ପ୍ରମୂଖ ଖବର
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ

Published By : Harapriya Sethi | May 30, 2025 7:20 AM

ରାଉରକେଲା,୩୦/୦୫: ରାଉରକେଲା ଛେଣ୍ଡ୍ ଥାନାସ୍ଥିତ ଆଫର୍ଡେବଲ୍‌ କଲୋନିର ଏକ ଭୂତଳ ପାଣି ଟାଙ୍କି (ସମ୍ପ)ରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା ବିବାଦୀୟ ରୂପ ନେଇଛି । ମାମଲାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବାବେଳେ ଗୁରୁବାର ରାତିଅଧିଆ ଶବ ବ୍ୟବଚ୍ଛେଦକୁ ନେଇ ଉତ୍ତେଜନା ଦେଖା ଦେଇଛି । ଦିନ ତମାମ ଚୁପ୍‌ ଥିବା ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ତରବରିଆ ଭାବେ ରାତିରେ ମୃତଦେହ ପୋଷ୍ଟମର୍ଟମ କରାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି । 

କହିରଖୁ କି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଛେଣ୍ଡରେ ନିର୍ମାଣାଧୀନ ଆଫର୍ଡେବଲ ହାଉସ୍‌ କଲୋନିର ‘ବି’ ବ୍ଲକ୍‌ରେ ଖୋଲା ଭୂତଳ ପାଣି ଟାଙ୍କିରେ ପଡ଼ି ରୋହିତ ବଡ଼ାଇକଙ୍କ ଝିଅ ସେରୁନ୍‌ (୫)ଙ୍କ ମୃତ୍ୟୁ ଘଟିଥିଲା । ଅପରାହ୍ଣରୁ ସେରୁନ୍‌ ନିଖୋଜ ଥିବାବେଳେ ବୁଧବାର ରାତିରେ ମୃତଦେହ ଠାବ କରାଯାଇଥିଲା । ଅଘଟଣ ପରେ ଆପାର୍ଟମେଣ୍ଟ ନିର୍ମାଣ କରିଥିବା ଆର୍‌ଡିଏ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା । ଅସୁରକ୍ଷିତ ଭୂତଳ ଟାଙ୍କି ଉପରେ ଢାଙ୍କୁଣି କାହିଁକି ପକାଯାଇନଥିଲା, ଆପାର୍ଟମେଣ୍ଟ ଅସମ୍ପୂର୍ଣ୍ଣ ଥିବାବେଳେ ବସ୍ତିବାସୀଙ୍କୁ କିପରି ଥଇଥାନ କରାଗଲା, ଏଥିପାଇଁ କିଏ ଦାୟୀ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି । ରାଉରକେଲା  ମହାନଗର ନିଗମ ଆସିଷ୍ଟାଣ୍ଟ କମିଶନର ଅଜିତ ପଟ୍ଟନାୟକ, ଅନ୍ୟ ଅଧିକାରୀ ଓ  ପୁଲିସ୍‌ ପହଞ୍ଚି ସକାଳେ ଦୁର୍ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.