ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ନୂଆ କେଶରେ ଫସିଲେ ଶାକିବ ଅଲ ହସନ, ଆରେଷ୍ଟ ଓ୍ବାରେଣ୍ଟ ଅର୍ଡର

Published By : Prameya | January 19, 2025 10:13 PM

ନୂଆଦିଲ୍ଲୀ, ୧୯/୧ :  କ୍ରିକେଟ ମୈଦାନରୁ ନେଇ ନିଜ ପର୍ସନାଲ ଲାଇଫ ପର୍ଯ୍ୟନ୍ତ ବହୁ ବିବଦା ଘେରରେ ରହୁଥିବା ବାଂଗଲାଦେଶୀ କ୍ରିକେଟର ଶାକିବ ଅଲ ହସନ ଏବେ ନୂଆ କେଶରେ ଫସି ଯାଇଛନ୍ତି । ପ୍ରକାଶ ଯେ, ଏହି ଅନୁଭବୀ ଅଲରାଉଣ୍ଡରଙ୍କ ବିପକ୍ଷରେ ଢାକାର ଏକ ଅଦାଲତ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଥିଲେ । କ୍ରିକବଜର ଏକ ରିପୋର୍ଟ ଅନୁସାରେ ଚେକ୍ ବାଉନ୍ସ ମାମଲାରେ ତାଙ୍କ ବିପକ୍ଷରେ ଏହି ଲିଗାଲ ଆକ୍ସନ ନିଆଯାଇଛି । ଆସନ୍ତୁ ଜାଣିବା ପୂରା ମାମଲା କ’ଣ ରହିଛି...

କ୍ରିକବଜର ରିପୋର୍ଟ ଅନୁସାରେ , ଶାକିବ ଅଲ ହସନଙ୍କ ବିପକ୍ଷରେ ଆଇଏଫଆଇସି ବ୍ୟାଙ୍କ ସହ ଯୋଡ଼ି ହୋଇଥିବା ଚେକ୍ ବାଉନ୍ସ ମାମଲରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି । ପୂର୍ବତନ ଅବାମୀ ଲିଗ୍ ସାଂସଦ ଶାକିବ ସେବେଠାରୁ ବିଦେଶରେ ରହୁଛନ୍ତି । ଯେବେଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନା ଛାତ୍ର ଆନ୍ଦୋଳନ ପରେ ଦେଶ ଛାଡ଼ି ପଳାଇଯାଇଥିଲେ । ଢାକାରେ ଅତିରିକ୍ତ ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟେ୍ରଟ ଜିୟଦୁର ରହମାନ ଦ୍ବାରା ଏହି ଆରେ‌ଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି । 

ପ୍ରକାଶ ଯେ, ଶାକିବଙ୍କ ନାମରେ ଗତବର୍ଷ ୧୫ଡିସେମ୍ବରରେ ଚେକ୍ ଠକେଇ ମାମଲା ଆସିଥିଲା । ସେ ୧୮ଡିସେମ୍ବରରେ ପ୍ରାରମ୍ଭିକ ଶୁଣାଣି ସମୟରେ ୧୯ଜାନୁଆରୀ ପୂର୍ବରୁ ଅଦାଲତରେ ହାଜର ହେବା ଲାଗି କୁହାଯାଇଥିଲା । ଏହି ମାମଲା ଆଇଏଫଆଇସି ବ୍ୟାଙ୍କର ରିଲେଶନଶିପ ଅଫିସର ଶାହିବୁର ରହମାନ ବ୍ୟାଙ୍କ ତରଫରୁ ଦାୟର କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.