ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ପୂର୍ବତନ ଡବ୍ଲ୍ୟୁଇଏଫ୍‌ ଏମ୍‌ଡିଙ୍କ ଚେତାବନୀ: ଅର୍ଥନୀତିରେ ଆଗୁଆ ହେଲେ ମୁଣ୍ଡ ପିଛା ଜିଡିପି କ୍ଷେତ୍ରରେ ଜାପାନଠୁ ବହୁ ପଛରେ ଭାରତ

Published By : Prameya | June 9, 2025 10:10 AM

ନୂଆଦିଲ୍ଲୀ,୦୯/୦୬: ଜାପାନକୁ ଟପି  ଭାରତ ଖୁବ୍‌ଶୀଘ୍ର ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି  ପାଲଟିବାକୁ ଯାଉଛି । ଏହି ଖବରକୁ ନେଇ ଦେଶବାସୀ ଖୁସି ହେଉଛନ୍ତି । କିନ୍ତୁ ବାସ୍ତବରେ କ’ଣ ଏହା ଖୁସିର ବିଷୟ । ବିଶେଷଜ୍ଞଙ୍କ ମତରେ, ଏହାକୁ ନେଇ ଅଧିକ ଖୁସି ହେବା ଉଚିତ ନୁହେଁ । ଯଦିଓ ଅର୍ଥନୀତିର ଆକାର କ୍ଷେତ୍ରରେ ଭାରତ ଜାପାନକୁ ପଛରେ ପକାଇବାକୁ ଯାଉଛି, ମୁଣ୍ଡ ପିଛା ଆୟ କ୍ଷେତ୍ରରେ ଦେଶ ଜାପାନଠୁ ବହୁ ତଳେ ।  

ବିଶ୍ୱ ଅର୍ଥନୈତିକ ଫୋରମ୍‌ର ପୂର୍ବତନ  ପରିଚାଳନା ନିର୍ଦ୍ଦେଶକ କ୍ଲାଉଡ୍‌ ସ୍ମାଦଜା କହିଛନ୍ତି  ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ବହୁତ ବଡ଼, ଏଥିରେ ଦୁଇ ମତ ନାହିଁ । କିନ୍ତୁ ମୁଣ୍ଡ  ପିଛା ଜିଡିପି କ୍ଷେତ୍ରରେ ଏହା ଜାପାନଠାରୁ  ବହୁ ପଛରେ ରହିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଅନୁସାରେ, ୨୦୨୫  ଏପ୍ରିଲ ସୁଦ୍ଧା ଭାରତର ମୁଣ୍ଡ ପିଛା ଜିଡିପି  ୨,୮୭୮.୪ ଡଲାର ବା ୨.୫ ଲକ୍ଷ ଟଙ୍କା ରହିଛି । ଏହା ଜାପାନର ମୁଣ୍ଡ ପିଛା ଜିଡିପିର ମାତ୍ର  ୮.୫% । 

ପ୍ରକାଶଯୋଗ୍ୟ, ଜାପାନର ମୁଣ୍ଡ ପିଛା  ଜିଡିପି ରହିଛି ୩୩,୯୫୫.୭ ଡଲାର ବା ୨୯  ଲକ୍ଷ ଟଙ୍କା । ଏହାର ଅର୍ଥ, ଜାପାନର ମୁଣ୍ଡ ପିଛା ଆୟ ଭାରତଠାରୁ ପ୍ରାୟ ୧୧.୮ ଗୁଣା ଅଧିକ ।  ସ୍ମାଦଜାଙ୍କ ଅନୁସାରେ, ଭାରତୀୟ  ଅର୍ଥବ୍ୟବସ୍ଥାର ଆକାର ଏକ ଭଲ ସଂକେତ ।  ଏଥିରୁ ଜଣାପଡୁଛି ଯେ, ବିଶ୍ୱ ସ୍ତରରେ ଭାରତର  ଆର୍ଥିକ ଓଜନ କେତେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା  ହେଉଛି ଯେ, ଦେଶର ମୁଣ୍ଡ ପିଛା ଆୟ କେତେ । ସ୍ମାଦଜା କୁହନ୍ତି ଯେ, ଭାରତର ଆର୍ଥିକ  ସୁଧାରକୁ ଆହୁରି ଦ୍ରୁତ କରାଯିବା ଉଚିତ । ସେ  ଏହା ଜୋର ଦେଇଛନ୍ତି ଯେ, ଆର୍ଥିକ ବିକାଶର ଲାଭ ସମସ୍ତ ନାଗରିକଙ୍କୁ ମିଳିବା ଦରକାର ।  ଏହା କେବଳ ଅଭିବୃଦ୍ଧିଶୀଳ ମଧ୍ୟମ ବର୍ଗଙ୍କ  ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ ।  

ସ୍ମାଦଜା କହିଛନ୍ତି ଯେ, ଭାରତ ବିଶ୍ୱ  ପ୍ରଯୁକ୍ତି ଦୌଡ଼ରେ ଏକ ମହତ୍ୱପୂର୍ଣ୍ଣ ମୋଡ଼ରେ  ଛିଡ଼ାହୋଇଛି । ଭାରତ ପାଖରେ ବିଗ୍‌ ଡାଟାର  ଫାଇଦା ରହିଛି । ଦେଶରେ ଇଣ୍ଟର୍‌ନେଟ୍‌  ଏବଂ ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର  ହୋଇଥାଏ । ଏଥିପାଇଁ ଏଠାରେ ଡାଟା ଦ୍ରୁତ  ବେଗରେ ବଢୁଛି । ଏହି ଡାଟା ଆମ ଜୀବନର  ଅନେକ ଦିଗ ଉପରେ ପ୍ରଭାବ ପକାଇଥାଏ ।  ସେ ଚେତାବନୀ ଦେଇଛନ୍ତି ଯେ, ଭାରତକୁ ଡାଟା ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ ।  ଆମେରିକୀୟ ଟେକ୍ନୋଲୋଜି କମ୍ପାନିଗୁଡ଼ିକ  ଭାରତର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହାନ୍ତି । କାରଣ ଚୀନ୍‌ ଏହାର ଡାଟାର ବ୍ୟବହାର  ଉପରେ ରୋକ୍‌ ଲଗାଇ ଦେଇଛି । ୟୁରୋପ  ବି ନିୟମକୁ ଶକ୍ତ କରୁଛି । ସ୍ମାଦ୍‌ଜା କହିଛନ୍ତି  ଯେ, ଭାରତରେ ଆମକୁ ସୁନିଶ୍ଚିତ କରିବାକୁ  ହେବ ଯେ, ଆମେ ଏହି ବଡ଼ ରଣନୀତିକ  ସମ୍ପତ୍ତିକୁ ଯେପରି ସୁରକ୍ଷା ଦେଇପାରିବୁ । 

ଏହି ଡାଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଏବଂ ଡିପ୍‌ ଟେକ୍‌ ଭଳି ପ୍ରଯୁକ୍ତିଗତ ବିକାଶ ପାଇଁ  ଅତ୍ୟନ୍ତ ଜରୁରୀ । ଏହାର ବ୍ୟବହାର ସମସ୍ତଙ୍କ ଫାଇଦା ପାଇଁ କରାଯିବା ଉଚିତ । ବିଶେଷକରି  ଗ୍ରାମାଞ୍ଚଳରେ । ସ୍ମାଦଜା ଭାରତର ଷ୍ଟାର୍ଟଅପ୍‌  ଇକୋସିଷ୍ଟମ୍‌ର ପ୍ରଶଂସା କରିଛନ୍ତି । ସେ କହିଲେ  ଯେ, ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ  ଆହୁରି ଉତ୍ତମ ନୀତି ପ୍ରସ୍ତୁତ କରାଯିବା ଉଚିତ ।  ସେ କହିଲେ ଯେ, ଭାରତୀୟ କମ୍ପାନିଗୁଡ଼ିକ  ପ୍ରଯୁକ୍ତିକୁ କିଣିବା ପାଇଁ ଅଧିକ ଧ୍ୟାନ ଦେଉଛନ୍ତି,  ଏହାକୁ ବିକଶିତ କରିବା ପାଇଁ ନୁହେଁ ।  

ସ୍ମାଦଜାଙ୍କ ଅନୁସାରେ, ଭାରତୀୟ  କମ୍ପାନିଗୁଡ଼ିକ ଗବେଷଣା ଏବଂ ବିକାଶ ଉପରେ  ଅଧିକ ଧ୍ୟାନ ଦେବା ଉଚିତ । ଭାରତରେ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ଅଧିକ । ଏହା ଏକ ବଡ଼  ଫାଇଦା । କିନ୍ତୁ ଲୋକଙ୍କୁ କୌଶଳ ଶିଖାଇବା ଏବଂ  ସେମାନଙ୍କୁ ଅଧିକ ପ୍ରଶିକ୍ଷୀତ କରିବା ଉଚିତ ।  ଭାରତକୁ ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାର  ଅର୍ଥବ୍ୟବସ୍ଥା ହେବାକୁ ପଡ଼ିବ । ଏଥିପାଇଁ ଏହାକୁ  ନିଜର ଔଦ୍ୟୋଗିକ ଆଧାରକୁ ବଢ଼ାଇବାକୁ  ପଡ଼ିବ । କାରଣ ଜିଡିପିରେ ବିନିର୍ମାଣର  ଅଂଶ ଚୀନ୍‌ ତୁଳନାରେ ଖୁବ୍‌ କମ୍‌ ରହିଛି । 

ସ୍ମାଦଜା କହିଲେ ଯେ, ଗ୍ରାମାଞ୍ଚଳରେ  ଉତ୍ପାଦକତା ବଢ଼ାଇବା ଅତି ଜରୁରୀ । ଏହାଦ୍ୱାରା  କେବଳ ଦେଶର ଆର୍ଥିକ ସ୍ଥିତି ଉନ୍ନତ ହେବ  ନାହିଁ, ବରଂ ଗ୍ରାମୀଣ ଲୋକଙ୍କ କ୍ରୟ କ୍ଷମତା  ବଢ଼ିବ । ଲୋକ ଖର୍ଚ୍ଚ କଲେ ଅଭିବୃଦ୍ଧି ଦୌଡ଼ିବ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.