ସୁନ୍ଦରଗଡ ୦୧/୧୨: ପୁଅ ନା ରାକ୍ଷସ। ମାଆକୁ ପିଟି ପିଟି ହତ୍ୟା କଲା । ମଦ ପିଇବାକୁ ଟଙ୍କା ନଦେବାରୁ ମାଆ ମାରିଦେଲା ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ତଳସରା ଥାନା ତୁମୁଳିଆ ନୂଆ ପଡା ଗ୍ରାମରେ।
ସୂଚନା ଅନୁଯାୟୀ, ନୂଆ ପଡା ଗ୍ରାମର ସବିତା ଲିକ୍ରାରାଙ୍କ ପୁଅ ବିଷ୍ପ ଲାକ୍ରାରା। ମାଆ ସବିତାଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲା ବିଷ୍ପ । ହେଲେ ସବିତା ଟଙ୍କା ଦେବାକୁ ମନାକରିଦେଇଥିଲେ। ଯାହାଫଳରେ ବିଷ୍ପ ଠେଙ୍ଗାରେ ପିଟି ପିଟି ତାଙ୍କୁ ହତ୍ୟା କରିଛି। ତେବେ ବିଷ୍ପକୁ ପୋଲିସ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି।