ପ୍ରମୂଖ ଖବର
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ! ବୈଠକକୁ ନ ଆସିଲେ ଘୋଷାଡ଼ି ଆଣିବି.. ବରିଷ୍ଠ ଛାତ୍ରୀଙ୍କ ଧମକପୂର୍ଣ୍ଣ ମେସେଜ୍‌ ଭାଇରାଲ...

Published By : Manoj | August 4, 2025 8:55 AM

ବୁର୍ଲା,୦୪/୦୮: ‘ଆଜି ମିଟିଂ ହେବ  ଠିକ୍‌ ରାତି ୧୦ଟା ୧୫ ମିନିଟରେ । ସବୁ  କନିଷ୍ଠ ଓ ବରିଷ୍ଠ ଉପସ୍ଥିତ ରହିବ ।  ଆଉ ଯେଉଁ କନିଷ୍ଠ ଉପସ୍ଥିତ ନ ରହିବ  ତାକୁ ତା’ କୋଠରିରୁ ଘୋଷାଡ଼ି ଆଣିବି ।  ଭଲରେ କହିଦେଉଛି । ଯେତେ ଯାହାର  ଅସୁବିଧା ଥିଲେ ବି ସମସ୍ତ ଜୁନିୟର ଉପସ୍ଥିତ ରହିବାକୁ ବାଧ୍ୟ । ଆଉ  ସିନିୟର ବି ଆସିବେ । ସବୁ ଅସୁବିଧା କହିବେ’ । ସମ୍ବଲପୁର ବିଶ୍ୱବିଦ୍ୟାଳୟର  ବ୍ରାହ୍ମଣୀ ଛାତ୍ରୀ ନିବାସର ହ୍ୱାଟସଆପ୍‌  ଗ୍ରୁପ୍‌ରେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର  ଛାତ୍ରୀ । ପୂର୍ବରୁ ଜୁନିୟର ଛାତ୍ରୀଙ୍କୁ ର‌୍ୟାଗିଂ ଘଟଣାର ସମାଧାନ କରିବା ଆଳରେ  ଶନିବାର ରାତିରେ ଡାକି ପୁଣି ର‌୍ୟାଗିଂ  କରାଯାଇଥିବା ଅଭିଯୋଗ ହୋଇଛି ।  

ବ୍ରାହ୍ମଣୀ ଛାତ୍ରୀ ନିବାସରେ ରହୁଥିବା  ସମସ୍ତ କନିଷ୍ଠ ଓ ବରିଷ୍ଠ ଛାତ୍ରୀଙ୍କୁ ନେଇ  ବ୍ରାହ୍ମଣୀ ଲେଡିଜ୍‌ ହଷ୍ଟେଲ ନାମରେ ଏକ  ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଖୋଲା ହୋଇଛି । ଶନିବାର ସନ୍ଧ୍ୟା ୬.୫୧ରେ ଏହି ଗ୍ରୁପରେ  ଧମକପୂର୍ଣ୍ଣ ମେସେଜ କରିଥିଲେ ଜଣେ  ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରୀ।  ରାତିଅଧରେ ସମସ୍ତ କନିଷ୍ଠ ଛାତ୍ରୀଙ୍କୁ  ନେଇ ବୈଠକ ବସିଥିଲା । ବୈଠକ  ପୂର୍ବରୁ ସମସ୍ତଙ୍କର ମୋବାଇଲ୍‌ ଛଡ଼ାଇ  ନେଇଥିଲେ । ଯେଭଳି କୌଣସି  ରେକର୍ଡିଂ ହୋଇପାରିବ ନାହିଁ  ସେନେଇ ଆଗୁଆ ଯୋଜନା ହୋଇଥିଲା ।  ଏହାପରେ ଆରମ୍ଭ ହୋଇଥିଲା  ମାନସିକ ନିର୍ଯାତନା । କନିଷ୍ଠ ଛାତ୍ରୀଙ୍କୁ  ବିଭିନ୍ନ ଆଳରେ ଭୟଭୀତ କରାଇ  ମାନସିକ ନିର୍ଯାତନା ଦିଆଯାଇଥିଲା ।  ଧମକପୂର୍ଣ୍ଣ ମେସେଜର ସ୍କ୍ରିନ୍‌ସଟ୍‌ ଭାଇରାଲ୍‌ ହେବା ପରେ ଏହାକୁ ନେଇ  ଆଲୋଡ଼ନ ସୃଷ୍ଟି ହୋଇଛି ।

 ଏନେଇ  ହଷ୍ଟେଲ୍‌ ୱାର୍ଡେନ୍‌ ପ୍ରଫେସର୍‌ ଏନ୍‌. କେ. ସେଠୀ କହିଛନ୍ତି, ସୋମବାର  ଛାତ୍ରୀ ନିବାସ ଯାଇ ତଦନ୍ତ କରିବେ ।  ଆବଶ୍ୟକ ପଡ଼ିଲେ ଘଟଣାକୁ ଆଣ୍ଟି  ର‌୍ୟାଗିଂ ସେଲ୍‌କୁ ହସ୍ତାନ୍ତର କରାଯିବ । ଦୋଷୀସାବ୍ୟସ୍ତ ହେଲେ ସମ୍ପୃକ୍ତ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.