କଟକ, ୦୨/୦୬: କଟକ ଜିଲ୍ଲା ନରସିଂହପୁର ମୁଖ୍ୟ ରାସ୍ତାର କରିଲୋ ବଡ଼ଶଙ୍ଖ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା । ଏହି ଦୁର୍ଘଟଣାରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ କାହାର କିଛି କ୍ଷତି ଘଟିନି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫୋରାର ହୋଇଛି ।
ସୂଚନା ମୁତାବକ, ବାଲି ବୋଝେଇ ହାଇୱାଟି କାନପୁର ଆଡୁ ନରସିଂହପୁର ଆଡକୁ ଆସୁଥିଲା । ଆସିବା ବେଳେ ନରସିଂହପୁର ମୁଖ୍ୟ ରାସ୍ତାର କରିଲୋ ବଡ଼ଶଙ୍ଖ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳ ନାଳକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ କାହାର କିଛି କ୍ଷତି ଘଟିନି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି ।