ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଜୁନ୍‌ ୨୭ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ମୁଖ୍ୟଙ୍କୁ ଭେଟିବେ ଅର୍ଥମନ୍ତ୍ରୀ, ଋଣ ଯୋଗାଣ ଦୃଢ଼ୀକରଣ ଉପରେ କରିବେ ସମୀକ୍ଷା

Published By : Prameya | June 14, 2025 12:10 PM

ନୂଆଦିଲ୍ଲୀ,୧୪/୦୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ମାସ ୨୭ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ । ସେ ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟଧାରା ଏବଂ ଋଣ ଯୋଗାଣ ସ୍ଥିତିର ସମୀକ୍ଷା କରିବା କରିବେ । ସେହିଭଳି ସରକାରୀ ଯୋଜନା ଗୁଡ଼ିକର କାର୍ଯ୍ୟାନ୍ୱୟନରେ ବ୍ୟାଙ୍କଗୁଡ଼ିକର ଭୂମିକା ନେଇ ମଧ୍ୟ ଏହି  ବୈଠକରେ ଆଲୋଚନା ହେବ । ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୫୦ ବେସିସ  ପଏଣ୍ଟ ହ୍ରାସ କରିବା ପରେ ଏହା ଅର୍ଥମନ୍ତ୍ରୀଙ୍କ ପ୍ରମୁଖ ସମୀକ୍ଷା ବୈଠକ । 

ତେବେ ଆଗାମୀ ବୈଠକରେ ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷ ଲାଗି ନୂଆ ଟାର୍ଗେଟ ଦେବେ । ମନ୍ଥର ଅର୍ଥନୀତିକୁ ତ୍ୱରିତ କରିବା ଲାଗି ଋଣ  ଯୋଗାଣ ଧାରାକୁ ଆହୁରି ଦୃଢ଼ କରିବା ଲାଗି  ମଧ୍ୟ ଅର୍ଥମନ୍ତ୍ରୀ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ପ୍ରଦାନ କରିବେ । ଏଥିରେ କିଶାନ କ୍ରେଡିଟ କାର୍ଡ ସ୍କିମ,  ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ  ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ  ସୁରକ୍ଷା ବୀମା ଯୋଜନା, ଅଟଳ ପେନଶନ  ଯୋଜନାର ସମୀକ୍ଷା ହେବ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ  ଗୁଡ଼ିକ ଆର୍ôଥକ ବର୍ଷ ୨୦୨୪-୨୫ରେ ରେକର୍ଡ ୧.୭୮ ଲକ୍ଷ କୋଟିର ଲାଭ ହାସଲ  କରିଥିବା ବେଳେ ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ସମୀକ୍ଷା ବୈଠକ ହେଉଛି ।  

ଏବେ ରେପୋ ରେଟ୍‌ ୫.୫% ସ୍ତରରେ ଥିବା ବେଳେ କ୍ୟାଶ ରିଭର୍ଜ ରେସିଓ  (ସିଆର୍‌ଆର୍‌) ୧୦୦ ବେସିସ ପଏଣ୍ଟ ହ୍ରାସ ହୋଇ ୩% ସ୍ତରରେ ରହିଛି । ସିଆର୍‌ଆର୍‌ର ପରିବର୍ତ୍ତିତ ନିଷ୍ପତ୍ତି ପର୍ଯ୍ୟାୟ ଭିତ୍ତିରେ କାର୍ଯ୍ୟକାରୀ ହେବାକୁ ଯାଉଛି ।  ଏହା ଦ୍ୱାରା ବଜାର ବ୍ୟବସ୍ଥାକୁ ୨.୫ ଲକ୍ଷ କୋଟି ଟଙ୍କା ଆସିବ । ଫଳରେ ବ୍ୟାଙ୍କିଙ୍ଗ  ବ୍ୟବସ୍ଥାରେ ନଗଦ ଏବଂ ଏହା ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବାରେ ସହାୟକ  ହେବ । ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ  ମୁଦ୍ରାନୀତି କମିଟି ରେପୋ ରେଟ୍‌ ହ୍ରାସ ନେଇ ଭୋଟ କରିଥିଲେ । ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନେଇଛି ଆର୍‌ବିଆଇ ।  ରେପୋ ରେଟ୍‌ ହ୍ରାସ ପରେ ଏହା ୪ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.