍ୱାରରୁ ଏପରି ଦଳାଚକଟା ଖବର ଆସିଛି । ମନସା ଦେବୀ ମନ୍ଦିରରେ ଦଳାଚକଟା ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି । ଯେତେବେଳେ ଅନେକ ଲୋକ ହୋଇଛନ୍ତି । ମନ୍ଦିର ଦଳଚକଟାରେ ମୃତ୍ୟୁ ଘଟଣା ପ୍ରଥମ ନୁହେଁ ପୂର୍ବରୁ ବି ଏମିତି ଘଟଣା ଘଟିଛି । ବୈଷ୍ଣୋ ଦେବୀ ମନ୍ଦିରଠୁ ନେଇ ପ୍ରୟାଗରାଜର କୁମ୍ଭମେଳା ଯାଏ ଗତ କିଛି ବର୍ଷରେ ଅନେକ ଦୁର୍ଘଟଣା ସାମ୍ନାକୁ ଆସିଛି । ପ୍ରଶ୍ନ ଉଠୁଛି ତ୍ରୁଟି କେଉଁଠି ରହିଲା ।

ହାଥରସ ସତସଙ୍ଗ: ସବୁଠାରୁ ବଡ଼ ଦୁର୍ଘଟଣା

ଗୋଟିଏ ବର୍ଷ ପୂର୍ବେ, ହାଥରସରେ ବାବା ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ହୋଇଥିଲା। ନାରାୟଣ ସାକାର ବିଶ୍ୱ ହରି ଓରଫ ସୁରଜପାଲଙ୍କ ସତସଙ୍ଗରେ ବିଶ୍ୱାସର ବନ୍ୟା ଏପରି ମୃତ୍ୟୁର ଝଡ଼ ସୃଷ୍ଟି କରିଥିଲା ଯେ ସମଗ୍ର ଦେଶ ଥରି ଉଠିଥିଲା। ୨ ଜୁଲାଇ, ୨୦୨୪ରେ ଘଟିଥିବା ଏହି ଦୁର୍ଘଟଣାରେ ମହିଳା ଏବଂ ଶିଶୁଙ୍କ ସମେତ ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଶର ସବୁଠାରୁ ବଡ଼ ଅଘଟଣ ମଧ୍ୟରୁ ଗୋଟିଏ ଥିଲା ।

ଶ୍ରୀଗୁଣ୍ଡିଚା ମନ୍ଦିର, ପୁରୀ- ୨୦୨୫ ଜୁଲାଇ ୨୯ ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଦଳଚକଟା ହୋଇଥିଲା । ଶ୍ରୀଗୁଣ୍ଡିଚା ଶରଧାବାଲିରେ ତିନି ରଥ ଲାଗିଥିବା ସମୟରେ ଅଘଟଣ ଘଟି ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଅନେକ ଆହତ ହୋଇଥିଲା । ଏହି ଘଟଣାକୁ ନେଇ ଓଡ଼ିଶା ସମେତ ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା ।

ତିରୁପତି ମନ୍ଦିର, ଆନ୍ଧ୍ରପ୍ରଦେଶ- ତିରୁମାଲାର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପାଇଁ ଟୋକନ୍ ବଣ୍ଟନ ସମୟରେ, ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ହଠାତ୍ ଫାଟକ ଖୋଲିଗଲା, ଯାହା ଫଳରେ ଭକ୍ତମାନେ ଠେଲାପେଲା ହୋଇଥିଲା । ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ରୁ ଅଧିକ ଆହତ ହୋଇଥିଲେ । ବିଚାର ବିଭାଗୀୟ କମିଶନ ଘଟଣାର ତଦନ୍ତ କରିଥିଲେ । ରାଜ୍ୟ ସରକାର ପୀଡିତ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଥିଲେ ।

ନୈନା ଦେବୀ ମନ୍ଦିର, ହିମାଚଳ ପ୍ରଦେଶ-  ୨୦୨୩ ମାର୍ଚ୍ଚ ୩୧ରେ ହିମାଚଳ ପ୍ରଦେଶର ନୈନା ଦେବୀ ମନ୍ଦିରରେ ରାମ ନବମୀ ନେଇ ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ସମୟରେ ଦଳାଚକଟାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏକ ପୁରୁଣା କୂଅ ଉପରେ ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ଦଳାଚକଟା ହୋଇଥିଲା । ଏହି ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା । ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ମନ୍ଦିର ଟ୍ରଷ୍ଟ ଉପରେ ପ୍ରଶ୍ନ ଉଠିଥିଲା ।

ଶ୍ରୀ ଲୈରାଇ ଦେବୀ ମନ୍ଦିର, ଗୋଆ- ୨୦୨୫ ମେ ୩ ସକାଳୁ ସକାଳୁ  ଗୋଆର ଶିରଗାଓଁରେ ଥିବା ଶ୍ରୀ ଲୈରାଇ ଦେବୀ ମନ୍ଦିରରେ ଦଳାଚକଟା ଘଟିଥିଲା। ସଂକୀର୍ଣ୍ଣ ରାସ୍ତାରେ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ ।

କୁମ୍ଭେମେଳା ଦଳଚକଟା- ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ପ୍ରସିଦ୍ଧ ମହାକୁମ୍ଭ ମେଳାରେ ୨୦୨୫ ଜାନୁଆରୀ ୨୯ ରାତିରେ ଦଳଚକଟା ହୋଇଥିଲା । ଏଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା । ୬୦ରୁ ଅଧିକ ଆହତ ହୋଇଥିଲେ । ମହାକୁମ୍ଭର ସଙ୍ଗମ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା ।

ବାବା ସିଦ୍ଧନାଥ ମନ୍ଦିର, ବିହାର- ବିହାରର ଜହାନାବାଦ ଜିଲ୍ଲାର ବାବା ସିଦ୍ଧନାଥ ମନ୍ଦିରରେ ଶ୍ରାବଣ ମାସ ପୂଜା ସମୟରେ ଦଳାଚକଟା ହୋଇଥିଲା । ୨୦୨୪ ଅଗଷ୍ଟ ୧୨ ତାରିଖରେ ମନ୍ଦିର ପରିସରରେ ଫୁଲ ବିକ୍ରେତା ଏବଂ ଭକ୍ତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା, ଯାହାକୁ ନେଇ ଉତ୍ତେଜନା ସୃଷ୍ଟି କରିଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୧୬ ଜଣ ଆହତ ହୋଇଥିଲେ ।

କୋଟାକୁଲ୍ଲଗରା, କେରଳ-୨୦୨୪ ମାର୍ଚ୍ଚ ୨୫ ତାରିଖରେ, କୋଲ୍ଲାମରେ ଏକ ବ୍ରାହ୍ମଣ ପରିବାର ଦ୍ୱାରା ଆୟୋଜିତ ପୂଜା ସମୟରେ, କାନିକୁଇଂ ପିଲାମାନଙ୍କର ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ । ଏହି ଦଳାଚକଟାରେ ଜଣେ ୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ହଠାତ୍ ଦଳାଚକଟା ସମୟରେ ଅନେକ ଭକ୍ତ ଚେତାଶୂନ୍ୟ ହୋଇଯାଇଥିଲେ । ଏହି ଘଟଣା ଛୋଟ ଧାର୍ମିକ କାର୍ଯ୍ୟକ୍ରମରେ ଭିଡ଼ ପରିଚାଳନାର ଅଭାବରୁ ହୋଇଥିଲା ।

ବୈଷ୍ଣୋ ଦେବୀ ମନ୍ଦିର, ଜମ୍ମୁ ଏବଂ କାଶ୍ମୀର-୨୦୨୨ରେ ପ୍ରଥମ ଦିନଟି ଅଶୁଭ ପ୍ରମାଣିତ ହୋଇଥିଲା । ଜାନୁଆରୀ ୧ ତାରିଖରେ ବୈଷ୍ଣୋ ଦେବୀରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା ।  ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନେକ ଆହତ ହୋଇଥିଲେ । କୁହାଯାଇଥିଲା ଯେ, ତୀର୍ଥଯାତ୍ରୀମାନେ ବରଫ ପଡ଼ିଥିବା ରାସ୍ତା ଦେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଏବେ ମନସା ମନ୍ଦିରରେ ଦଳଚକଟା- ହରିଦ୍ୱାର ମନସା ମନ୍ଦିରରେ ଦଳଚକଟା ଘଟି ୬ ଜଣଙ୍କର ମୃତ୍ୟୁ ହୋଇଛି । ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଏହି ସମୟରେ ବିଦ୍ୟୁତ୍ କରେଣ୍ଟକୁ ନେଇ ଗୁଜବ ପରେ ଧାଁ ଦୌଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଳାଚକଟା ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି ।

କେଉଁଠି ରହୁଛି ତ୍ରୁଟି ? ସମସ୍ତ ଦଳାଚକଟା ଘଟଣାରେ ତଦନ୍ତ କରାଯାଇଥିବା ରିପୋର୍ଟରୁ ସ୍ଥାନୀୟ ପ୍ରଶାସନର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ହୋଇଥିବା ଜଣାପଡିଛି । କିଛି କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଏହାର କାରଣ ବୋଲି ଜଣାପଡିଛି । ହାଥରାସ ସତସଙ୍ଗ ମାମଲାରେ, ଆୟୋଜକମାନେ ଏହି ମାମଲାରୁ ନିଜକୁ ଦୂରେଇ ରଖିଥିଲେ । କିଛି ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା, ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତଥାପି, ସାକାର ବିଶ୍ୱ ହରିଙ୍କୁ ତଦନ୍ତ ସଂସ୍ଥା ପକ୍ଷରୁ କ୍ଲିନ୍ ଚିଟ୍ ମିଳିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.