ନୂଆଦିଲ୍ଲୀ,୨୬।୪: ହରିୟାଣାର ନୁହଁ ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ରେ ଶନିବାର ସକାଳେ ଭୟଙ୍କରସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବଳେ ୫ ଆହତ ହୋଛନ୍ତି। ପୋଲିସ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ସେଭଳି ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଅଭିଯୁକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ, ନୁହଁ ଥାନା ଅନ୍ତର୍ଗତ ଫିରୋଜପୁର ଝିରକା ସୀମାର ଗାଁ ଇବ୍ରାହିମ୍ଭାସ ନିକଟରେ ଦୁର୍ଘଟଣା ଘଟିଛି। ଦୃତ ଗତିରେ ଆସୁଥିବା ପିକଅପ୍ ଗାଡି ସଫେଇ କର୍ମଚାରୀଙ୍କ ଉପରେ ମାଡି ଯାଇଥିଲା। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ରହିଛି। ସେପଟେ ମୃତ ୬ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି।
ଶନିବାର ସକାଳେ ୧୦ ଟା ବେଳେ ସଫେଇ କର୍ମଚାରୀମାନେ କାମ କରୁଥିଲେ। ଏହା ଭିତରେ ପିକ୍ଅପ୍ ଗାଡିଟି ଦୃତ ଗତିରେ ଆସି ତାଙ୍କ ଉପରେ ଚଢିଯାଇଥିଲା। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ୬ ଜଣଙ୍କର ହିଁ ଜୀବନ ଚାଲିଯାଇଥିଲା। ଏପରିକଇ ସଫେଇ କର୍ମଚାରୀଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।