ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୁରୁତର. ବିଭିନ୍ନ ଥାନାରେ ରହିଛି ୨୩ ସଙ୍ଗିନ୍‌ ମାମଲା

Published By : Prameya | December 8, 2024 10:05 AM

ସମ୍ବଲପୁର,୦୮/୧୨: ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର । ପୁଲିସ୍‌  ସହ ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ସଞ୍ଜୀବ କରାଲି ଗୁରୁତର ହୋଇଛି । ରେଙ୍ଗାଲି ଥାନାର ରମ୍ପେଲା ବ୍ରିଜ୍‌ରେ ଶନିବାର ଏହି ଏନ୍‌କାଉଣ୍ଟର ହୋଇଛି ।  ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ବୁର୍ଲା ଭିମସାର୍‌ରେ  ଭର୍ତ୍ତି କରାଯାଇଥିବା ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌ ଓ  ଏସ୍‌ପି ମୁକେଶ ଭାମୂ ସୂଚନା ଦେଇଛନ୍ତି । 

ଏସ୍‌ପି ଶ୍ରୀ ଭାମୂ କହିଛନ୍ତି, ଗତ ନଭେମ୍ବର ୨୨ରେ ଚାରମାଳ  ଥାନା ଅଞ୍ଚଳରେ ବଡ଼ଧରଣର ଡକାୟତି  ହୋଇଥିଲା । ଏହି ମାମଲାରେ ୪ ଜଣଙ୍କୁ  ଗିରଫ କରାଯାଇଥିଲା । ଡକାୟତି ଘଟଣାର  ମାଷ୍ଟରମାଇଣ୍ଡ୍‌ ସଞ୍ଜୀବ ଫେରାର ଥିଲା ।  ରେଙ୍ଗାଲି ଥାନାଞ୍ଚଳରେ ସଞ୍ଜୀବ ବୁଲୁଥିବା ସୂଚନା ପାଇ ପୁଲିସ୍‌ ଛକି ରହିଥିଲା । ଦୁଇ ଘଣ୍ଟାର ଅପେକ୍ଷା ପରେ ଏକ  ବାଇକ୍‌ରେ ଆସୁଥିବା ସଞ୍ଜୀବ୍‌କୁ ପୁଲିସ୍‌ ଗୋଡ଼ାଇଥିଲା । ଚେତାବନୀ ଦେବା  ସତ୍ତେ୍ୱ ସେ ଅଟକି ନ ଥିଲା । ଓଲଟି ଗାଡ଼ିରୁ ଓହ୍ଲାଇ ପୁଲିସ୍‌କୁ ୩ ରାଉଣ୍ଡ  ଗୁଳିମାଡ଼ କରିଥିଲା । ଜବାବରେ ପୁଲିସ୍‌ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା ।  ୨ ରାଉଣ୍ଡ ଗୁଳିରୁ ଗୋଟିଏ ସଞ୍ଜୀବର ଡାହାଣ ଗୋଡ଼ରେ ବାଜିଛି । ଗୁରୁତର  ଅବସ୍ଥାରେ ତାକୁ ପ୍ରଥମେ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି ।  

ଦୁର୍ଦ୍ଦାନ୍ତ ସଞ୍ଜୀବ ନାଁରେ ବିଭିନ୍ନ ଥାନାରେ ୨୩ ମାମଲା ରହିଛି । ଝାରସୁଗୁଡ଼ା ଓ ସୁନ୍ଦରଗଡ଼  ଜିଲ୍ଲାରେ ସଞ୍ଜୀବ ଅପରାଧ ସିଣ୍ଡିକେଟ୍‌ ଚଳାଇଥିଲା । ଝାରସୁଗୁଡ଼ାରେ ଅପରାଧର କାୟା ବିସ୍ତାର କରିଥିବା ସଞ୍ଜୀବ ଗୋଷ୍ଠୀ ଗତ ନଭେମ୍ବର ୨୨ ରାତିରେ  ଚାରମାଳଠାରେ ନିର୍ମାଣାଧୀନ ଗ୍ରୀଡ୍‌ରୁ ବିପୁଳ  ପରିମାଣର ବୈଦ୍ୟୁତିକ ଉପକରଣ ଚୋରି କରିଥିଲେ । ସମ୍ବଲପୁର ଏସ୍‌ପିଙ୍କ ନେତୃତ୍ୱରେ ଏହି ଗୋଷ୍ଠୀର  ୪ ଜଣଙ୍କୁ ଗିରଫ କରାଯାଇଥିଲା । ସଞ୍ଜୀବ ପୁଲିସ୍‌ ପଞ୍ଝାରେ ପଡ଼ିବା ପରେ ଆଲୁମିନିୟମ୍‌ ତାର ଚୋରି  ସିଣ୍ଡିକେଟ୍‌ର ଗୁମର ଖୋଲିବ ବୋଲି ପୁଲିସ୍‌ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.