ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଅଘଟଣ, ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ

Published By : Prameya | June 1, 2025 10:23 AM

କଟକ ସଦର,୦୧/୦୬: ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଗଲା ଏକ ବଡ଼ ଅଘଟଣ। ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ। ସୂଚନା ମୁତାବକ,ଓଏମପି ପଟରୁ ୧୦୦ବସ୍ତା ସିମେଣ୍ଟ ନେଇ ରଘୁନାଥପୁର ଯାଉଥିବା ଏକ ୪୦୭ଟାଟା ଗାଡି ନୂଆବଜ଼ାର ଛକ ଅତିକ୍ରମ କରୁଥିଲା। ସେହି ସମୟରେ  ତିନିଘରିଆ ପଟରୁ ଏକ ବାଇକ୍ ୩ଜଣ ବ୍ୟକ୍ତି ଦ୍ରୁତ ଗତିରେ  ମୁଖ୍ୟ ରାସ୍ତାକୁ ଅତିକ୍ରମ କରୁଥିବା ବେଳେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ୪୦୭ ଟ୍ରକ ବୁଦ୍ଧି ଖର୍ଚ୍ଚ କରି ଉକ୍ତ ନୂଆବଜ଼ାର ଛକରେ ବାମପଟରେ ଥିବା ଟ୍ରାଫିକ ଷ୍ଟାଣ୍ଡକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ମୃତ୍ୟୁମୁଖରୁ ବଞ୍ଚିଥିବା ବେଳେ ଟ୍ରାଫିକ ଷ୍ଟାଣ୍ଡ ଭାଙ୍ଗିରୁଜି ଯାଇଛି । 

ଚାଉଳିଆଗଞ୍ଜ ପୋଲିସ ଟ୍ରକକୁ ଜବତ କରିଥିବା ବେଳେ ବାଇକ ଆରୋହୀ ପଳାଇ ଯାଇଛନ୍ତି । ଟ୍ରକ ଡ୍ରାଇଭରଙ୍କୁ ସାହାଯ୍ୟ କରିବାକୁ ତାଙ୍କ ଓଡିଶା ଡ୍ରାଇଭର ସଂଘର କିଛି କର୍ମଚାରୀ ନୂଆବଜ଼ାର ଛକକୁ ଆସିଥିଲେ । ଟ୍ରକ ଡ୍ରାଇଭରର ଘର ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ହୋଇଥିବା ବେଳେ ଡ୍ରାଇଭରର ନାଁ ଖାଜେ ରିଆଜୁଦିନ ବୋଲି ଜଣାପଡିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.