ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ

Published By : Ankita S | May 7, 2025 8:46 AM

ନୂଆଦିଲ୍ଲୀ,୦୭/୦୫: ପହଲଗାମ ପ୍ରତିଶୋଧ । ଲୁହ-ଲହୁର ହିସାବ ନେଲା ଭାରତ । ସିନ୍ଦୂରର ବଦଲା ନେଲା 'ଅପରେସନ ସିନ୍ଦୂର' । ନରସଂହାରର ପ୍ରତିଶୋଧ ଠିକ୍ ୧୨ ଦିନ ପରେ ସେହି ମଙ୍ଗଳବାର ସିନ୍ଦୂରା ଫାଟିବା ଆଗରୁ ବାୟୁସେନା କଲା ଆଟାକ୍ । ସାଙ୍ଗରେ ଥଲେ ସ୍ଥଳ ଓ ନୌସେନା । ପୁରା ପ୍ଲାନ ସହ ପହଲଗାମର ପ୍ରତିଶୋଧ ନେଇଛି ଭାରତ । ଆତଙ୍କୀଙ୍କ ମୂଳଦୁଆକୁ ଖିନଭିନ୍ କରିଛି । ପାକିସ୍ତାନ ଭିତରେ ୯ ଆତଙ୍କୀ ଠିକଣାରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛି । ବ୍ରହ୍ମୋସ୍ ମିଶାଇଲ ମାଡ଼ରେ ଛାରଖାର ହେଲା ଆତଙ୍କୀ ଶିବିର । ପାକିସ୍ତାନ ସେନା ଓ ସରକାରଙ୍କ ନିଜ ଭାଙ୍ଗିବା ପୂର୍ବରୁ ନିଦ ହଜିଯାଇଛି ।

ରକ୍ତର ହୋଲି ଖେଳି ନୀରିହ ଜୀବନ ନେଇ ୨୬ଜଣଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ୍ ଗଣହତ୍ୟାର ବଦଲା ନେଇ ପାକିସ୍ତାନର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି । ଥରି ଉଠିଛି ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନର କେତେକ ଅଞ୍ଚଳ । ଏଥିରେ ୯୦ ଆତଙ୍କୀ ନିପାଦ ହୋଇଥିବା ସୂଚନା ମିଳିଛି । ଭାରତ ଏୟାର ଷ୍ଟ୍ରାଇକ୍ କରିଥିବା ପାକିସ୍ତାନର ସେହି ୯  ସ୍ଥାନ ଗୁଡିକ ହେଲା,  ମରାକାଜ ଶୁବନ ଆଲ୍ଲା ବାହୱାଲପୁର, ମରାକାଜ ତାଇବା, ମୁରୀଦକ, ସରଜାଲ/ ତେହେରା କଲାନ୍‌, ମେହେମୋନା ଜୋୟା ଫାସିଲିଟି, ସାଇଲିକୋଟ, ମରାକାଜ ଅଲେ ହଡିଥ ବରମାଲା, ମରାକାଜ ଆବାସ କୋଟିଲି, ମସକାଲ ରହିଲ ସାହିଦ, ମୁଜାଫାରବାଦ ସହ୍ୱାଇ ନାଲ୍ହା, ମରାକାଜ ସାଇାଦାନା ବିଲାଲ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.