ପ୍ରମୂଖ ଖବର
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ED’s Powers: ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ପୁର୍ନଗଠନ କଲେ ସୁପ୍ରିମକୋର୍ଟ

Published By : Ankita S | May 5, 2025 11:26 AM

ନୂଆଦିଲ୍ଲୀ,୦୫/୦୫: ସୁପ୍ରିମକୋର୍ଟ ଇଡ଼ି ଅଧିକାରୀଙ୍କ ସହ ଜଡ଼ିତ ଏକ ବିବାଦୀୟ ମାମଲା ପୁଣି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଗିରଫଦାରୀ ଓ ସମ୍ପତ୍ତି ଜବତ କରିବା କ୍ଷମତା ଉପରେ ଶୁଣାଣି କରିବାକୁ ତିନି ଜଣିଆ ଖଣ୍ଡପୀଠ ପୁର୍ନଗଠନ କରିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଉଜ୍ଜାଲ ଭୂୟାଁ ଏବଂ ଏନ.କୋଟିଶ୍ୱର ସିଂହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମେ ୭ରେ ମାମଲାର ଶୁଣାଣି କରିବେ । ପୂର୍ବରୁ ମାମଲାର ଶୁଣାଣି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଉଜ୍ଜାଲ ଭୂୟାଁ ଓ ଜଷ୍ଟିସ ସିିଟି ରବିକୁମାର କରୁଥିଲେ । ହେଲେ ଜାନୁଆରୀ ୫ରେ ରବିକୁମାର ଅବସର ନେଇଛନ୍ତି । ତେଣୁ ଏନ.କୋଟିଶ୍ୱର ସିଂହଙ୍କୁ ନେଇ ତିନି ଜଣିଆ ଖଣ୍ଡପୀଠ ପୁର୍ନଗଠନ ହୋଇଛି ।

ଜୁଲାଇ ୨୦୨୨ରେ ମନି ଲଣ୍ଡିଂ ମାମଲାରେ ଗିରପ, ସମ୍ପତ୍ତି ଆଟାଜ୍, ତଲାସୀ ଏବଂ ଜବତରେ ଇଡିର କ୍ଷମତାକୁ ସମର୍ଥନ କରିଥିଲେ ସୁପ୍ରିମକୋର୍ଟ । ୨୦୨୨ରେ ସର୍ବୋଚ୍ଚ ନ୍ୟାୟଳୟଙ୍କର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଯାଇଥିଲା । ୬ ମାର୍ଚ୍ଚରେ ଏହି ମାମଲା ଭୁଲବସତଃ ଦୁଇଜଣିଆ ଖଣ୍ଡପୀଠଙ୍କ ସାମ୍ନାକୁ ଆସିଥିଲା । ଉକ୍ତ ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓକିଲଙ୍କୁ ଭରସା ଦେଇଥିଲେ କି ଖୁବଶୀଘ୍ର ତିନି ଜଣିଆ ଖଣ୍ଡପୀଠ ଗଠନ ହେବ । ୨୦୨୨ ଅଗଷ୍ଟରେ ଏହି ନିଷ୍ପତ୍ତି ଉପରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ ସୁପ୍ରିମକୋର୍ଟ । ଦୁଇଟି ପ୍ରମୁଖ ପ୍ରସଙ୍ଗ-ଇଡି ଅଭିଯୋଗ ରିପୋର୍ଟ (ECIR) ଦାଖଲ ନ କରିବା ଏବଂ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଧରି ନେବା ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି କହିଥିଲେ । 

ମନି ଲଣ୍ଡିଂ ସାରା ବିଶ୍ୱର ଆର୍ଥିକ ବ୍ୟବସ୍ଥା ପାଇଁ ଏକ ବିପଦ ଏବଂ ଏହାକୁ ଏକ ସାଧାରଣ ଅପରାଧ ଭାବରେ ବିବେଚନା କରାଯାଇପାରିବ ନାହିଁ । କୋର୍ଟ ଏହା ବି କହିଥିଲେ କି ଇଡି ଅଧିକାରୀମାନଙ୍କୁ ପୋଲିସ ଅଧିକାରୀ ଭାବରେ ବିବେଚନା କରାଯାଏ ନାହିଁ । ECIRକୁ ଏଫଆଇଆର ସମାନ ବୋଲି ବିବେଚନା କରାଯାଇପାରିବ ନାହିଁ ।

ଏହି ନିଷ୍ପତିରେ କୁହାଯାଇଥିଲା କି ପ୍ରତ୍ୟେକ ମାମଲାରେ ଅଭିଯୁକ୍ତଙ୍କୁ ECIRର ଏକ କପି ଦେବା ଆବଶ୍ୟକ ନୁହେଁ। ଗିରଫ ସମୟରେ ଇଡି ଗିରଫର କାରଣ ଦର୍ଶାଇବା ଯଥେଷ୍ଟ । ମନି ଲଣ୍ଡିଂ ଆଇନର ଅନେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିବା ୨୦୦ରୁ ଅଧିକ ଆବେଦନ ଆସିଛି । ସରକାର ଏହି ଆଇନର ଅପବବ୍ୟହାର କରୁଥିବା ନେଇ ବିରୋଧୀ ଟାର୍ଗେଟ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ନୂଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଉପରେ କଣ ରାୟ ଦେଉଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.