ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପୁଣିଥରେ ଆରସିବି କ୍ୟାପଟେନ୍‌ ହେବେ ବିରାଟ କୋହଲି! ବଡ଼ ଅପ୍‌ଡେଟ୍‌ ଦେଲା ଫ୍ରାଞ୍ଚାଇଜ

Published By : Soubhagya Ranjan | February 4, 2025 5:14 PM

Image source: ABP Live

ନୂଆଦିଲ୍ଲୀ,୦୪/୦୨: ବିରାଟ କୋହଲି ଆଇପିଏଲରେ ଦୀର୍ଘ ସମୟ ଧରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଥିଲେ। ବିରାଟ କୋହଲିଙ୍କ ପରେ, ଫାଫ୍ ଡୁ ପ୍ଲେସିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକତ୍ୱ ଗ୍ରହଣ କରିଥିଲେ, କିନ୍ତୁ ଏବେ ଫ୍ରାଞ୍ଚାଇଜ୍ ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀଙ୍କୁ ଏହି ପଦବୀରୁ ମୁକ୍ତ କରିଛି। ତଥାପି, ଆଇପିଏଲ୍‌ ୨୦୨୫ ସିଜିନ୍ ଆରମ୍ଭ ହେବା ପୂର୍ବରୁ, ବଡ଼ ପ୍ରଶ୍ନ ହେଉଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ କିଏ ହେବ? ବିରାଟ କୋହଲି ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକତ୍ୱ ଗ୍ରହଣ କରିବେ କି? ଏହି ପ୍ରଶ୍ନ ଉପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଡ଼ ସଙ୍କେତ ଦେଇଛି। ସୂଚନାଥାଉକି, ଆରସିବିର ଉପାଧ୍ୟକ୍ଷ ଏବଂ ମୁଖ୍ୟ ରାଜେଶ ମେନନ ଏକ ସାକ୍ଷାତକାରରେ ଅନେକ ଦିଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ସ୍ପୋର୍ଟସ୍ ଟକ୍ ସହିତ ଏକ ସାକ୍ଷାତକାରରେ ରାଜେଶ ମେନନ୍ କହିଛନ୍ତି ଯେ ଆମର ଅଧିନାୟକ କିଏ ହେବ ତାହା ଆମେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହୁଁ, କିନ୍ତୁ ଆମ ଦଳରେ ଅନେକ ଅଛନ୍ତି ଯେଉଁମାନେ ଅଧିନାୟକ ହେବାକୁ ସକ୍ଷମ। ଆମ ଦଳକୁ ନେତୃତ୍ୱ ଦେଇପାରିବା ଭଳି ଏପରି ଅତି କମରେ ୪-୫ ଜଣ ଖେଳାଳି ଅଛନ୍ତି। ଆମେ କ’ଣ କରିବା ଆବଶ୍ୟକ ତାହା ଆଲୋଚନା କରିନାହୁଁ, ଆମେ ଆଲୋଚନା କରି ଏକ ନିଷ୍କର୍ଷରେ ପହଞ୍ଚିବୁ। କିନ୍ତୁ ମୁଁ କହିବାକୁ ଚାହେଁ ଯେ ଆମ ଦଳର ସବୁଠାରୁ ସଫଳ ଅଧିନାୟକ ବିରାଟ କୋହଲି ହୋଇଛନ୍ତି, ସେ ୧୪୩ଟି ମ୍ୟାଚ୍‌ରେ ଆମ ଦଳର ନେତୃତ୍ୱ ନେଇଥିଲେ, ଯେଉଁଥିରେ ଆମେ ୬୬ଟି ମ୍ୟାଚ୍‌ ଜିତିଥିବା ବେଳେ ୭୦ଟି ମ୍ୟାଚ୍‌ରେ ଆମକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ବର୍ତ୍ତମାନ ଆଇପିଏଲ୍‌ ମେଗା ନିଲାମରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍ ସଲ୍ଟ, ଲିଆମ୍ ଲିଭିଂଷ୍ଟୋନ୍, ଜାକବ୍ ବେଥେଲ୍, ଟିମ୍ ଡେଭିଡ୍, ଭୁବନେଶ୍ୱର କୁମାର, ଜିତେଶ ଶର୍ମା, ଦେବଦତ୍ତ ପାଡିକଲ୍ ଏବଂ ଜୋଶ୍ ହାଜେଲଉଡ୍ ଭଳି ଖେଳାଳିଙ୍କୁ ସାମିଲ କରିଛି। ଏହା ଉପରେ ରାଜେଶ ମେନନ କହିଛନ୍ତି ଯେ, ଆପଣ ଆମର ଖେଳାଳିମାନଙ୍କୁ ଦେଖନ୍ତୁ... ପ୍ରକୃତରେ ଆମେ କେଉଁ ଖେଳାଳିଙ୍କୁ କିଣିବୁ ସେ ବିଷୟରେ ପୂର୍ବରୁ ପ୍ରସ୍ତୁତ ଥିଲୁ। ଆମର ଭାରତୀୟ ଖେଳାଳି କିଏ ହେବେ ଏବଂ ବିଦେଶୀ ଖେଳାଳି କିଏ ହେବେ ସେ ବିଷୟରେ ଆମର ମାନସିକତା ବହୁତ ସ୍ପଷ୍ଟ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.