ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

‘ମାଲ୍ ନୁହେଁ, ମୁଁ ମହିଳା ...’, ଉଦ୍ଧବ ଗୋଷ୍ଠୀର ନେତାଙ୍କ ମନ୍ତବ୍ୟକୁ ନେଇ ଶାଇନା ଏନ୍‌ସିଙ୍କ କଡ଼ା ନିନ୍ଦା, ରୁଜୁ କଲେ ମାମଲା

ମୁମ୍ବାଇ,୧।୧୧:  ମହାରାଷ୍ଟ୍ର ନିର୍ବାଚନରେ ଶିବସେନା-ୟୁବିଟି ନେତା ଅରବିନ୍ଦ ସାଓ୍ବନ୍ତ ‘ଇମ୍ପୋଣ୍ଟାଣ୍ଟ ମାଲ୍’ କହିବା ନେଇ ଶିବସେନା ପ୍ରାର୍ଥୀ ଶାଇନା ଏନ୍‌ସି ରାଗି ଯାଇଛନ୍ତି। ସେ ଏହାକୁ ନେଇ ଏକ୍ସରେ କଡା ଟିପ୍ପଣୀ ଦେଇଛନ୍ତି। ଶାଇନା ଲେଖିଛନ୍ତି, ମୁଁ ମହିଳା, ମାଲ୍‌ ନୁହେଁ।’  

ଉଲ୍ଲେଖନୀୟ ଯେ, ଶାଇନା ଏନ୍‌ସି ପୂର୍ବରୁ ବିଜେପିରେ ଥିଲେ, କିନ୍ତୁ ନିର୍ବାଚନ ପୂର୍ବରୁ ସେ ଶିବସେନାରେ ଯୋଗ ଦେଇଛନ୍ତି। ଏହାକୁ ନେଇ ଅରବିନ୍ଦ ସାଓ୍ବନ୍ତ ଟିପ୍ପଣୀ ଦେଇଥିଲେ ଯେ, ସେ ପୁରା ଜୀବନ ବିଜେପିରେ ରହିଛନ୍ତି, କିନ୍ତୁ ଏବେ ଦେଖନ୍ତୁ।’ ସେ ଗଣମାଧ୍ୟମ ସହ କଥା ହୋଇ କହିଥିଲେ ଆମର ଏଠାରେ ଇମ୍ପୋଟେଡ୍‌ ମାଲ୍‌ ଚାଲେନି, କେବଳ ଅରିଜିନାଲ ମାଲ୍‌ ଚାଲେ। ନିଜ ପ୍ରାର୍ଥୀଙ୍କ ପକ୍ଷକୁ ଇଶାରା କରି ସାଓ୍ବନ୍ତ ଏହି କଥା କହିଛନ୍ତି। 

ଏଭଳି ସେକ୍ସିଏଷ୍ଟ ଟିପ୍ପଣୀ ଉପରେ ଶାଇନା ଏନ୍‌ସି କଡା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଏଭଳି କଥା କହିବା ଅରବିନ୍ଦ ସାଓ୍ବନ୍ତ ଓ ତାଙ୍କ ପାର୍ଟିର ଖରାପ ମାନସିକତାକୁ ଦର୍ଶାଉଛି। କ’ଣ ସେ ଭାବନ୍ତି ଯେ, ମୁମ୍ବା ଦେବିଙ୍କ ସବୁ ମହିଳା ମାଲ୍ ? ଶାଇନା ଆହୁରି କହିଛନ୍ତି ଯେ, ଏହି ଲୋକ ଜଣେ ମହିଳାଙ୍କୁ ସମ୍ମାନ ଦେଇପାରୁ ନାହାନ୍ତି। ଆପଣ ରାଜନୀତିରେ ସକ୍ରିୟ ଜଣେ  ମହିଳାକୁ ମାଲ୍ କହୁଛନ୍ତି। ଏବେ ଆପଣ ହେବେ ବେହାଲ, କାରଣ ଆପଣ ଜଣେ ମହିଳାକୁ ମାଲ୍ କହିଛନ୍ତି। ଏହି ମାମଲାରେ ମୁଁ ଆକ୍ସନ ନେବି, କିନ୍ତୁ ପବ୍ଲିକ ତାଙ୍କୁ ନିଶ୍ଚିତ ଭାବରେ ବେହାଲ କରିବେ। ଏଭଳି ମନ୍ତବ୍ୟକୁ ନେଇ ଅରବିନ୍ଦଙ୍କ ବିରୋଧରେ ଶାଇନା ଥାନାରେ ମାମଲା ରୁଜୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.