ନୂଆଦିଲ୍ଲୀ,୦୭/୦୫: ପହଲଗାମ ପ୍ରତିଶୋଧ । ଲୁହ-ଲହୁର ହିସାବ ନେଲା ଭାରତ । ସିନ୍ଦୂରର ବଦଲା ନେଲା 'ଅପରେସନ ସିନ୍ଦୂର' । ନରସଂହାରର ପ୍ରତିଶୋଧ ଠିକ୍ ୧୨ ଦିନ ପରେ ସେହି ମଙ୍ଗଳବାର ସିନ୍ଦୂରା ଫାଟିବା ଆଗରୁ ବାୟୁସେନା କଲା ଆଟାକ୍ । ସାଙ୍ଗରେ ଥଲେ ସ୍ଥଳ ଓ ନୌସେନା । ପୁରା ପ୍ଲାନ ସହ ପହଲଗାମର ପ୍ରତିଶୋଧ ନେଇଛି ଭାରତ । ଆତଙ୍କୀଙ୍କ ମୂଳଦୁଆକୁ ଖିନଭିନ୍ କରିଛି । ପାକିସ୍ତାନ ଭିତରେ ୯ ଆତଙ୍କୀ ଠିକଣାରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛି । ବ୍ରହ୍ମୋସ୍ ମିଶାଇଲ ମାଡ଼ରେ ଛାରଖାର ହେଲା ଆତଙ୍କୀ ଶିବିର । ପାକିସ୍ତାନ ସେନା ଓ ସରକାରଙ୍କ ନିଜ ଭାଙ୍ଗିବା ପୂର୍ବରୁ ନିଦ ହଜିଯାଇଛି ।

ରକ୍ତର ହୋଲି ଖେଳି ନୀରିହ ଜୀବନ ନେଇ ୨୬ଜଣଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ୍ ଗଣହତ୍ୟାର ବଦଲା ନେଇ ପାକିସ୍ତାନର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି । ଥରି ଉଠିଛି ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନର କେତେକ ଅଞ୍ଚଳ । ଏଥିରେ ୯୦ ଆତଙ୍କୀ ନିପାଦ ହୋଇଥିବା ସୂଚନା ମିଳିଛି । ଭାରତ ଏୟାର ଷ୍ଟ୍ରାଇକ୍ କରିଥିବା ପାକିସ୍ତାନର ସେହି ୯  ସ୍ଥାନ ଗୁଡିକ ହେଲା,  ମରାକାଜ ଶୁବନ ଆଲ୍ଲା ବାହୱାଲପୁର, ମରାକାଜ ତାଇବା, ମୁରୀଦକ, ସରଜାଲ/ ତେହେରା କଲାନ୍‌, ମେହେମୋନା ଜୋୟା ଫାସିଲିଟି, ସାଇଲିକୋଟ, ମରାକାଜ ଅଲେ ହଡିଥ ବରମାଲା, ମରାକାଜ ଆବାସ କୋଟିଲି, ମସକାଲ ରହିଲ ସାହିଦ, ମୁଜାଫାରବାଦ ସହ୍ୱାଇ ନାଲ୍ହା, ମରାକାଜ ସାଇାଦାନା ବିଲାଲ ।