ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କୁ ପୋଲିସ ନିଜ ସ୍କାନରରେ ରଖିଛି। କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଉକ୍ତ ବ୍ୟକ୍ତି ଜଣଙ୍କ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ "ପାକିସ୍ତାନର ଭାଇମାନଙ୍କ ସହ" ବୋଲି ଉଲ୍ଲେଖ କରିଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ଫଟୋରେ ଉକ୍ତ ବ୍ୟକ୍ତିଙ୍କ ନିକଟରେ ଏକ ବନ୍ଧୁକ ଥିବା ଦେଖାଯାଇଥିଲା। ଏହି ଫଟୋ ଭାଇରାଲ ହେବା ପରେ ସେ ବର୍ତ୍ତମାନ ପୋଲିସର ନଜରରେ ଅଛନ୍ତି ବୋଲି ସୂଚନା ମିଳିଛି।
ଖବର ମୁତାବକ, ଉକ୍ତ ଫଟୋକୁ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ରହୁଥିବା ଜଣେ ବ୍ୟକ୍ତି ନିଜ ଫେସବୁକ୍ ଷ୍ଟୋରିରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଓ ତାଙ୍କ ସାଙ୍ଗ ଆରମରେ ବସିଥିବା ବେଳେ ତାଙ୍କ ନିକଟରେ ଏକ ଏକେ-୪୭ ଭଳି ବନ୍ଧୁକ ଥୁଆଯାଇଥିବା ଦେଖିବାକୁ ମିଳିଛି। ଏହି ଷ୍ଟୋରିର କ୍ୟାପସନରେ ଉକ୍ତ ବ୍ୟକ୍ତି ଜଣକ “ପାକିସ୍ତାନି ଭାଇ” ବୋଲି ଉଲ୍ଲେଖ କରିଛନ୍ତି। ତେବେ ବର୍ତ୍ତମାନ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଦେଶରେ ଉଠୁଥିବା ପଡୁଥିବା ବେଳେ ବ୍ୟକ୍ତି ଜଣଙ୍କର ଏପରି କାର୍ଯ୍ୟକଳାପ ତାଙ୍କୁ ସନ୍ଦେହର ପରିସର ମଧ୍ୟକୁ ଟାଣିନେଇଛି।
ତେବେ କେତେକ ୟୁଜର୍ସ ଉକ୍ତ ଫଟୋର ସ୍କ୍ରିନସଟ ନେଇ ବରିଷ୍ଠ ଅଧିକାରୀମାନଙ୍କୁ ଟ୍ୟଗ କରିବା ପରେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ପୋଲିସ ଏନେଇ ବୟାନ ଦେଇ କହିଚି ଯେ “ଉକ୍ତ ଯୁବକ ଜଣଙ୍କ ଆମ ସ୍କାନରରେ ରହିଛନ୍ତି। ଶନିବାର ତାଙ୍କ ନାମରେ କ୍ରିଷ୍ଣନଗର କୋଲୱାଲି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇ ସାରିଛି। ଏନେଇ ଅଧିକ ଯାଞ୍ଚ ଚାଲିଛି। ଡିଟେକ୍ଟିଭଙ୍କ ଦ୍ୱାରା ମଧ୍ୟ ତାଙ୍କ ଫେସବୁକର ଯାଞ୍ଚ ଜାରି ରହିଛି। ତାଙ୍କର ଏହି ସନ୍ଦେହଜନକ ଫଟୋ ମିଳିବା ପରେ ଯୁବକଙ୍କ ପରିଚୟ ମିଳି ସାରିଛି। ଉକ୍ତ ଯୁବକ ଜଣଙ୍କୁ ଶେଷଥର ପାଇଁ ଗତ ଇଦ୍ ଅବସରରେ ଗାଁକୁ ଆସିଥିଲେ। ତେବେ ଅଧିକ ସୂଚନା ପାଇଁ ପୋଲିସ ତାଙ୍କ ବାପା’ମାଙ୍କୁ ପଚରା ଉଚରା ଜାରି ରଖିଛି।”
ଏହି ମାମଲାର ଯାଞ୍ଚ ବେଳେ ଉକ୍ତ ଯୁବକଙ୍କ ବାପା’ମା ପୋଲିସକୁ ସୂଚନା ଦେଇ କହିଚନ୍ତି ଯେ ତାଙ୍କ ପୁଅ ପ୍ରାୟ ତିନିବର୍ଷ ପୂର୍ବେ ଗାଁ ଛାଡି ଦେଇଥିଲେ। ପରେ ସେ ଜଣେ ହିନ୍ଦୁ ମହିଳାହ୍କୁ ବିବାହ ମଧ୍ୟ କରିଥିଲେ। ତା ପରଠୁ ସେ ପରିବାରଠୁ ମଧ୍ୟ ଅଲଗା ରହୁଥିଲେ। ସେବେଠୁ ସେ ପରିବାର ସହ ଯୋଗାଯୋଗରେ ନାହୀନ୍ତି ବୋଲି ଲସେ ସୂଚନା ପ୍ରଦାନ କରିଛନ୍ତି।
ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତର ସମସ୍ତ ସୁରକ୍ଷା ଏଜେନ୍ସି ଗୁଡିକ ହାଇ ଆଲର୍ଟରେ ଅଛନ୍ତି। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏପରି ପରିସ୍ଥିତିରେ ଯୁବକ ଜଣଙ୍କର ସନ୍ଦେହଜନକ ଫଟୋ ସେୟାର କରିବା ବିଭିନ୍ନ ସୁରକ୍ଷା ଏଜେନ୍ସି ଗୁଡିକ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ତେବେ ଉକ୍ତ ଯୁବକହ୍କୁ ବହୁ ଜଲଦି ହେପାଜତକୁ ନିଆଯିବ ବୋଲି ପୋଲିସ ପ୍ରକାଶ କରିଛି।