ନୂଆଦିଲ୍ଲୀ,୨୭।୭: ଔଷଧର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଗତ ତିନି ବର୍ଷରେ ସାରା ଦେଶରେ ଔଷଧର ୩ ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ କରାଯାଇଛି, ଯେଉଁଥିରେ ୯୦୦୦ ରୁ ଅଧିକ ଔଷଧ ଖରାପ କ୍ବାଲିଟିର ମିଳିଛି। ୯୫୧ ଔଷଧ ହୁଏତ ନକଲି କିମ୍ବା ଅପ୍ରମିଶ୍ରିତ ଥିଲା। ସେଥିରେ ସବୁଠାରୁ ଅଧିକ ଅର୍ଥାତ ୩,୧୦୪ ଔଷଧ ୨୦୨୪-୨୫ ର ମାନକରେ ସଫଳ ହୋଇପାରିନଥିଲା।
ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଡିସେମ୍ବର ୨୦୨୨ ରେ ସାରା ଦେଶରେ ଔଷଧ ତିଆରି କରୁଥିବା ଫ୍ୟାକ୍ଟ୍ରିର ବିପଦର ଆଧାରକୁ ନିରୀକ୍ଷଣ କରିବାର ପ୍ରଣାଳି ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ୯୦୫ ଔଷଧ ନିର୍ମାଣ ୟୁନିଟର ଯାଞ୍ଚ କରାଯାଇଛି ଯେଉଁଥିରୁ ୬୬୪ ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏଥିରେ ଷ୍ଟପ୍ ପ୍ରଡକ୍ସନ ଅର୍ଡର, ଲାଇସେନ୍ସ ରଦ୍ଦ କରିବା ଆଦି ସାମିଲ ରହିଛି।
ଉଲ୍ଲେଖନୀୟ ଯେ, ୨୦୨୪ ରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ଦିଲ୍ଲୀ ସରକାରଙ୍କ ହସ୍ପିଟାଲକୁ ଖରାପ ଔଷଧ ଯୋଗାଇବା ମାମଲାର ଯାଞ୍ଚ ସିବିଆଇକୁ କରିବାକୁ ନିର୍ଦେଶ ଦେଇଥିଲେ। ସେତେବେଳେ ଏହା ମଧ୍ୟ କୁହାଯାଇଥିଲା ଯେ, ସିବିଆଇ ଏହା ମଧ୍ୟ ଯାଞ୍ଚ କରିବ ଯେ,ମୋହଲ୍ଲା କ୍ଲିନିକ୍ ମାଧ୍ୟମରେ ଏହି ଔଷଧର ବିତରଣ କରାଯାଇଛି କି ନାହିଁ। ୨୦୨୩ ରେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକସେନା ଗୃହମନ୍ତ୍ରଣାଳୟ ଆଗରେ ସିବିଆଇ ଯାଞ୍ଚର ସୁପାରିଶ କରିଥିଲେ। ସକସେନା କହିଥିଲେ, ଔଷଧକୁ କଥିତ ଭାବରେ ଗୁଣବତ୍ତାର ମାନକ ପରୀକ୍ଷଣରେ ବିଫଳ ଥିବା ସହ ଦିଲ୍ଲୀ ସରକାର ଦ୍ବାରା ଚଳାଯାଉଥିବା ହସ୍ପିଟାଳରେ ଲୋକଙ୍କ ଜୀବନ ଯିବା ପାଇଁ ସମ୍ଭାବିତ ବିପଦ ହୋଇପାରେ।