ପ୍ରମୂଖ ଖବର
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

୩୫ ଫୁଟ ଗଭୀର କୂଅରେ ପଡି ଫସି ରହିଥିଲେ ବୃଦ୍ଧା, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

Published By : Suraj Kumar | May 28, 2025 10:39 PM

ଭୁବନେଶ୍ବର, ୨୮।୫ :  ୩୫ ଫୁଟ ଗଭୀର କୂଅରେ ପଡି ଫସି ରହିଥିବା ଜଣେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ହିନ୍ଦୋଳ ରୋଡ  ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ସୀମା ଅନ୍ତର୍ଗତ ବାବନ୍ଧା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ବୃଦ୍ଧା ଜଣକ ହେଲେ ସରସ୍ୱତୀ ରାଉତ ।

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ସୀମା ଅନ୍ତର୍ଗତ ବାବନ୍ଧା ଗାଁର ହରେକୃଷ୍ଣ ରାଉତଙ୍କ ପତ୍ନୀ ସରସ୍ୱତୀ ରାଉତ ସକାଳେ  କାମ କରୁଥିବା ସମୟରେ ତାଙ୍କ ଘର ପାଖରେ ଥିବା ଏକ ୩୫ ଫୁଟ ଗଭୀର ସଂକୀର୍ଣ୍ଣ କୂଅରେ ପଡି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦାମାନେ ପହଞ୍ଚି ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ହିନ୍ଦୋଳ ରୋଡ୍ ଅଗ୍ନିଶମ କେନ୍ଦ୍ରର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ଯୋଜନାବଦ୍ଧ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୈଷୟିକ ଦକ୍ଷତା, ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି   କୂଅ ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ମୁକାବିଲା ସରସ୍ୱତୀ ରାଉତଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ।  ତାଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ଅଛି।ମହିଳାଙ୍କୁ ସୁରକ୍ଷାର ସହିତ  ହିନ୍ଦୋଳ ରୋଡ୍ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଥିଲେ।

ଅଗ୍ନିଶମ ସେବା କର୍ମଚାରୀ ପ୍ରକାଶ ଚନ୍ଦ୍ର ନାୟକ, ମନୋଜ କୁମାର ସାହୁ, ସୁନୀଲ ନାୟକ, ଜିତେନ୍ଦ୍ର କୁମାର ଭୂତିଆ, ସୁବାଷ ପ୍ରଧାନ ଏବଂ ପିଣ୍ଟୁ ଗୁରୁ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.