ଭଦ୍ରକ,୨୬/୧୦ : ବାତ୍ୟା ପରେ ବନ୍ୟା ସ୍ଥିତିକୁ ସାମ୍ନା କରୁଛି ଭଦ୍ରକ । ଜିଲ୍ଲାର ଅନେକ ସ୍ଥାନରେ ବାତ୍ୟା ପରେ ଗଛ ପଡ଼ିଥିଲାବେଳେ ବର୍ଷା ପୁଣି ବନ୍ୟା ସ୍ଥିତି ସୃଷ୍ଟି କରିଛି । ଅନେକ ଅଞ୍ଚଳ ଏବେ ମଧ୍ୟ ଜଳମଗ୍ନ ହୋଇଥିବାବେଳେ ସହରରୁ ଗାଁ ପର୍ଯ୍ୟନ୍ତ ସବୁଠି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଚରମ୍ପା ଅଞ୍ଚଳରେ ଜନୈକ ବ୍ୟକ୍ତି ପାଣି ଘେରରେ ଥିବା ବେଳେ ଔଷଧ ପାଇଁ ମଧ୍ୟ ବାହାରକୁ ଆସିପାରି ନ ଥିଲେ ।
ପରେ ଏ ନେଇ କଣ୍ଟେ୍ରାଲ ରୁମକୁ ଜଣାଇବା ପରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଭଦ୍ରକ ଏସପି ମଡକର ସନ୍ଦିପ ସମ୍ପଦ ଓ ସିଟି ଡିଏସପି ଓଡରାଫ ଟିମକୁ ନେଇ ବାହାରିଥିଲେ । ଦୀର୍ଘ ସମୟ ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାହାରକୁ ଆଣିଛନ୍ତି ।