ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଅକ୍ଟୋବରରୁ ସେବି ଆଣିବ ନୂଆ ୟୁପିଆଇ ପେମେଣ୍ଟ ସିଷ୍ଟମ୍‌, ବ୍ରୋକର୍‌ଙ୍କୁ ମିଳିବ ସ୍ୱତନ୍ତ୍ର ୟୁପିଆଇ ଆଇଡି

Published By : Prameya | June 12, 2025 1:35 PM

ମୁମ୍ବାଇ,୧୨/୦୬: ବଜାର ନିୟାମକ ସେବି ନିବେଶକଙ୍କ ନିମନ୍ତେ ପେମେଣ୍ଟ୍‌ର ଏକ ନୂଆ ଏବଂ ସୁରକ୍ଷିତ ଉପାୟ ଆଣିବାକୁ ଯାଉଛି । ଏଥିରେ ସେବିରେ ପଞ୍ଜୀକୃତ  ବ୍ରୋକରଙ୍କୁ ନିବେଶକଙ୍କଠାରୁ ପେମେଣ୍ଟ ନେବା ପାଇଁ ଏକ ସ୍ୱତନ୍ତ୍ର ୟୁପିଆଇ  ଆଇଡି ଜାରି କରାଯିବ । ନୂଆ ସିଷ୍ଟମ୍‌ ସାହାଯ୍ୟରେ ନିବେଶକ ଭରସାଯୋଗ୍ୟ  ସଂସ୍ଥାନକୁ ଚିହ୍ନଟ କରିପାରିବେ । ନୂଆ ୟୁପିଆଇ ପେମେଣ୍ଟ ସିଷ୍ଟମ୍‌ ୨୦୨୫  ଅକ୍ଟୋବର ପହିଲାରୁ ଲାଗୁ ହେବ ।

ସେବି ପଞ୍ଜୀକୃତ ସଂସ୍ଥାନଗୁଡ଼ିକୁ ଏକ  ସ୍ୱତନ୍ତ୍ର ୟୁପିଆଇ ଆଇଡି ମିଳିବ । ଫଳରେ  ନିବେଶକ ଜାଣିପାରିବେ ଯେ, ସେମାନେ ପ୍ରକୃତ ତଥା ପଞ୍ଜୀକୃତ କମ୍ପାନିକୁ ଟଙ୍କା ପଠାଉଛନ୍ତି । ଫଳରେ ଠକାମୀ କମିବ । ଏବେ ୟୁପିଆଇ ମାଧ୍ୟମରେ ସେୟାର ବଜାରରେ ଦିନକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ହୋଇପାରୁଛି । ବର୍ତ୍ତମାନ ସେବି ଏହାକୁ  ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ଚାହୁଁଛି ।  

ନୂଆ ନିୟମ ଅନ୍ତର୍ଗତ ଯେତେବେଳେ  ଜଣେ ଏକ ପଞ୍ଜୀକୃତ କମ୍ପାନିକୁ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇବେ, ସେତେବେଳେ  ଏକ ସବୁଜ ରଙ୍ଗର ‘ଥମ୍ପ୍‌ସ ଅପ୍‌’ ଚିହ୍ନ  ଦେଖିବାକୁ ମିଳିବ । ଯଦି ଏହି ଚିହ୍ନ ନ ଥାଏ  ତା’ହେଲେ କମ୍ପାନି ଠିକ୍‌ ନୁହେଁ । ସେବିର  ଏହି ଯୋଜନାର ନାଁ ରହିଛି ‘ପେ-ରାଇଟ୍‌’ । ଏହାର ଉଦ୍ଦେଶ୍ୟ ହେଉଛି ନିବେଶକଙ୍କ  ଭରସା ବଢ଼ାଇବା, ଯାହାଦ୍ୱାରା ସେମାନେ  ବିନା ଭୟରେ ଟଙ୍କା ପଠାଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.