ରାଉରକେଲା, ୨୮/୫: ରାଉରକେଲା, ଛେଣ୍ଡ ସ୍ଥିତ ଆଫର୍ଡେବୁଲ୍ ହାଉସ୍ କଲୋନୀରେ ଆଜି ରାତିରେ ଏକ ପାଣି ଟାଙ୍କିରେ ପଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତା ନାବାଳିକା ଜଣକ ରୋହିତ ବଡାଇକଙ୍କ ଝିଅ ସେରୁନ ବୋଲି ଜଣାପଡିଛି।
ସେରୁନ ଆଜି ଆଫର୍ଡେବୁଲ୍ ହାଉସ୍ କଲୋନୀ ପରିସରରେ ଖେଳୁଥିବା ବେଳେ ଢାଙ୍କୁଣି ବିହୀନ ଭୂତଳ ପାଣି ଟାଙ୍କି(ସମ୍ପ)ରେ ପଡି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଟାଙ୍କିରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆରଏମସି ପକ୍ଷରୁ ବିଭିନ୍ନ ବସ୍ତିରୁ ଲୋକଙ୍କୁ ଏହି ଆପାର୍ଟମେଂଟରେ ଥଇଥାନ କରାଯାଇଛି। ମୃତ ନାବାଳିକାଙ୍କ ପରିବାର ବିଦ୍ୟୁତ ବସ୍ତିରୁ ଆସିଥିଲେ ବୋଲି ସୂଚନା ମିଳିଛି।