ରାଉଲକେଲା, ୨୮/୦୫ : ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଇତମାରୁ ୨୦୦ ପେଟି ବିସ୍ଫୋରକ ନେଇ ଏକ ଟ୍ରକ୍ କେ. ବଳଙ୍ଗା ଥାନା ଅନ୍ତର୍ଗତ ରେଲହାତୁର ବାଙ୍କୋ ଅଞ୍ଚଳକୁ ମଙ୍ଗଳବାର ଯାଉଥିଲା। ରେଲହାତୁ - ବାଙ୍କୋ ନିକଟରେ ଦୁର୍ବୃତ୍ତମାନେ ଟ୍ରକକୁ ଅଟକାଇ ବିସ୍ଫୋରକ ଲୁଟି ନେଇଥିଲେ। ଏହି ଘଟଣାର ତଦନ୍ତ କରୁଥିବା ପୁଲିସ ଗାଡ଼ି ଚାଳକ ଦେଓନାଥ ଟପୋଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଧରି ଥାନାକୁ ନେଇଥିଲେ। ସେଠାରେ ଦେଓନାଥଙ୍କୁ ପୁଲିସ ପଚରାଉଚୁରା କରୁଛି।
ସୂଚନା ମୁତାବକ, ୨୪ ତାରିଖ ରାତି ପ୍ରାୟ ୧୨ଟା୫୪ରେ ୧୪୩ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡା ଟୋଲ୍ ଗେଟ ଅତିକ୍ରମ କରିଥିଲା। ହେଲେ ମଙ୍ଗଳବାର ଦିନ ଗାଡିରୁ ବିସ୍ଫୋରକ ଲୁଟ୍ ହୋଇଥିଲା। ପୁଲିସ ଏହି ଲୁଟ୍ ପଛରେ ଗାଡ଼ି ଚାଳକଙ୍କ ହାତ ଥିବା ସନ୍ଦେହ କରୁଛି । ଅନ୍ୟ ପକ୍ଷରେ ଲୁଟ ହୋଇଥବା ବିସ୍ଫୋରକ କୁଆଡେ ଗଲା, ତାର ସନ୍ଧାନ ବର୍ତ୍ତମାନ ଯାଏ ମିଳିପାରିନାହିଁ। ଏହାର ତଦନ୍ତ ଚାଲିଛି ବୋଲି ଡିଆଇଜି ବ୍ରିଜେଶ ରାୟ କହିଛନ୍ତି । ଝାଡ଼ଖଣ୍ଡ ପୋଲିସ ସହ ମିଶି ଓଡ଼ିଶା - ଝାଡ଼ଖଣ୍ଡ ସୀମାନ୍ତରେ ଅପରେସନ କରାଯାଉଛି।