ସମ୍ୱଲପୁର, ୧୮/୧୨: ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତଃ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡ଼ି ରେଡ୍ । ଏକାଧିକ ବ୍ୟାଙ୍କରୁ ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଏକକାଳୀନ ଏହି ରେଡ଼ କରାଯାଉଛି ।
ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତଃ କ୍ଷୀରୋଦ ମଲ୍ଲିକଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି । ପ୍ରମିଳା ମଲ୍ଲିକ ବର୍ତ୍ତମାନ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବେଳେ ତାଙ୍କ ଭାଇ କ୍ଷୀରୋଦ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ । ତେବେ କ୍ଷୀରୋଦ ଏକାଧିକ ବ୍ୟାଙ୍କରୁ ୨୩୧ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ କ୍ଷୀରୋଦଙ୍କ ଘରେ ଚଢାଉ କରିଛି ଇଡି । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଏକକାଳୀନ ରେଡ୍ କରୁଛି ଇଡି ।