ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ସକାଳ ୬ରୁ ରାତି ୧୦ ଯାଏଁ ଚାଲିବ କାମ, ଆଜିଠୁ ଭାରା ଓ ମଞ୍ଚା ବାନ୍ଧିବ ଏଏସ୍‌ଆଇ

ପୁରୀ,୧୭/୧୧: ହାଇକୋର୍ଟଙ୍କ ଛାଟ ପରେ  ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନିମନ୍ତେ ଗୁରୁବାର ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା  ଜରୁରୀ ବୈଠକ । ଏଥିରେ ମରାମତି କାମ ଲାଗି  ଏଏସ୍‌ଆଇକୁ ଏନ୍‌ଓସି ଦିଆଯାଇଛି । ଫଳରେ ଶୁକ୍ରବାରଠାରୁ ନାଟମଣ୍ଡପ ମରାମତି ନିମନ୍ତେ ଭାରା ଓ ମଞ୍ଚା ବାନ୍ଧିବା କାମ ଏଏସ୍‌ଆଇ କରିବ । ବୈଠକ  ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ରଞ୍ଜନ କୁମାର ଦାସ । 

ବୈଠକରେ ଏଏସ୍‌ଆଇ ଡେପୁଟି ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍‌  ଚିତ୍ତରଞ୍ଜନ ଦାସ ଓ ତାଙ୍କ ଟିମ୍‌ଙ୍କ ସମେତ ଶ୍ରୀମନ୍ଦିର  ପ୍ରଶାସନର ବୈଷୟିକ ଟିମ୍‌, ଶ୍ରୀମନ୍ଦିର କମାଣ୍ଡର,  ସୁପରଭାଇଜର, ପରିଚାଳନା କମିଟିରେ ଥିବା  ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ  ଗଣମାଧ୍ୟମକୁ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ  ମୁତାବକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାମ  ଆରମ୍ଭ କରିବା ପାଇଁ ଏଏସ୍‌ଆଇକୁ ଗୁରୁବାର  ଏନ୍‌ଓସି ଦିଆଯାଇଛି । 

ସେମାନେ ଶୁକ୍ରବାରଠାରୁ  ବିମ୍‌ ତଳେ ଥିବା ଫାଟ ମରାମତି ନିମନ୍ତେ  ଭାରା ବାନ୍ଧି କାମ କରିବେ । ସକାଳ ୬ରୁ ରାତି  ୧୦ଟା ଭିତରେ କାମ କରିବାକୁ ଏଏସ୍‌ଆଇକୁ  ଅନୁମତି ଦିଆଯାଇଛି । କାର୍ତ୍ତିକ ମାସ ଲାଗି  ବିଶେଷ ନୀତି ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହିଥିବାରୁ  ପ୍ରତିଦିନ ୬ ଘଣ୍ଟା କାମ କରିବାରେ ଅସୁବିଧା  ହୋଇପାରେ । ତେଣୁ ଅସୁବିଧାକୁ ପରିଲକ୍ଷିତ କରି  ସେମାନେ କାମ କରିବେ । କାର୍ତ୍ତିକ ନୀତି ସରିବା  ପରେ ସେମାନେ କାମକୁ ଜୋର୍‌ଦାର୍‌ କରିବେ । 

କାମ କରିବା ସମୟରେ ଭକ୍ତ ଓ  ସେବାୟତଙ୍କର ଯେପରି କୌଣସି କ୍ଷତି ନହୁଏ  ସେଥିନିମନ୍ତେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା  କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ଗହଳି ପରିଚାଳନା ନିମନ୍ତେ  ମଧ୍ୟ ଏକ ଟିମ୍‌ କାମ କରିବ। ଶ୍ରୀମନ୍ଦିର  ସୁପରଭାଇଜର ଓ କମାଣ୍ଡର ଏଥିରେ ସହାୟତା  କରିବେ । ଏହି ସମସ୍ତ କାମ ବୈଷୟିକ ଟିମ୍‌  ଓ ସେବାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ହେବ ।  ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବା ଭଳି  କାମ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କେଉଁ  ସମୟରେ କାମ ହେବ କିମ୍ବା ହେବନି ସେନେଇ  ଶ୍ରୀମନ୍ଦିର ସୁପରଭାଇଜର ଓ କମାଣ୍ଡର ଉପସ୍ଥିତ  ରହି ଏଏସ୍‌ଆଇ ଟିମକୁ ଗାଇଡ୍‌ କରିବେ । 

ବୈଠକରେ ନାଟମଣ୍ଡପରେ ସୃଷ୍ଟି ହୋଇଥିବା  ଗୋଟିଏ ଫାଟକୁ ଏଏସ୍‌ଆଇ ପକ୍ଷରୁ ଉପସ୍ଥାପିତ  କରାଯାଇଥିଲା । ଫାଟ ଲମ୍ବାଳିଆ ହୋଇଥିବା  ଫଟୋରୁ ଜଣାପଡ଼ୁଛି । ଗରୁଡ଼ ସ୍ତମ୍ବ ଉପର  ଛାତରୁ ଚୂନ ଛଡ଼ା ପରେ ପ୍ରକୃତ ସ୍ଥିତି ଆହୁରି  ସ୍ପଷ୍ଟ ହେବ । ଜରୁରୀକାଳୀନ ଭିତ୍ତିରେ ଏହାକୁ  ମରାମତି ନିମନ୍ତେ ପଦକ୍ଷେପ ନିଆଯାଇଛି  ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । 

ସେପଟେ ମରାମତି ନେଇ ଏଏସ୍‌ଆଇ ପକ୍ଷରୁ  ହାଇକୋର୍ଟରେ ବୁଧବାର ଦିଆଯାଇଥିବା ସତ୍ୟପାଠ  ମୁତାବକ ନାଟମଣ୍ଡପକୁ ଅଧିକ ଶକ୍ତିଶାଳୀ କରିବା  ଲାଗି ନୂଆ ଡିଜାଇନ୍‌ ବ୍ୟବହାର ହେବ ବୋଲି  ପ୍ରାକ୍‌ ସୂଚନା ମିଳିଛି । ଏହି ଡିଜାଇନ ଏଏସ୍‌ଆଇ  କୋର କମିଟି ଦେଇଛି । ଏନେଇ ଏଏସ୍‌ଆଇର  କୌଣସି ଅଧିକାରୀ ମତାମତ ରଖିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.