ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସଲମାନଙ୍କ ଫିଲ୍ମ ‘ସିକନ୍ଦର’ର ପ୍ରଥମ ରିଭ୍ୟୁ ଆସିଲା ସାମନାକୁ : ପିତା ସଲିମ୍‌ କହିଲେ କେମିତିକା ସିନେମା

Published By : Prameya | March 27, 2025 11:07 PM

ମୁମ୍ୱାଇ - ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ପ୍ରଶଂସକ ଖୁବ୍‌ ଏକ୍ସାଇଟେଡ୍‌ ଅଛନ୍ତି। କାରଣ ପ୍ରଥମ ଥର ସଲମାନ ଓ ରଶ୍ମିକା ଏକାଠି କାମ କରୁଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍‌ ମୁର୍ଗଦାସ। ଫିଲ୍ମର ରିଲିଜ୍‌ ପୂର୍ବରୁ ସଲମାନ ସିକନ୍ଦରକୁ ନିଜ ପରିବାକୁ ଦେଖାଇଛନ୍ତି। ଏବେ ସଲମାନଙ୍କ ବାପା ସଲିମ ଖାନ ଫିଲ୍ମକୁ ନେଇ ନିଜର ରିଭ୍ୟୁ ଦେଇଛନ୍ତି। 

ଉଲ୍ଲେଖନୀୟ ଯେ, ଏକ ପ୍ରମୋସନାଲ ଭିଡ଼ିଓ ସାମନାକୁ ଆସିଛି , ଯେଉଁଥିରେ ଆମିର ଖାନ , ସଲମାନ, ଡାଇରେକ୍ଟର ଓ ସଲିମ ଖାନଙ୍କ ସହ କଥା ହେଉଛନ୍ତି। ଆମିର ପଚାରିଛନ୍ତି ଯେ, ଫିଲ୍ମ କେମିତି ଲାଗିଲା ଆପଣଙ୍କୁ ? ସେ କହିଛନ୍ତି , ଫିଲ୍ମର ବେଷ୍ଟ ପାର୍ଟ ଏହା କି , ଏହା ପରେ କଣ ହେବ ? ଏବେ କଣ କରିବ ? ଏହା ଆପଣଙ୍କୁ ବାନ୍ଧି ରଖିବ। 

ଯେବେ ଆମିର ସଲିମ୍‌ଙ୍କୁ ପଚାରିଲେ କି, ସେ ଫିଲ୍ମର ରିଲିଜ୍‌ ପୂର୍ବରୁ ନିର୍ଭସନେସ୍‌ କେମିତି ହ୍ୟାଣ୍ଡେଲ କରନ୍ତି ତ , ଏହାର ଜବାବରେ ସେ କହିଛନ୍ତି , କିଛି ବି କାମ କରନ୍ତୁ , ଆପଣ ଏଥିରେ କିଛି ମାତ୍ରାରେ ନର୍ଭସନେସ୍‌ ଫିଲ୍ କରିବେ । ଏମିତି ନୁହେଁ କି ଏହା କେବଳ ମୋତେ ଅନୁଭବ ହେଉଛି। ଏହା ହ୍ୟୁମାନ ଟେଣ୍ଡେନ୍ସି, ଏହା ତ ହୋଇ ଥାଏ। ଯଦି ଏହି ଭାବନାରେ ଚାଲିବେ ତ ସମସ୍ତଙ୍କୁ ହୋଇଥାଏ ଏବଂ ମୋତେ ବି ହେଉଛି।

କହି ରଖୁଛୁ କି ସଲିମ୍‌ ଖାନ ଏହା ପୂର୍ବରୁ ସିକନ୍ଦରର ଟ୍ରେଲର ଲଞ୍ଚରେ ମଧ୍ୟ ସଲମାନଙ୍କ ସହ ଥିଲେ ଏବଂ ଏବେ ସେ କହିଛନ୍ତି ଯେ, ଏହି ଫିଲ୍ମ ଦର୍ଶକଙ୍କୁ ବାନ୍ଧି ରଖିବ।

‘ସିକନ୍ଦର’ର ଆଡଭାନ୍ସ ବୁକିଂ ଆରମ୍ଭ  -

ସିକନ୍ଦର ବିଷୟରେ କହିବା ତ ଏହା ଈଦ୍ ଅବସରରେ ଅର୍ଥାତ୍‌ ୩୦ ଅପ୍ରେଲ୍‌ରେ ରିଲିଜ୍‌ ହେଉଛି। ଫିଲ୍ମରେ ସଲମାନ , ରଶ୍ମିକାଙ୍କ ବ୍ୟତୀତ କାଜଲ ଅଗ୍ରୱାଲ ମଧ୍ୟ ଅଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଏହାକୁ ଭଲ ରେସପନ୍ସ ମିଳୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.