ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ଦକ୍ଷିଣ କୋରିଆ ପୋଲିସର ଚଢଉ; ଗିରଫ ଭୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Bijay Swain | December 11, 2024 11:10 AM

Image courtesy: wion

ସିଓଲ: ବିରୋଧୀ ଦଳ ଉତ୍ତରକୋରିଆ ସହ ସମ୍ପର୍କ ରଖିବା ଓ ରାଷ୍ଟ୍ରବିରୋଧୀ ଗତିବିଧିରେ ସାମିଲ ଥିବା ନେଇ ଅଭିଯୋଗ କରି ଗତ ମଙ୍ଗଳବାର ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍‌ ସୁକ ୟୋଲ ଦେଶରେ ସାମରିକ ଆଇନ ଲାଗୁ କରିଥିଲେ। ଦେଶରେ ଅସାମ୍ୱିଧାନିକ ଉପାୟରେ ସାମରିକ ଆଇନ ଲାଗୁ କରିବା ନେଇ ଦକ୍ଷିଣ କୋରିଆ ପୋଲିସର ବୁଧବାର ୟୁନ୍ ଙ୍କ ଅଫିସରେ ଚଢଉ କରିଛି। 

ଦକ୍ଷିଣ କୋରିଆ ପୋଲିସର ଏକ ସ୍ପେଶାଲ ଟିମ ବୁଧବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଥିଲା। କୋରିଆର ନେସନାଲ ପୋଲିସ ଏଜେନ୍ସି, ସିଓଲ ମେଟ୍ରୋପୋଲିଟନ ପୋଲିସ ଏଜେନ୍ସି ଓ ନେସନାଲ ଆସେମ୍ଲି ସିକ୍ୟୁରିଟି ସର୍ଭିସ ମିଳିତ ଭାବେ ଏକ ଟିମ ଗଠନ କରି ଏହି ଚଢଉ କରିଥିଲେ। 

ଏହି ଚଢଉ ବେଳେ ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ୟୋଙ୍ଗ-ହ୍ୟୁନ୍ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ପ୍ରତିରକ୍ଷା ମନ୍ତ୍ରୀ ଦେଶରେ ସାମରିକ ଶାସନ ଲଗେଇବାକୁ ଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲା। ପୋଲିସ ଗିରଫ କରିବ ବୋଲି ଜାଣିବା ପରେ କିମ୍ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। 

ଏହି ପରିସ୍ତିତି ପାଇଁ ମୁଁ ସମ୍ପୂର୍ଣ୍ଣ ରୁପେ ଦାୟି। ମୋ ଅଧିନରେ କାମ କରୁଥିବା ସମସ୍ତେ କେବଳ ମୋ ଆଦେଶ ମାନୁଥିଲେ ବୋଲି କିମ୍ ନିଜ ଓକିଲଙ୍କ ଦ୍ୱାରା ଜଣାଇଛନ୍ତି। ଅନ୍ୟପଟେ କିମ୍ ଙ୍କ ସହ ୟୁନ୍ ଙ୍କ ଉପରେ ଦେଶ ଛାଡି ନଯିବା ପାଇଁ ପ୍ରତିବନ୍ଧ ଲାଗାଇଛି ଦକ୍ଷିଣ କୋରିଆ ପୋଲିସ। ଦେଶର ରାଷ୍ଟ୍ରପତି ଶାସନ ଲଗେଇବାରେ ୟୁନ୍ ଙ୍କୁ ସାହାଯ୍ୟ କରିଥିବା ଦେଶର ଦୁଇଜଣ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କୁ ମଧ୍ୟ ଦକ୍ଷିଣ କୋରିଆ ପୋଲିସ ଅଟକ ରଖିଛି। 

ଡିସେମ୍ବର ୩ ତାରିଖ ଦିନ ରାଷ୍ଟ୍ରପତି ୟୁନ୍ ସୋକ ୟୋଲ ସମଗ୍ର ଦେଶରେ ସାମରିକ ଆଇନ ଲାଗୁକରିଥିଲେ। ସେ ସେନାକୁ ପାର୍ଲାମେଣ୍ଟ ଭବନ ଦଖଲ କରିବାକୁ ଆଦେଶ ଦେଇଥିଲେ। ଦେଶରେ ଘୋର ରାଜନୈତିକ ସଙ୍କଟ ଦେଖାଦେବାରୁ ସେ ବାଧ୍ୟ ହୋଇ ସାମରିକ ଆଇନକୁ ହଟେଇଥିଲେ। ରକ୍ଷା ମନ୍ତ୍ରୀ କିମ୍ ନିଜ ଦେଶରେ ବିରୋଧର ସମ୍ମୁଖିନ ହେବା ପରେ ଗତ ଗୁରୁବାର(ଡିସେମ୍ବର୫) ଦିନ ଇସ୍ତଫା ଦେଇଛନ୍ତି। 

ଗତ ବୁଧବାର(ଡିସେମ୍ୱର ୪) ଦିନ, ଦକ୍ଷିଣ କୋରିଆର ସରକାରି ଗଣମାଧ୍ୟମ ପ୍ରଥମ ଥର ପାଇଁ ଉତ୍ତର କୋରିଆର ରାଜନୈତିକ ଦୃଶ୍ୟପଟକୁ ନେଇ ଖବର ପ୍ରସାରଣ କରିଛି। “ୟୁନ୍‌ ସୁକ ୟୋଲ ଦେଶରେ ସାମରିକ ଆଇନ ଲାଗୁ କରିଛନ୍ତି। ନିଜ ଫାଶିବାଦି ଚିନ୍ତାଧାରାରେ ବନ୍ଧୁକ ଓ ଛୁରି ସହାୟତାରେ ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସନର ଆରମ୍ଭ ହୋଇଛି" ବୋଲି ଦକ୍ଷିଣ କୋରିଆର ସରକାରି ଗଣମାଧ୍ୟମରେ ପ୍ରକାଶ ପାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.