ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ଆସନ୍ତା ୨ ମାସରେ ଆରମ୍ଭ ହେବ ଷ୍ଟାରଲିଙ୍କ୍‌ ସେବା, ଖୁବ୍‌ଶୀଘ୍ର କରାଯିବ ଟ୍ରାଏଲ

Published By : Prameya | June 10, 2025 1:24 PM

ନୂଆଦିଲ୍ଲୀ,୧୦/୦୬: ଏଲନ ମସ୍କଙ୍କ କମ୍ପାନି ସ୍ପେଶ ଏକ୍ସ ନିଜର ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସର୍ଭିସ ଭାରତରେ ଶୀଘ୍ର ଆରମ୍ଭ କରିବ । ଭାରତରେ ସେବା ଆରମ୍ଭ କରିବା ନେଇ ଗତ ସପ୍ତାହରେ ଟେଲିକମ ବିଭାଗ ପକ୍ଷରୁ କମ୍ପାନିକୁ ଲାଇସେନ୍ସ ମିଳିଥିଲା । ଖୁବ୍‌ଶୀଘ୍ର ଟ୍ରାଏଲ କରାଯିବ।

ଆଗାମୀ ୨ ମାସରେ କମ୍ପାନି ଭାରତରେ ନିଜର ସେବା ଆରମ୍ଭ କରିପାରେ ବୋଲି ମିଡିଆ  ରିପୋର୍ଟରେ ପ୍ରକାଶ ପାଇଛି । ଭାରତୀୟ ବଜାର ଲାଗି କମ୍ପାନି  ନିଜର ମୂଲ୍ୟ ଢାଞ୍ଚା ପ୍ରସ୍ତୁତ କରିସାରିଛି । ଏହି ସେବା ଲାଗି କମ୍ପାନିର ସାଟେଲାଇଟ ଡିସ୍‌ ଡିଭାଇସ ମୂଲ୍ୟ ୩୩ ହଜାର ଟଙ୍କା ରହିବ । ଏହା ବାଦ କମ୍ପାନି ମାସିକ ଅନଲିମିଟେଡ ଡାଟା  ପ୍ଲାନର ମୂଲ୍ୟ ୩ ହଜାର ଟଙ୍କା ରଖିବ । ଗୋଟିଏ ମାସର ଫ୍ରି' ଟ୍ରାଏଲ ମଧ୍ୟ ଦେବାକୁ କମ୍ପାନି ଯୋଜନା କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.