ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ହିମାଚଳ ପ୍ରଦେଶର ସିଏମଙ୍କୁ ସିଙ୍ଗଡ଼ା ନମିଳିବାରୁ ବିବାଦ : ସିଆଇଡି ଯାଞ୍ଚକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ସଫେଇ

Published By : Prameya | November 8, 2024 11:18 PM

ନୂଆଦିଲ୍ଲୀ : ଶୁକ୍ରବାର ଏମିତି ଏକ ରିପୋର୍ଟ ସାମନାକୁ ଆସିଛି ଯେ, ହିମାଚଳ ପ୍ରଦେଶର ଅପରାଧିକ ଯାଞ୍ଚ ବିଭାଗ (ସିଆଇଡି) ଏହା ଜାଣିବାକୁ ଯାଞ୍ଚ ଆରମ୍ଭ କରିଛି କି, କେମିତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହସୁଖୁଙ୍କ ପାଇଁ ପଠାଯାଇ ଥିବା ସିଙ୍ଗଡା ଓ କେକ ଭୁଲ୍‌ରେ ତାଙ୍କର ସୁରକ୍ଷା କର୍ମଚାରୀଙ୍କୁ ପରସା ଯାଇଥିଲା। ଏହି ଭୁଲ ଏବେ ଏକ ବଡ଼ ବିବାଦର ରୂପ ନେଇ ସାରିଛି। 

ଏହି ଘଟଣା ୨୧ ଅକ୍ଟୋବରରେ ସିଆଇଡି ମୁଖ୍ୟାଳୟରେ ହୋଇ ଥିଲା। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ , ୨୧ ଅକ୍ଟୋବରରେ ଏକ ସମାରୋହ ପାଇଁ ସିଆଇଡି ମୁଖ୍ୟାଳୟ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ପରସା ଯିବାକୁ ଲକ୍କଡ ବଜାରର ଏକ ହୋଟେଲରୁ ସିଙ୍ଗେଡା ଓ କେକ୍‌ ର ୩ଟି ଡବା ଅଣାଯାଇ ଥିଲା। 

ହେଲେ , ଡେପୁଟୀ ଏସପି ରାଙ୍କର ଅଧିକାରୀଙ୍କ ଦ୍ୱାରା କରାଯାଇ ଥିବା ଯାଞ୍ଚ ରିପୋର୍ଟ ଅନୁସାରେ , ସିଙ୍ଗଡା ଓ କେକ ସିଏମ୍‌ଙ୍କର ସୁରକ୍ଷା କର୍ମଚାରୀଙ୍କୁ ପରସା ଯାଇ ଥିଲା। ସମନ୍ୱୟର ଅଭାବ ଏହାର କାରଣ ବୋଲି କୁହାଯାଇଛି। 

ଏମିତି ଭୁଲ କେମିତି ହେଲା ?

ରିପୋର୍ଟରେ କୁହାଯାଇଛି କି ମହାନିରୀକ୍ଷକ ସ୍ତରୀୟ ଜଣେ ଅଧିକାରୀ ପୁଲିସର ଜଣେ ଉପନିରୀକ୍ଷକ (ଏସଆଇ)ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ହୋଟେଲରୁ କିଛି ଜଳଖିଆ ଆଣିବାକୁ କହିଥିଲେ। ଏସଆଇ ଜଣେ ସହାୟକ ଏସଆଇ (ଏଏସଆଇ) ଓ ଜଣେ ହେଡ୍‌ କନଷ୍ଟେବଲଙ୍କୁ ଜଳଖିଆ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଏସଆଇ ଓ ହେଡ୍‌ କନଷ୍ଟେବଳ ହୋଟେଲରୁ ୩ଟି ସିଲଦିଆ ଡବାରେ ଜଳଖିଆ ଆଣି ଏସଆଇଙ୍କୁ ଜଣାଇ ଥିଲେ।

ପୁଲିସ ଅଧିକାରୀମାନେ କଥିତ ଭାବେ କହିଛନ୍ତି କି ,ଯେବେ ସେ ଡ୍ୟୁଟିରେ ଥିବା ପର୍ଯ୍ୟଟନ ବିଭାଗର କର୍ମଚାରୀଙ୍କୁ ପଚାରିଲେ କି ୩ଟି ଡବାରେ ଥିବା ଜଳଖିଆ ମୁଖ୍ୟମନ୍ତ୍ରୀଙ୍କୁ ଦେବାର ଥିଲା କି , ଜବାବରେ ସେ କହିଥିଲେ ଏହା ମେନ୍ୟୁରେ ସାମିଲ ନଥିଲା। 

ଯାଞ୍ଚ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କେବଳ ଉକ୍ସ ଏସଆଇ , ଯିଏ ଏଏସଆଇ ଓ ହେଡ୍‌ କନଷ୍ଟେବଲଙ୍କୁ ହୋଟେଲରୁ ଜଳଖିଆ ଆଣିବା କାମ ଦେଇଥିଲେ , ତାଙ୍କୁ ଏହା ବିଷୟରେ ଜଣା ଥିଲା କି ଏହି ୩ଟି ଡବା ସିଏମ ସୁଖୁଙ୍କ ପାଇଁ ଥିଲା। 

ମହିଳା ନିରୀକ୍ଷକ , ଯାହାଙ୍କୁ ଖାଦ୍ୟ ଜିନିଷ ଦାୟିତ୍ୱ ଦିଆ ଯାଇ ଥିଲା , ସିଏ କୌଣସି ବରିଷ୍ଠ ଅଧିକାରୀଙ୍କୁ ନପଚାରି ଜଳଖିଆକୁ ଯାନ୍ତ୍ରିକ ପରିବହନ (ଏମଟି) ବିଭାଗକୁ ପଠାଇ ଦେଇଥିଲେ, ଯିଏକି ଜଳଖିଆ ସମ୍ୱନ୍ଧିତ କାର୍ଯ୍ୟ କରିଥାଏ ।

ସିଆଇଡି ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ନିଜର ନୋଟ୍‌ରେ ଲେଖିଛନ୍ତି କି ଯାଞ୍ଚ ରିପୋର୍ଟରେ ଯେଉଁ ଲୋକଙ୍କ ନାଁ ଅଛି, ସେମାନେ ସିଆଇଡି ଓ ସରକାର ବିରୋଧୀ ଉପାୟରେ କାମ କରିଛନ୍ତି, ଯେଉଁଥି ପାଇଁ ଭିଭିଆଇପିଙ୍କୁ ଏହି ଜିନିଷ ଦିଆଯାଇ ପାରି ନାହିଁ। ଏଥିରେ ସାମିଲ ଲୋକ ନିଜ ଏଜେଣ୍ଡା ଅନୁସାରେ କାମ କରୁଥିଲେ ।

ଏହି ମାମଲା ସାମନାକୁ ଆସିବା ପରେ ବିରୋଧୀ ପାର୍ଟି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଅନ୍ୟପଟେ ସିଆଇଡି ରିପୋର୍ଟ ଲିକ୍ ହୋଇ ସାମନାକୁ ଆସିବା ପରେ ପୂରା ଘଟଣା ଜଣାପଡ଼ିଥିଲା । ରିପୋର୍ଟରେ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକୁ ସରକାର ବିରୋଧୀ ଏବଂ ଭିଭିଆଇପିଙ୍କ ଉପସ୍ଥିତିର ସମ୍ମାନ ବିରୋଧୀ ଅପରାଧ ବୋଲି କହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏଥିରେ ସାମିଲ ଲୋକ ନିଜ ମନ ମୁତାବକ କାମ କରୁଥିଲେ ।

ଏହି ଘଟଣାକୁ ସରକାର ବିରୋଧୀ କୁହାଯିବା ପରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, 'ହିମାଚଳ ସରକାର କିଛି ନବୁଝି ବିଚାରି ନିଷ୍ପତ୍ତି ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗଡ଼ା ନମିଳିବା ହିମାଚଳର କଂଗ୍ରେସ ସରକାରକୁ ଏକ ଗମ୍ଭୀର ପ୍ରସଙ୍ଗ ଲାଗୁଛି । ଯେଉଁମାନେ ସିଙ୍ଗଡ଼ା ଖାଇଛନ୍ତି ସେମାନେ ସରକାରର ସଦସ୍ୟ ଥିବେ, ଏହା ସରକାର ଗତିବିଧି କିପରି ହେଲା ?'

ସିଙ୍ଗଡ଼ା ବିବାଦ ବଢିବା ପରେ ଶୁକ୍ରବାର ସିଏମ୍ ସୁଖୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସିଏମ୍ କହିଛନ୍ତି, 'ବିଜେପି ବାଚଳାମି କରୁଛି । ସିଙ୍ଗଡ଼ା ଆସିଥିଲା ବୋଲି ମୁଁ ଜାଣି ନଥିଲି, ମୁଁ ସିଙ୍ଗଡ଼ା ଖାଏ ନାହିଁ । ସିଙ୍ଗଡ଼ା ପାଇଁ ନୁହେଁ ବରଂ ଅଧିକାରୀଙ୍କ ଦୁର୍ବ୍ୟବହାର ଜାଣିବା ପାଇଁ ତଦନ୍ତ ହୋଇଥିବ ।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.