ଭୁବନେଶ୍ୱର,୩୦/୦୩: ଉତ୍କଳ ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରୁଛି ରିଲାଏନ୍ସ ଡିଜିଟାଲ । ରାଜ୍ୟର ପ୍ରତି ଷ୍ଟୋରରେ ଏଥି ଲାଗି ଗ୍ରାହକଙ୍କ ସହ ଗ୍ରାଣ୍ଡ୍ ସେଲିବ୍ରେସନ କରୁଛି । ରିଲାଏନ୍ସ ଡିଜିଟାଲ ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭକାମନା ଜଣାଇଛି । ଏହି ଅବସରକୁ ଆହୁରି ସ୍ୱତନ୍ତ୍ର କରିବା ଲାଗି ରାଜ୍ୟର ପ୍ରତି ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଗ୍ରାହକଙ୍କ ଲାଗି ସର୍ବୋତ୍ତମ ଡିଲ୍ ଏବଂ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି । ଗ୍ରାହକ ରିଲାଏନ୍ସ ଡିଜିଟାଲ ଷ୍ଟୋରରୁ କିଣାକିଣି ଉପରେ ପ୍ରମୁଖ ବ୍ୟାଙ୍କଗୁଡ଼ିକର କାର୍ଡ ଏବଂ ପେପର ଫାଇନାନ୍ସ ଉପରେ ୨୬ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି/କ୍ୟାସ୍ବ୍ୟାକ ପାଇବେ ବୋଲି ଷ୍ଟୋର କମ୍ପାନି ପକ୍ଷରୁ ସୂଚନା ମିଳିଛି ।
ସେହିଭଳି ନିମ୍ନତମ ମୂଲ୍ୟରେ ସାମଗ୍ରୀ ଯୋଗାଣ, ସଦ୍ୟତମ ଟେକ୍ନୋଲୋଜିର ବିସ୍ତୃତ ସାମଗ୍ରୀ, ନିର୍ଦ୍ଧିଷ୍ଟ ସୀମା ଯାଏ ମାଗଣା ସାମଗ୍ରୀ ଡେଲିଭରି, ତ୍ୱରୀତ ଇନ୍ଷ୍ଟାଲେସନ ଏବଂ ସହଜ ଇଏମ୍ଆଇ ସୁବିଧା ମିଳିବ । ଏକ ଟଙ୍କାର ଡାଉନପେମେଣ୍ଟ ଦେଇ ଗ୍ରାହକ ଏସି କିଣିପାରିବେ । ଏହାବାଦ ଏକ୍ସଚେଞ୍ଜ ଉପରେ ୧୨ ହଜାର ଟଙ୍କାର ବେନିଫିଟ ଏବଂ ବର୍ଦ୍ଧିତ ଗ୍ୟାରେଣ୍ଟି ସୁବିଧା ମଧ୍ୟ ରହିଛି । ୧.୫ ଟନ୍ର ନିର୍ଦ୍ଧିଷ୍ଟ ବର୍ଗର ଇନଭର୍ଟର ଏସି କ୍ରୟ ଉପରେ ଗୋଟିଏ ଟିଭି ମାଗଣା ମିଳିବ । ୧.୫ ଟନ୍ ଇନଭର୍ଟର ଏସି ୩୨,୯୯୦ ଟଙ୍କାର ଆରମ୍ଭ ମୂଲ୍ୟରେ ମିଳୁଛି । ସେହିଭଳି ୨ ଟନ୍ର ଇନଭର୍ଟର ଏସି ୩୯,୯୯୦ ଟଙ୍କା ଆରମ୍ଭ ମୂଲ୍ୟରୁ ମିଳିବ ।
ସୋନିର ୟୁଏଚ୍ଡି ବ୍ରାଭିଆ ଏସ୍ ୨୫ ଟିଭି ୫୭,୪୯୦ ଟଙ୍କା, ଏଲ୍ଜିର କ୍ୟୁଏନ୍ଇଡି-୮୩ ୫୫ ଇଞ୍ଚ ଟିଭି ୬୯,୯୯୦ ଟଙ୍କା, ସାମସଙ୍ଗର କ୍ୟୁଏନ୍୮୫ଡି ୫୫ ଇଞ୍ଚ ଟିଭି ୮୪,୯୯୦ ଟଙ୍କାରେ ଉପଲବ୍ଧ । ଆଇଫୋନ ୧୬ର ମୂଲ୍ୟ ୬୬,୯୯୦ ଟଙ୍କା ରହିଛି । ସାମ୍ସଙ୍ଗ ଏ୩୬, ଏ୫୬ ୫ଜି ୨୯,୯୯୯ ଟଙ୍କା, ଓପୋ ଏଫ୍ ୨୯ ୫ଜି ୮ଜିବି/୧୨୮ ଜିବି ୨୩,୯୯୯ ଟଙ୍କାରେ ମିଳିବ । ମ୍ୟାକ୍ ବୁକ ଏୟାର ଏ୪ ୧୬ ଜିବି/୨୫୬ ଜିବିର ମୂଲ୍ୟ ୫୮,୯୦୦ ଟଙ୍କା ରହିଥିବା ବେଳେ ଏହାକୁ ୨୯୯୯ ଟଙ୍କାର ନୋ କଷ୍ଟ ଇଏମ୍ଆଇରେ ନେଇପାରିବେ । ୧୦ ପିଢ଼ିର ଆଇପ୍ୟାଡ ୨୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି । ସେହିଭଳି ଅନ୍ୟ ସାମଗ୍ରୀ ଉପରେ ଗ୍ରାହକ ଆକର୍ଷଣୀୟ ରିହାତି ପାଇବେ । ଗ୍ରାହକ ସୋମନାଥ ରାଏ କୁହନ୍ତି, ଉତ୍କଳ ଦିବସ ଉପଲକ୍ଷେ ଷ୍ଟୋର ପକ୍ଷରୁ ପ୍ରଦାନ କରାଯାଉଥିବା ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ବେଶ ଲାଭ ଦେବ । ନିୟମିତ ବ୍ୟବଧାନରେ ଷ୍ଟୋର ପରିଦର୍ଶନ କରୁଥିବା ବେଳେ ଏହି ଅଫର ଲାଭ ଉଠାଇ ଇଲେକଟ୍ରୋନିକ୍ସ ଗ୍ୟାଜେଟ୍ କିଣି ଅତ୍ୟନ୍ତ ଖୁସି।