ସମ୍ବଲପୁର,୧୪/୧୦: ଆକ୍ସନ ମୋଡରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅଚାନକ ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଗସ୍ତ କରିଲେ ମନ୍ତ୍ରୀ । ସେଠାରେ ପହଞ୍ଚିବା ପରେ ଅନେକ ଅଭିଯୋଗ କରିଥିଲେ ସ୍ଥାନୀୟଲୋକେ । ସେଠାରେ ଉପସ୍ଥିତ ରହି ସମସ୍ତ ଅଭିଯୋଗ ଶୁଣିଲେ ଏବଂ ଅଧିକାରୀଙ୍କୁ ତାଗିଦ ମଧ୍ୟ କଲେ । ଏହା ସହ ଲୋକଙ୍କୁ ହଇରାଣ ନକରିବାକୁ ମଧ୍ୟ ତାଗିଦ କରି କହିଲେ । ଏହା ସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା ମଧ୍ୟ କଲେ । ଏହି ସମୟରେ ରେରା ଆପ୍ରୁଭାଲ ସମସ୍ଯା ନେଇ ଅଧିକାରୀ ମନ୍ତ୍ରୀଙ୍କୁ ଜଣାଇଥିଲେ ।ସମସ୍ତ ଅଭିଯୋଗ ଶୁଣି ସମାଧାନର ପ୍ରତିଶୃତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ଝଟକା,...