ପୁରୀ ୨୨/୦୩: ବଡ଼ଦେଉଳରେ ଅଘଟଣ। ଶ୍ରୀମନ୍ଦିର ଭିତରକାଠରେ ପଡିଲା ରକ୍ତ ଛିଟା। ମହାପ୍ରଭୁଙ୍କୁ କରାଗଲା ବଡ଼ ମହାସ୍ନାନ। ସର୍ବସାଧାରଣ ଦର୍ଶନ ବନ୍ଦ। ମହାସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଅନ୍ୟାନ ନୀତି ଆଗକୁ ବଢିବ।
ସୂଚନା ଅନୁଯାଇ, ଶ୍ରୀମନ୍ଦିରରେ ସକାଳେ ଅବକାଶ ନୀତି ସରି ବେଶ ହେଉଥିବା ସମୟରେ ଭିତରକାଠ ନିକଟରେ ପଡିଯାଇଥିଲେ ପାଣିଆପଟ ସେବକ । ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ପରମ୍ପରା ମୁତାବକ ଭିତରକାଠ ନିକଟରେ ରକ୍ତର ଛିଟା ପଡିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାସ୍ନାନ ନୀତି ଚାଲିଛି। ମହାସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଅନ୍ୟାନ ନୀତି ଆଗକୁ ବଢିବ। ସେପଟେ ଆହତ ହୋଇଥିବା ପାଣିଆପଟ ସେବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସ କରାଯାଉଛି।