ପ୍ରମୂଖ ଖବର
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଶୀତଳ ଷଷ୍ଠୀ ଯାତ୍ରା: ବିବାହ ବନ୍ଧନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ-ମା’ଗୌରୀ, ମନ୍ତ୍ରରେ କମ୍ପିଲା କେଦାରଗୌରୀ ପୀଠ

ଭୁବନେଶ୍ୱର,୧୧/୦୬: ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜ ସୋମବାର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା’ଗୌରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିର୍ଦ୍ଧାରିତ ସମୟରେ ଅର୍ଥାତ ଦିଅଁଙ୍କ ବଡ଼ସିଂହାର ନୀତି ସରିବା କ୍ଷଣି ବରଯାତ୍ରୀ ଭୋଜିଭାତ ଖାଇ ରୋଷଣି କରି ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରି ଥିଲେ । ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତ ଭିତରେ ମହାପ୍ରଭୁଙ୍କ ବର ଶୋଭାଯାତ୍ରା ଆଗେଇ ଚାଲିଥିଲା । ପ୍ରଶାସନର ନିଷ୍ପତ୍ତି ମୁତାବକ ଏଥର ଶୋଭାଯାତ୍ରାରେ ବାଣ ଫୁଟାଇବା ବନ୍ଦ କରାଯାଇଥିଲା । କେହି ଜଣେ କଟକଣା ନ ମାନି ଲାଇଟ ବାଣ ଜଳାଇବା କ୍ଷଣି ପୁଲିସ ତାଙ୍କୁ ଅଟକାଇଥିଲେ । ତେବେ ଡିଜେ ବାଜୁଥିବା ଦେଖିବାକୁ ମିଳିଥିଲା । 

ଶୀତଳ ଷଷ୍ଠୀ କମିଟି ଦ୍ୱାରା ବିଭିନ୍ନ ପଶୁପକ୍ଷୀ ବେଶରେ ନୃତ୍ୟ, ମଶାଲ ନୃତ୍ୟ, ସାହିଯାତ, ଘଣ୍ଟ, ମର୍ଦ୍ଦଳ, ଦୁଲଦୁଲି, ସମ୍ବଲପୁରୀ, କଳାହାଣ୍ଡିର ଶିଙ୍ଗ ବାଜା, ଲଉଡି ନୃତ୍ୟ ଆଦି ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲା । ବରଯାତ୍ରୀମାନେ ପହଞ୍ଚିବା କ୍ଷଣି ସେମାନଙ୍କୁ କେଦାରଗୌରୀ ମନ୍ଦିର ସେବାୟତମାନେ ସ୍ୱାଗତ କରିବା ସହ ମୃଦୁ ପାନୀୟ ଅର୍ପଣ କରି ଆତିଥେୟତା ପ୍ରଦାନ କରିଥିଲେ । ନାନାଦି ବ୍ୟଞ୍ଜନରେ ବରଯାତ୍ରୀଙ୍କୁ ଆପ୍ୟାୟିତ କରାଯାଇଥିଲା । ପରେ ବିବାହ କର୍ମ ଆରମ୍ଭ ହୋଇଥିଲା । ବେଦି ଚତୁଃପାଶ୍ୱର୍ ଶଙ୍ଖ, ହୁଳହୁଳିରେ କମ୍ପି ଉଠିଥିଲା । ବ୍ରାହ୍ମଣ ମନ୍ତ୍ର ପାଠ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ମା’ଗୌରୀ ବିବାହ ବେଦିକୁ ବିଜେ କରିଥିଲେ । ବେଦିରେ ହାତଗଣ୍ଠି ପଡ଼ିବା ପରେ ଜମିଥିଲା କଉଡ଼ି ଖେଳ । ମଙ୍ଗଳବାର ଦିନ ତମାମ ଏଠାରେ ଅବସ୍ଥାପିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଦେବ ଦମ୍ପତି । ସନ୍ଧ୍ୟାଧୂପ ପରର ସାହାଣମେଲା ସରିବା କ୍ଷଣି ଅର୍ଥାତ ରାତି ପ୍ରାୟ ୧୦ଟା ବେଳକୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ଲାଗି ବାହାରିବେ । ଏହି ଫେରନ୍ତା ଶୀତଳ ଷଷ୍ଠୀ ଯାତ୍ରା ଧୁମ୍‌ଧାମରେ କରାଯିବ । ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ । ମନ୍ଦିରରେ ପହଞ୍ଚିବା ପରେ ବଡ ସିଂହାର, ପଞ୍ଚବକ୍ର ବିଜେ ଏବଂ ପୁଷ୍ପାଞ୍ଜଳି ଦେଇ ପହୁଡ଼ ପଡ଼ିବ ।

୫ ହଜାର ଲୋକଙ୍କୁ ସେବାୟତ ଦେଲେ ପଂକ୍ତି ଭୋଜନ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ  ଉତ୍ସବରେ ଶ୍ରଦ୍ଧାଳୁଙ୍କ ନିମନ୍ତେ  ସେବାୟତମାନେ ଭୋଜିଭାତ  ଆୟୋଜନ କରିଥିଲେ । ଏହି  ପଂକ୍ତି ଭୋଜନରେ ପ୍ରାୟ ୫  ହଜାରରୁ ଅଧିକ ଲୋକ ସାମିଲ  ହୋଇଥିଲେ । କିଛି ବର୍ଷ ବନ୍ଦ  ପଡ଼ିଥିବା ଏହି ପରମ୍ପରାକୁ  ପୁଣି ସେବାୟତମାନେ ନିଜ  ଆଡୁ ଚେଷ୍ଟା କରି ପ୍ରଚଳନ  କରିଛନ୍ତି । ଆଗକୁ ଏହାକୁ ଆହୁରି  ଭଲ କରି ଆୟୋଜନ କରାଯିବ  ବୋଲି କିଛି ସେବାୟତ କହିଛନ୍ତ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.