ପ୍ରମୂଖ ଖବର
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଶ୍ରୀଲଙ୍କା ନୌସେନା ଗୁଳିମାଡରେ ପାଞ୍ଚ ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ, ଦ୍ବୀପ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ଭାରତ...

Published By : Prameya | January 28, 2025 5:25 PM

ନୂଆଦିଲ୍ଲୀ: ମଙ୍ଗଳବାର ଡେଲଫ୍ଟ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନା ଗୁଳିମାଡରେ ପାଞ୍ଚ ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଗୁଳିମାଡ଼ ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ଦ୍ୱୀପର ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରିଛି।

ବୈଦେଶିକ ମନ୍ତ୍ରଣାଳୟ ଦ୍ୱୀପର କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ସମନ କରିଛି ଏବଂ ତାଙ୍କ ବରିଷ୍ଠ କୂଟନୀତିଜ୍ଞଙ୍କ ନିକଟରେ କଡ଼ା ଆପତ୍ତି ଜଣାଇଛି। କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଭାରତ କହିଛି ଯେ, କୌଣସି ପରିସ୍ଥିତିରେ ବଳପ୍ରୟୋଗ ଗ୍ରହଣୀୟ ନୁହେଁ।

ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ କହିଛି ଯେ,“ମଙ୍ଗଳବାର ସକାଳେ, ଡେଲଫ୍ଟ ଦ୍ୱୀପରୁ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ପାଇଁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗୁଳିଚାଳନା କରାଯାଇଥିବା ସୂଚନା ମିଳିଥିଲା। ମାଛ ଧରିବା ଡଙ୍ଗାରେ ୧୩ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଥିଲେ ଏବଂ ମତ୍ସ୍ୟଜୀବୀ ମାନେ ଜାଫନା ଟିଚିଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ଏହା ବ୍ୟତୀତ ଅନ୍ୟ ତିନି ଜଣ ମତ୍ସ୍ୟଜୀବୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି, ସେମାନଙ୍କର ମଧ୍ୟ ଚିକିତ୍ସା କରାଯାଉଛି।

ଭାରତୀୟ କନସୁଲେଟ୍ ଅଧିକାରୀମାନେ ଜାଫନାରେ ଆହତ ମତ୍ସ୍ୟଜୀବୀଙ୍କୁ ଡାକ୍ତରଖାନାରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.