ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଗୋ ସେବକରୁ ରାଜନେତା, ସମାଜସେବା ପାଇଁ ପିଲାଟି ଦିନରୁ ଥିଲା ବିଧାୟକ ସନ୍ତୋଷଙ୍କ ମନ

ନୀଳଗିରି,୧୦/୬ : ପିଲାଟି ଦିନରୁ ଗୋସେବା କରିଆସୁଥିଲି।ବାପାଙ୍କ ସହ ବିଲ ଓ ବାଡିରୁ ଘାସ ଆଣି ଗୋମତାଙ୍କୁ ଖୁଆଉଥିଲି। କେଜାଣି ଗୋମାତା ପ୍ରତି ମୋର ଏତେ ଭଲପାଇବା ବଢିଥିଲା ଯେ ସେହିଦିନ ଠାରୁ ଆଜି ବି ସେହି କାମ କରିଆସୁଛି। ମନରେ ଏତେ ଆତ୍ମ ସନ୍ତୋଷ ଆସେ ତାହା ଅବର୍ଣ୍ଣନୀୟ। ଧୀରେ ଧୀରେ ସମାଜସେବା କରିବା ପାଇଁ ମନ ବଳାଇଥିଲି।ପରେ ମୋର ରାଜନୈତିକ ଗୁରୁ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ଆଜି ସେ ସ୍ୱପ୍ନ ମଧ୍ୟ ପୁରୁଣ ହୋଇଛି।ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜନସେବା କରିବା ପାଇଁ ଚେଷ୍ଟା କରିବି ବୋଲି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି। 

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୋଳଗୋହିରା ଗ୍ରାମର ଶ୍ୟାମସୁନ୍ଦର ଖଟୁଆ ଓ କଳାବତୀ ଖଟୁଆଙ୍କ ପୁତ୍ର ସନ୍ତୋଷ ଖଟୁଆ।ଚାଷୀ ପରିବାରରୁ ତାଙ୍କର ଜନ୍ମ। ବାପାଙ୍କ ସହିତ ଚାଷ କାର୍ଯ୍ୟରେ ସହଯୋଗ ସହିତ ଘରେ ଗୋମତାର ସେବା କରିଆସୁଥିଲେ।ଛାତ୍ର ଜୀବନରେ ସେ ଜଣେ କୃତୀ ଛାତ୍ର ଥିଲେ।ଏମଏସି, ଏମବିଏ କରିବା ପରେ ବାଲେଶ୍ଵର ଆଲୋଏଜ କାରଖାନାରେ ପ୍ରଡକସନ ମ୍ୟାନେଜର ଥିଲେ।ହେଲେ ପିଲାଟି ଦିନରୁ ସମାଜସେବା କରିବାର ସ୍ୱପ୍ନ ତାଙ୍କୁ ଚାକିରୀ ରେ ବେଶିଦିନ ରଖିପାରିନଥିଲା। ପରେ ପ୍ରତାପ ଷଡ଼ଙ୍ଗୀଙ୍କ ନୀତି ଆଦର୍ଶ ତାଙ୍କୁ ଆକୃଷ୍ଟ କରିଥିଲା।ତାଙ୍କ ସହିତ ନୀଳଗିରି ରେ ଲୋକଙ୍କ ସହିତ ଜନସେବା କରିଚାଲିଥଲେ।ପରେ ୯୫ଏକର ମୋରମ ଜାଗାରେ ଚାଷ କରି ସୁନା ଫଳାଇଛନ୍ତି।ଧାନଚାଷ,ମକାଚାଷ,ଆମ୍ବ ଚାଷ,ବିଭିନ୍ନ ଫଳଚାଷ,ପରିବା ଚାଷ ଗୋବର ଖତରେ ଅର୍ଗାନିକ ଉପାୟରେ କରି ସଫଳ ଚାଷୀ ହୋଇ ମଧ୍ୟ ପାରିଛନ୍ତି। ପରେ ଗୋଶାଳା କରି ଶହ ଶହ ଅସହାୟ ରୁଗ୍ଣ ଗୋମତାଙ୍କ ସେବା କରି ଆସୁଛନ୍ତି।ନିଜ ହାତରେ ଘାସ ଖୁଆଇ ଦେବା ସହ ନାଁ ଧରି ଡାକିଲେ ଗୋରୁ ତାଙ୍କ ପାଖକୁ ଯାଇଥାନ୍ତି। 

ପରେ ନୀଳଗିରିବାସୀଙ୍କ ପାଇଁ ସେବା କରିବା ପାଇଁ ମନ ବଳାଇଥିଲେ।୨୦୧୪ ମସିହାରେ ନୀଳଗିରି ରେ ବିଜେଡି ବିଧାୟକ ଥାଇ ମଧ୍ୟ ନୀଳଗିରି ରେ ବିଜେପି ବ୍ଲକ ଦଖଲ କରିବା ସହ ବ୍ଲକରେ ସମସ୍ତ ଜିଲ୍ଲା ପରିଷଦ ଜିତିବା ପରେ ତାଙ୍କର ନେତୃତ୍ୱ ବେଶ ବାରି ହୋଇପଡିଥିଲା।ସାମାନ୍ୟ ମନମାଳିନ୍ୟ କାରଣରୁ ବିଜେପିରୁ ବିଜେଡି ଯାଇଥିଲେ।ପରେ ବିଜେଡିରୁ ଆସି ବିଜେପିରେ ଟିକେଟରେ ବିଧାୟକ ହୋଇଛନ୍ତି। 

ଲୋକଙ୍କୁ ନିର୍ବାଚନ ସମୟରେ ଦେଇଥିଲି ତାହା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ସାଙ୍ଗକୁ ଗରିବ ଅସହାୟ ପରିବାର ସରକାରୀଙ୍କୁ ସହାୟତା କରିବା ମୋର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି କହିଛନ୍ତି।ପାନୀୟ ଜଳ ସମସ୍ୟାର ସମାଧନ ସହ ଚାଷୀଙ୍କ ପାଇଁ ଜଳସେଚନ ର ଉନ୍ନତି ପାଇଁ ଋଷିଆ,ପଦ୍ମତୋଳା,ସାତଘାଟିର ପୁନଃଉଧାର କରିବା ସହ ଚେକଡ୍ୟାମ ନିର୍ମାଣ କରିବା ପାଇଁ ଚେଷ୍ଟିତ ରହିବେ ବୋଲି ସୂଚନା ଦେଇଛନ୍ତି।ନୀଳଗିରି ପର୍ଯ୍ୟଟନର ହବ ହେବା ସହ ସରକାରୀ ଦପ୍ତର ଦୁର୍ନୀତିମୁକ୍ତ ପାଇଁ ଚିରାଚରିତ ପିସି କାରବାର ବନ୍ଦ ତାଙ୍କର ଏକ ଭିଜନ ବୋଲି ସୂଚନା ରଖିଛନ୍ତି। ମୁଁ କର୍ମ ଓ ଧର୍ମରେ ବିଶ୍ୱାସ କରେ ତେଣୁ ଗୋମାତାଙ୍କ ଆଶିର୍ବାଦ ପାଇଁ ସଫଳତା ପାଇଛି।ପ୍ରତାପ ଷଡ଼ଙ୍ଗୀଙ୍କ ବରିଷ୍ଠ ନେତୃତ୍ୱ ସାଙ୍ଗକୁ ବିଜେପିର ଶୀର୍ଷ ନେତୃତ୍ୱ  , ନୀଳଗିରିଵାସୀଙ୍କ ଭଲ ପାଇବା ମୋତେ ଆଗକୁ ବାଟ କଢାଇ ନେବ ବୋଲି ସନ୍ତୋଷ ଖଟୁଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.