ଭୁବନେଶ୍ୱର: ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପରିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର। ଓଡ଼ିଶା ରାଜ୍ୟ ସେବା ଚୟନ ଆୟୋଗ (OSSSC) କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ ଫଳାଫଳକୁ ବାତିଲ କରି ଆଉଥରେ ପରୀଯା କରିବ ବୋଲି ଘୋଷଣା କରିଛି।
ଓଡ଼ିଶା ରାଜ୍ୟ ସେବା ଚୟନ ଆୟୋଗ (OSSSC) ଦ୍ୱାରା ଜାରି ହୋଇଥିବା ନୋଟିସ୍ ନଂ. ୧୭୪୭/OSSSC ଏବଂ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରାୟ ଅନୁଯାୟୀ, କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ ଅଧିନରେ RI, ICDS ସୁପରଭାଇଜର, ARI, ଅମିନ ଏବଂ SFS ପଦବୀ ପାଇଁ ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ଅନୁଷ୍ଠିତ ପ୍ରାଥମିକ ପରୀକ୍ଷା ଏବଂ ତାର ଫଳାଫଳ (ନୋଟିସ୍ ନଂ. ୯୧୯/OSSSC, ତା. ୨୩.୦୪.୨୦୨୫) ବାତିଲ କରାଯାଇଛି। ଏବଂ ଆଉଥରେ ପରିକ୍ଷା ହେବ ବୋଲି ଘୋଷଣା କରାଯାଇଛି।
ନିଯୁକ୍ତି ପ୍ରକ୍ରିୟା ପ୍ରାଥମିକ ପରୀକ୍ଷା ପର୍ଯ୍ୟାୟରୁ ପୁନର୍ବାର ଆରମ୍ଭ ହେବ। ବିଜ୍ଞପ୍ତି ନଂ. ୯୩୮(C)/OSSSC ଅନୁଯାୟୀ ଅନଲାଇନରେ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି।
ଆୟୋଗ ଏହି ପରୀକ୍ଷାକୁ ୨୦୨୫ ଅକ୍ଟୋବର ମାସରୁ ପୁନଃନିର୍ଦ୍ଧାରଣ କରିଛନ୍ତି। ଯାହା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିପାରେ ବୋଲି ଅନୁମାନ କରାଯାଉଛି। ଏହି ପରୀକ୍ଷା ରାଜ୍ୟର ସମସ୍ତ ଜିଲ୍ଲାରେ କମ୍ପ୍ୟୁଟର ଭିତ୍ତିକ ରିକ୍ରୁଟମେଣ୍ଟ ଏକ୍ଜାମିନେସନ (CBRE) ମୋଡ୍ରେ ଅନୁଷ୍ଠିତ ହେବ ବୋଲି ନୋଟିସ୍ ଜାରି କରାଯାଇଛି।
ପ୍ରାର୍ଥୀମାନଙ୍କୁ ନିୟମିତ ଭାବେ OSSSCର ଅଫିସିଆଲ ଓ୍ୱେବସାଇଟ୍ ପରିଦର୍ଶନ କରି ଅପଡେଟ୍ ସୂଚନା ପାଇଁ ଅନୁରୋଧ କରାଯାଉଛି।