ଭୁବନେଶ୍ୱର,୦୩/୦୪: ରାଜ୍ୟରେ ପ୍ରଥମଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟର ମଧ୍ୟ ନିର୍ମାଣ କରାଯାଇଛି । ୱେବସାଇଟ୍ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ଏଥିସହିତ ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ୱେବସାଇଟ୍ଟି ହେଉଛି- https://odiapakhya.com/
ଏହି ୱେବସାଇଟ୍ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ଏକ କୁଇଜ୍ ମଧ୍ୟ ରଖାଯାଇଛି। ଏହି କୁଇଜ୍ରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି । ସମସ୍ତେ ଏହି କୁଇଜ୍ରେ ଅଂଶଗ୍ରହଣ କରି ନିଜର ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ୍ କରିପାରିବେ।
ଏଥିସହିତ ନିଜ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ଲକ, ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସେଲ୍ଫି ମଧ୍ୟ ଏହି ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ। ତେବେ ଆସନ୍ତୁ ସମସ୍ତେ ମିଳିମିଶି ଓଡ଼ିଆ ପକ୍ଷ ପାଳନ କରିବା। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରାଇବା।